fbpx

ଏହି ୫ ରାଶିର ଲୋକଙ୍କ ପାଇଁ ରକ୍ଷାବନ୍ଧନ ହେବ ଶୁଭ: ପ୍ରବଳ ଟଙ୍କା ସହ ମିଳିବ ପ୍ରଗତି

ନୂଆଦିଲ୍ଲୀ: ରକ୍ଷାବନ୍ଧନ ଉତ୍ସବ ୫ ରାଶିର ଲୋକଙ୍କ ପାଇଁ ଭଲ ଦିନ ନେଇ ଆସୁଛି । ଏହି ରାଶିର ଲୋକଙ୍କ ପାଇଁ ୧୪ ଅକ୍ଟୋବର ପର୍ଯ୍ୟନ୍ତ ସମୟ ବହୁତ ଭଲ ରହିବ । ରକ୍ଷାବନ୍ଧନ ଦିନରୁ ଗ୍ରହମାନଙ୍କର ସେନାପତି ମଙ୍ଗଳ ଗ୍ରହ ବୃଷ ରାଶିରେ ପ୍ରବେଶ କରିଛନ୍ତି । ମଙ୍ଗଳଙ୍କ ରାଶି ପରିବର୍ତ୍ତନ ୫ ରାଶିର ଲୋକଙ୍କ ପାଇଁ ଶୁଭ ପ୍ରମାଣି ହେବ ଓ ଅକ୍ଟୋବର ଅଧା ସୁଦ୍ଧା ଖୁବ୍ ଟଙ୍କା ଓ ପ୍ରଗତି ମିଳିବ ।

ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ରକ୍ଷାବନ୍ଧନ:-

ବୃଷ:-

ମଙ୍ଗଳ ଗ୍ରହ ବୃଷ ରାଶିରେ ପ୍ରବେଶ ଯୋଗୁଁ ଏହି ରାଶିର ଲୋକଙ୍କ ପାଇଁ ଶୁଭ ପ୍ରମାଣିତ ହେବ । ଶତ୍ରୁ ଉପରେ ବିଜୟ ମିଳିବ । ଆୟ ବୃଦ୍ଧି ହେବା ନିଶ୍ଚିତ । କ୍ୟାରିୟରରେ ବଡ଼ ଅଗ୍ରଗତି ମିଳିବ । ବିବାହ ସ୍ଥିର ହୋଇପାରେ ।

ସିଂହ:-

ମଙ୍ଗଳ ଗ୍ରହର ପ୍ରବେଶ ଯୋଗୁଁ ସିଂହ ରାଶିର ଲୋକଙ୍କ ଭାଗ୍ୟ ଚମକିବ । ଭାଗ୍ୟ ସାଥିରେ ରହିବ ଓ ସବୁ କାମରେ ସଫଳତା ମିଳିବ । ଧନ ଲାଭ ହେବ । ଆର୍ôଥକ ସ୍ଥିତି ମଜବୁତ ହେବ । ସାହସ ଏବଂ ଶକ୍ତି ବୃଦ୍ଧି ଯୋଗୁଁ ପ୍ରତ୍ୟେକ ପ୍ରତିବନ୍ଧକ ସହଜରେ ଦୂର କରିପାରିବେ ।

କର୍କଟ:-

ମଙ୍ଗଳ ଗ୍ରହର ପ୍ରବେଶ ଯୋଗୁଁ କର୍କଟ ରାଶିର ଲୋକଙ୍କ ଜୀବନରେ ମଙ୍ଗଳ ହେବ । ଯେଉଁ କାମଗୁଡ଼ିକ ବର୍ତ୍ତମାନ ପର୍ଯ୍ୟନ୍ତ ଅଟକି ରହିଥିଲା, ତାହାଶୀଘ୍ର କାର୍ଯ୍ୟ ଆରମ୍ଭ ହେବ । ଆପଣ ଚାକିରିରେ ପଦୋନ୍ନତି ପାଇବେ । ଆୟ ବୃଦ୍ଧି ପାଇବ । ହାତରେ ପର୍ଯ୍ୟାପ୍ତ ଅର୍ଥ ରହିବାର ସୁଖ ପାଇବେ । କର୍ମକ୍ଷେତ୍ରରେ ଭଲ ପରିବେଶ ରହିବ । ପ୍ରତିଯୋଗିତାରେ ଆପଣଙ୍କୁ ସଫଳତା ମିଳିବେ ।

ତୁଳା:-

ମଙ୍ଗଳ ଗ୍ରହର ପ୍ରବେଶ ଯୋଗୁଁ ତୁଳା ରାଶିର ଲୋକଙ୍କର ଧନଲାଭ ହେବ । ବନ୍ଦ ହୋଇଥିବା କାମ ଶୀଘ୍ର କରାଯିବ । ଜୀବନରେ ହଠାତ୍ ପରିବର୍ତ୍ତନ ଆସିବ । କ୍ୟାରିୟରରେ ବହୁତ ବଡ଼ ସଫଳତା ମିଳିବ । ଫସିରହିଥିବା ମାମଲାରେ ବିଜୟୀ ହେବେ । ବିବାହ ସ୍ଥିର ହୋଇପାରିବ ।

କୁମ୍ଭ:-

ମଙ୍ଗଳ ଗ୍ରହର ରାଶି ପରିବର୍ତ୍ତନ କୁମ୍ଭର ଲୋକମାନଙ୍କ ପାଇଁ ପ୍ରେମ ଜୀବନରେ ସୁଖ ଆଣିଦେବ । ଜୀବନରେ ପ୍ରେମ ବୃଦ୍ଧି ପାଇବ ଏବଂ ଏହାର ସୁଖଦ ଅନୁଭବ ଆପଣଙ୍କୁ ଖୁସି ଦେବ । ନୂଆ ଘର-କାର କିଣିବାର ପ୍ରବଳ ଯୋଗ ରହିଛି । ଆୟ ବଢ଼ିପାରେ ।

Get real time updates directly on you device, subscribe now.