fbpx

ପୁରୁଷମାନେ ମହିଳାଙ୍କ ଠାରୁ ବେଶି ମାତ୍ରାରେ ହାର୍ଟ ଆଟାକରେ ଶିକାର ହେଉଛନ୍ତି, କ’ଣ ରହିଛି କାରଣ

ନୂଆଦିଲ୍ଲୀ: ଗତ ଏକ ବର୍ଷ ଧରି ଦେଶରେ ହାର୍ଟ ଆଟାକ୍ ମାମଲା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । କମ୍ ବୟସରୁ ଅଧିକାଂଶ ଲୋକ ଏଥିରେ ଶିକାର ହେଉଛନ୍ତି । ଜିମରେ ବ୍ୟାୟାମ କରୁଥିବା ସମୟରେ ଲୋକଙ୍କୁ ହାର୍ଟ ଆଟାକ୍ ଆସୁଛି । ପରବର୍ତ୍ତୀ ସମୟରେ ଏହା ମୃତ୍ୟୁର କାରଣ ପାଲଟୁଛି । ନିକଟରେ ବଲିଉଡ ଗାୟକ କେକେ, ସୁଦ୍ଧାର୍ଥ ଶୁକ୍ଲା, ପୁନୀତ ରାଜକୁମାରଙ୍କ ପରି ଅନେକ ସେଲିବ୍ରେଟି ଦୁନିଆକୁ ଅଲବିଦା ଜଣାଇଥିଲେ । ଏମାନେ ସମସ୍ତେ ଶାରୀରିକ ସ୍ତରରେ ଫିଟ୍ ଥିଲେ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ପୁରୁଷମାନେ କ’ଣ ପାଇଁ ହାର୍ଟ ଆଟାକରେ ବେଶି ଶିକାର ହେଉଛନ୍ତି । ଅନେକ ମହିଳା ମଧ୍ୟ ଜିମରେ ଏକ୍ସରସାଇଜ କରୁଛନ୍ତି, ମାତ୍ର ସେମାନଙ୍କ ଠାରେ ଏପରି ସମସ୍ୟା ଦେଖାଯାଉନାହିଁ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଏହି ସମସ୍ୟା ବହୁତ କମ୍ ଦେଖାଯାଉଛି । ଏହାର ବଡ଼ କାରଣ ହେଉଛି, ମହିଳାଙ୍କଠାରେ ଏଷ୍ଟ୍ରୋଜେନ ହରମୋନ ତିଆରି ହୋଇଥାଏ । ଏହି ହରମୋନ କୋଲେଷ୍ଟରଲ ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।

କୋଲେଷ୍ଟ୍ରରଲ ବଢ଼ିବା ଦ୍ୱାରା ହାର୍ଟ ଆଟାକ୍ ହୋଇଥାଏ । ତେଣୁ ମହିଳାମାନେ ହାର୍ଟ ଆଟାକରେ କମ୍ ଶିକାର ହୋଇଥାନ୍ତି । ୫୦ ବର୍ଷ ପରେ ମହିଳାଙ୍କଠାରେ ମଧ୍ୟ ହାର୍ଟ ରୋଗ ହେବାର ଆଶଙ୍କା ରହିଥାଏ । କିଛି ଯୁବକ ବଡି ବନାଇବା ପାଇଁ ଅନେକ ପ୍ରକାରର ଷ୍ଟେରଏଡ ସେବନ କରିଥାନ୍ତି, ଏହାର ପ୍ରଭାବ ହାର୍ଟ ଉପରେ ପଡ଼ିଥାଏ । ଷ୍ଟେରଏଡରେ ମିଶିଥିବା କିଛି ତତ୍ତ୍ୱ ହାର୍ଟକୁ ଦୁର୍ବଳ କରିଦେଇଥାଏ । ଯଦି ଆପଣ କ୍ରମାଗତ ଭାବେ ଷ୍ଟେରଏଡ ନେଉଛନ୍ତି, ତେବେ ତାହା ହାର୍ଟ ଆଟାକର କାରଣ ହୋଇଥାଏ । ପୁରୁଷମାନେ ନିଜକୁ ଫିଟ୍ ଦେଖାଇବା ପାଇଁ ଡାକ୍ତରଙ୍କ ବିନା ପରାମର୍ଶରେ ବିଭିନ୍ନ ପ୍ରକାରର ପ୍ରୋଟିନ ସେବନ କରିଥାନ୍ତି । ତାହା ହାର୍ଟର ଆର୍ଟରିଜ ଉପରେ ପ୍ରଭାବ ପକାଇବା ସହ ହାର୍ଟ ଆଟାକ୍ ଆସିବାର ଆଶଙ୍କା ବଢ଼ାଇଥାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ବେଶି ସ୍ମୋକିଂ କରିଥାନ୍ତି । ସ୍ମୋକିଂ ଶରୀରରେ ଏଚଡିଏଲ କୋଲେଷ୍ଟରଲ ସ୍ତରକୁ କମ୍ କରିଥାଏ । ଫଲରେ ହାର୍ଟ ଡିଜିଜ୍ ବଢ଼ିଥାଏ । ଯଦି ଜଣେ ପୁରୁଷ ଦିନକୁ ୧୦ଟି ସିଗାରେଟ ସେବନ କରେ ତେବେ ତାଙ୍କର ହାର୍ଟ ଆଟାକ ଆଶଙ୍କା ୩୦ରୁ ୪୦ ପ୍ରତିଶତ ବଢ଼ିଯାଇଥାଏ ।

Get real time updates directly on you device, subscribe now.