fbpx

AMDERରେ ୩୨୧ଟି ଚାକିରି: JTO, ASO, SG ପଦବୀ ଖାଲି, ନଭେମ୍ବର ୧୭ ପୂର୍ବରୁ ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଆଟୋମିକ ମିନେରାଲ୍ସ ଡାଇରେକ୍ଟୋରେଟ ଫର ଏକ୍ସପ୍ଲୋରେସନ ଆଣ୍ଡ ରିସର୍ଚ୍ଚ (ଏଏମଡିଇଆର) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ମୋଟ ୩୨୧ଟି ପଦବୀ ରହିଥିବା ବେଳେ ପ୍ରାର୍ଥୀଙ୍କୁ ଜୁନିୟର ଟ୍ରାନ୍ସଲେସନ ଅଫିସର (ଜେଟିଓ), ଆସିଷ୍ଟାଣ୍ଟ ସିକ୍ୟୁରିଟି ଅଫିସର (ଏଏସଓ) ଓ ସିକ୍ୟୁରିଟି ଗାର୍ଡ (ଏସଜି) ପୋଷ୍ଟରେ ନିଯୁକ୍ତି ଦିଆଯିବ ।

ଏହି ସମସ୍ତ ପଦବୀରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ଜାଣି ପାରିବେ । ଅକ୍ଟୋବର ମାସ ୨୯ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ନଭେମ୍ବର ମାସ ୧୭ ତାରିଖରେ ସମାପ୍ତ ହେବ । ଆସନ୍ତା ଡିସେମ୍ବର ମାସରେ ଏଏସଓ ଏବଂ ଏସଜି ପଦବୀ ପାଇଁ ଶାରୀରିକ ପରୀକ୍ଷା ହୋଇପାରେ । ସେହିପରି ୨୦୨୩ ମସିହା ଜାନୁଆରୀରେ ଜେଟିଓ ଏବଂ ଏସଜି ପଦବୀ ପାଇଁ ଲିଖିତ ପରୀକ୍ଷା ହୋଇପାରେ । ଫେବୃଆରୀରେ ଜେଟିଓ ଏବଂ ଏଏସଓ ପାଇଁ ବର୍ଣ୍ଣନାକାରୀ ପରୀକ୍ଷା ହେବାର ସମ୍ଭାବନା ରହିଛି ।

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/10/Notification-AMD-Security-Gaurd-Other-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://amd.gov.in/app16/index.aspx

Get real time updates directly on you device, subscribe now.