fbpx
BSKY
BJD YOUTH SKY
BJD MS SKY

ନବ ଦାସଙ୍କୁ କାହିଁକି ହତ୍ୟା କରିଥିଲା ଗୋପାଳ: କ’ଣ ରହିଥିଲା କାରଣ, ମିଳିଲା ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜାନୁଆରୀ ମାସ ୨୯ ତାରିଖରେ ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା । ଝାରସୁଗୁଡ଼ାର ବ୍ରଜରାଜନଗର ଗସ୍ତରେ ଯାଇଥିବା ଏଏସଆଇ ଗୋପାଳ ଦାସଙ୍କ ତାଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣାକୁ ନେଇ ସେ ସମୟରେ ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚ ଗୋପାଳଙ୍କୁ କ୍ରାଇମ ସ୍ପଟକୁ ନେଇ ସିନ୍ ରିକ୍ରିଏସନ କରିବା ସହିତ ଗୁଜରାଟର ଗାନ୍ଧିନଗରରେ ନାର୍କୋ ଟେଷ୍ଟ କରାଇଥିଲା ।

ତେବେ ଏହା ମଧ୍ୟରେ ୪ ମାସ ସମୟ ପୂରିବାକୁ ବସିଥିଲେ ଅନେକ କଥା ସତେ ଯେମିତି ରହସ୍ୟ ହୋଇ ରହି ଯାଇଛି । ବ୍ୟକତିଗତ ଭୟ, ଆକ୍ରୋଶ କାରଣରୁ ହିଁ ଗୋପାଳ ଏହି ହତ୍ୟାକାଣ୍ଡ ଘଟାଇଥିଲା । ନବଙ୍କୁ ହତ୍ୟା କରିବା ପାଇଁ ସେ ପୂର୍ବରୁ ଯୋଜନା କରିବା ସହିତ ଡରରୁ ମୁକ୍ତି ପାଇବା ପାଇଁ ସେ ଏହି ବାଟକୁ ଆପଣାଇଥିଲା । ଝାରସୁଗୁଡ଼ା ଏସଡିଜେଏମଙ୍କ କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଦାଖଲ ହୋଇଥିବା ୫୪୩ ପୃଷ୍ଠା ସମ୍ବଳିତ ଚାର୍ଜଶିଟରେ ଏପରି ଉଲ୍ଲେଖ କରାଯାଇଥିଲା ।

ବିଭିନ୍ନ କାରଣରୁ ଗୋପାଳଙ୍କ ମନରେ ନିଜ ଜୀବନ ପ୍ରତି ଭୟ ସୃଷ୍ଟି ହୋଇଥିଲା । ଏକଦା କୌଣସି କାରଣରୁ ନବଙ୍କ କିଛି ସମର୍ଥକଙ୍କୁ ଗୋପାଳ ଗାନ୍ଧି ଛକ ଫାଣ୍ଡିକୁ ଉଠାଇ ଆଣିଥିଲେ । ପରେ ସେମାନଙ୍କୁ ଛଡ଼ା ଯାଇଥିଲେ ହେଁ ସେମାନେ ଯିବା ସମୟରେ ଗୋପାଳଙ୍କୁ ହତ୍ୟା ଧମକ ଦେଇ ଯାଇଥିଲେ । ଏହାର କିଛିଦିନ ପରେ ସେମାନେ ରାତି ଅଧରେ ଆସି ଗୋପାଳଙ୍କ ଘରର କବାଟ ବାଡ଼େଇଥିଲେ । ଏହାପରଠାରୁ ଗୋପାଳ ଘରେ ନୁହେଁ, ଫାଣ୍ଡିରେ ଶୋଉଥିଲେ ।

Get real time updates directly on you device, subscribe now.