fbpx

ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସାମ୍ବାଦିକଙ୍କୁ ମିଳିଲାନି ଏଣ୍ଟ୍ରି, ସରକାର କହିଲେ ଜାଣି ନାହାନ୍ତି

ଭୁବନେଶ୍ୱର: କିଛି ଦିନ ତଳେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ ଓଡିଶା ଗସ୍ତରେ ଅସି ରମାଦେବୀ ମହିଳା ମହାବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଭିତରକୁ ନଛାଡ଼ା ଯିବା ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି କାର୍ଯ୍ୟକ୍ରମକୁ କୌଣସି କାର୍ଯ୍ୟରତ ଫୋଟୋ ଓ ବୈଦୁତିକ ଗଣମାଧ୍ୟମର ପ୍ରତିନିଧିଙ୍କ ଅବସ୍ଥା,ସାମ୍ବାଦିକଙ୍କୁ ଭିତରକୁ ପ୍ରବେଶ ମନା କରାଯାଇଥିଲା। ତେବେ କେଉଁ କାରଣରୁ ଏବଂ କ’ଣ ପାଇଁ ସାମ୍ବାଦିକ ମାନଙ୍କୁ ରମାଦେବୀ ମହାବିଦ୍ୟାଳୟ କାର୍ଯ୍ୟକ୍ରମକୁ ଛଡ଼ା ଯାଇ ନଥିଲା ସେ ନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାର।

ବିଭାଗୀୟ ମନ୍ତ୍ରୀ ପ୍ରଦିପ ଅମାତ ଆଜି ବଧାନସଭାରେ ଉତ୍ତର ରଖି କହିଛନ୍ତି ଯେ, ‘ରମାଦେବୀ ମହିଳା ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମ୍ବାଦିକ ମାନଙ୍କୁ ଛଡ଼ା ନଯିବା ସଂକ୍ରାନ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଅବଗତ ନାହାନ୍ତି। ତେବେ ଫେବୃଆରୀ ୬ ତାରିଖରେ ଲୋକସେବା ଭବନରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରସ୍ତୁତି ବୈଠକରେ ନିଷ୍ପତି ଅନୁଯାୟୀ ମାନ୍ୟବର ରାଷ୍ଟ୍ରପତିଙ୍କର ସମସ୍ତ କାର୍ଯ୍ୟକ୍ରମର ଲାଇଭ୍ କମନ ଫିଡ୍ ବ୍ୟବସ୍ଥା ରାଜ୍ୟ ସୂଚନା ଲୋକ ସଂମ୍ପର୍କ ବିଭାଗ ତରଫରୁ କରାଯାଇଥିଲା।’

ଆଜି ଗୃହରେ ରମାଦେବୀ ମହିଳା ମହାବିଦ୍ୟାଳୟ କାର୍ଯ୍ୟକ୍ରମରେ ସାମ୍ବାଦିକ ମାନଙ୍କୁ ଛଡ଼ାନଯିବ। ସମ୍ପର୍କରେ ବିଜେପି ବିଧାୟିକା କୁସୁମ ଟେଟେ ପ୍ରଶ୍ନ କରିଥିଲେ। ସାମ୍ବାଦିକଙ୍କୁ ନଛଡ଼ା ଯିବା ସଂକ୍ରାନ୍ତରେ ବିଭାଗ ଅବତ ଅଛନ୍ତି କି, ଯଦି ହଁ, ତେବେ ଏଥି ପାଇଁ କିଏ ନିଷ୍ପତି ନେଇଥିଲା। ସାମ୍ବାଦିକ ମାନଙ୍କ ପ୍ରତି ଏଭଳି ବ୍ୟବହାର ପାଇଁ ବିଭାଗ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ବୋଲି ସେ ପଚାରିଥିଲେ।

Image

Get real time updates directly on you device, subscribe now.