fbpx

ସିଂହକୁ କାହିଁକି କୁହାଯାଏ ଜଙ୍ଗଲର ରାଜା: IFS ଅଫିସରଙ୍କ ଟ୍ୱିଟର ମିଳିଲା ଏହି ଉତ୍ତର

‘ୱାର୍ଲ୍ଡ ଲାଇୟନ ଡେ’ ଅବସରରେ IFS ଅଫିସର ପ୍ରବୀଣ କାସୱାନ ଏକ ଟ୍ୱିଟ କରିଥିଲେ । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ସେ ତାଙ୍କ ଟ୍ୱିଟରେ ସୋସିଆଲ ମିଡିଆ ୟୁଜର୍ସମାନଙ୍କୁ ଏକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ୟୁଜର୍ସମାନେ ମଜାଳିଆ ଉପୟରେ ଦେଇଥିଲେ । IFS ଅଫିସର ପ୍ରବୀଣ କାସୱାନ ତାଙ୍କ ଟ୍ୱିଟରେ ଲେଖିଥିଲେ ଯେ ସିଂହ ଜଙ୍ଗଲର ନା ସବୁଠାରୁ ବଡ ଜୀବ ନା ମଜବୁତ । ତେବେ କାହିଁକି ସିଂହକୁ ଜଙ୍ଗଲର ରାଜା କୁହାଯାଏ । ତାଙ୍କର ଏହି ଟ୍ୱିଟ ପରେ ସୋସିଆଲ ମିଡିଆ ୟୁଜର୍ସମାନେ IFS ଅଫିସର ପ୍ରବୀଣ କାସୱାନଙ୍କ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କରିଥିଲେ ।

ଜଣେ ୟୁଜର୍ସ ଏହି ପ୍ରଶ୍ନର ଉତ୍ତରେ କହିଛନ୍ତି ଯେ ସିଂହର ଆକ୍ରମଣ କରିବାର ଉପାୟ ଏବଂ ମୃତ୍ୟୁ ପର୍ଯ୍ୟନ୍ତ ଲଢେଇ କରିବାର ଅଭ୍ୟାସ ତାକୁ ଦୁର୍ଲଭ କରିଥାଏ ।ଏଥିସହିତ ସିଂହ ଅନ୍ୟ ଜୀବଙ୍କ ଆକ୍ରମଣରେ ମରି ନଥାଏ । ତାର ମୃତ୍ୟୁ ପ୍ରାକୃତିକ ଉପାୟରେ ହାଇଥାଏ । ତେଣୁ ସିଂହକୁ ଜଙ୍ଗଲର ରାଜା କୁହାଯାଏ । ତେବେ ଏହି ପରି ଅନେକ ୟୁଜର୍ସମାନେ ଓୠଝ ଅଫିସର ପ୍ରବୀଣ କାସୱାନ ଟ୍ୱିଟରେ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇଥିଲେ ।

IFS ଅଫିସର ପ୍ରବୀଣ କାସୱାନ ଟ୍ୱିଟରରେ ବହୁତ ସକ୍ରିୟ ରହିଥାନ୍ତି । ତାଙ୍କ ଟ୍ୱିଟରରେ ୪ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଏଥିସହିତ ଓୠଝ ଅଫିସର ପ୍ରବୀଣ କାସୱାନ ଜୀବଜନ୍ତୁଙ୍କ ସମ୍ବନ୍ଧୀୟ ରୋଚକ ଟ୍ୱିଟ କରିଥାନ୍ତି ।

Get real time updates directly on you device, subscribe now.