fbpx

ଏହି ଭୁଲ ଯୋଗୁଁ କୁବୁଜା ରହି ଯାଇଥିଲା ମନ୍ଥରା: ରାମ-ଲକ୍ଷ୍ମଣଙ୍କୁ ପଠାଇଥିଲା ବନବାସ

Advertisement

ଓଡ଼ିଶା ଭାସ୍କର: ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରଭୁ ଭବ୍ୟ ମନ୍ଦିର ନିର୍ମାଣକୁ ନେଇ ବର୍ତ୍ତମାନ ସାରା ଦେଶରେ ଆନନ୍ଦର ଲହରୀ ଖେଳିଯାଇଛି । ଏହାସହିତ ରାମାୟଣ ଯୁଗର ଶ୍ରୀରାମଙ୍କ କାହାଣୀକୁ ମଧ୍ୟ ମନେ ପକାଉଛନ୍ତି ଭାରତବାସୀ । ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ର ପିତୃସତ୍ୟ ପାଳନ କରିବା ପାଇଁ ୧୪ ବର୍ଷ ବନବାସ ଗ୍ରହଣ କରିଥିଲେ । କିନ୍ତୁ ତ୍ରେତୟା ଯୁଗରେ ରାମାୟଣର ପ୍ରକୃତ ସୂତ୍ରଧର ହେଉଛି ଅଯୋଧ୍ୟାର କୁବୁଜା ମନ୍ଥରା । ପ୍ରଭୂ ଶ୍ରୀରାମଙ୍କ ବନବାସର ମୁଖ୍ୟ କାରଣ ଥିଲା ମନ୍ଥରା । ଯାହା କୁଚକ୍ରାନ୍ତରେ ପଡ଼ି ମା କୈକେୟୀ ଦଶରଥଙ୍କୁ ବନବାସର ବର ମାଗିଥିଲେ । ତେବେ ମନ୍ଥରା କୁବୁଜା କାହିଁକି ଥିଲା ?

ପୁରାଣ ଅନୁସାରେ ରାଜା ଦଶରଥଙ୍କ ତୃତୀୟ ପତ୍ନୀ କୈକେୟୀଙ୍କ ଦାସୀ ଥିଲେ ମନ୍ଥରା, ତେଣୁ ବିବାହ ପରେ ସେ ମଧ୍ୟ କୈକେୟୀଙ୍କ ସହ ଅଯୋଧ୍ୟା ଆସିଥିଲେ । କିନ୍ତୁ ଅନେକ କାହାଣୀରେ ପଢାଯାଇଛି ଯେ, ମନ୍ଥରା କୈକେୟୀଙ୍କ ସମ୍ପର୍କୀୟ ଥିଲେ ଏବଂ ତାଙ୍କର ପୂର୍ବ ନାମ ଥିଳା ରେଖା । କୈକେୟୀଙ୍କ ପିତାଙ୍କ ଭାଇ ବୃହଦଶ୍ୱଙ୍କ କନ୍ୟା ଥିଲେ ରେଖା । ଉଭୟ ବାଳୁତ ଅବସ୍ଥାରୁ ପରସ୍ପର ନିବିଡ଼ ବନ୍ଧୁ ଥିଲେ । କିନ୍ତୁ ରାଣୀ କୈକେୟୀଙ୍କ ଅପେକ୍ଷା ରେଖା ବା ମନ୍ଥରା ଖୁବ ବୁଦ୍ଧିମାନ ଥିଲା । କିନ୍ତୁ ପିଲାବେଳେ ତାଙ୍କୁ ଏକ ରୋଗଗ୍ରାସ କରିଥିଲା । ଯେଉଁଥିପାଇଁ ଖୁବଗରମ ଅନୁଭବ କରିବା ସହ ଶୋଷରେ ଛଟପଟ ହୋଇ ଯାଉଥିଲା ମନ୍ଥରା । ଏକଦା ଏହି ରୋଗ ସକାଶେ ରେଖା ବା ମନ୍ଥରାକୁ ଅତ୍ୟନ୍ ଶୋଷ ଲାଗିବାରୁ ସେ ଅଳେଇଚ, ମିଶ୍ରି ଏବଂ ଚନ୍ଦନରେ ପ୍ରସ୍ତୁତ ସରବତ ପିଇ ଦେଇଥିଲା ।

ଏହ ପାନୀୟ ଦ୍ରବ୍ୟକୁ ପିଇବା ମାତ୍ରେ ମନ୍ଥରା ଶରୀରର କିଛି ଅଙ୍ଗ ଅକ୍ଷମ ହୋଇ ପଡ଼ିଥିଲା । କିଛି ଅଙ୍ଗ କୌଣସି କାମ କରିବାରେ ସମର୍ଥ ହୋଇ ନଥିଲା । ଅନେକ ଚିକିତ୍ସା ପରେ ରେଖା/ମନ୍ଥରା ସୁସ୍ଥ ହୋଇଥିଲା ସତ, କିନ୍ତୁ ମେରୁଦଣ୍ଡ ସବୁ ଦିନ ପାଇଁ ବଙ୍କା ହୋଇ ରହି ଯାଇଥିଲା । ଏଥିପାଇଁ ତାଙ୍କର ବିବାହ ମଧ୍ୟ ହୋଇ ପାରିଲା ନାହିଁ । ତେଣୁ ରାଜା ଦଶରଥଙ୍କ ସହ କୈକେୟୀଙ୍କ ବିବାହ ପରେ ଅଙ୍ଗରକ୍ଷକ ଭାବରେ ଅଯୋଧ୍ୟାକୁ ଆସିଥିଲା ରେକଶ/ମନ୍ଥରା ।

ରାଣୀ କୈକେୟୀ ଏକ ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ରାଜା ଦଶରଥଙ୍କ ଜୀବନ ରକ୍ଷା କରିଥିଲେ । ଏଥିରେ ମୁଗ୍ଧ ହୋଇ ରାଜା ଦଶରଥ ରାଣୀଙ୍କୁ ୨ଟି ବର ମାଗିବା ପାଇଁ କହିଥିଲେ । କିନ୍ତୁ କୈକେୟୀ ଏହାକୁ ଉଚିତ ସମୟରେ ମାଗି ନେବା ପାଇଁ କହିଥିଲେ । ଦୀର୍ଘ ବର୍ଷ ପରେ ଅଯୋଧ୍ୟାରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ମନ୍ଥରା କ୍ରେକେୟୀଙ୍କୁ ସେହି ବର ସମ୍ପର୍କରେ ମନେ ପକାଇ ଦେଇଥିଲେ । ତେଣୁ ରାଣୀ କୈକେୟୀ ବରରେ ଭରତଙ୍କୁ ରାଜା କରିବା ପାଇଁ ଏବଂ ରାମଙ୍କୁ ୧୪ ବର୍ଷ ବନବାସ ଯିବା ପାଇଁ ୨ଟି ବର ମାଗିଥିଲେ । ତେଣୁ ପିତାଙ୍କର ଏହି ବଚନ ର୪ା କରିବା ପାଇଁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ବନବାସ ଯାଇଥିଲେ । ଶ୍ରୀରାମଙ୍କ ସହ ମା’ ସୀତା ଏବଂ କନିଷ୍ଠ ଭ୍ରାତା ଲକ୍ଷ୍ମଣ ମଧ୍ୟ ବନବାସ ଗମନ କରିଥିଲେ ।

Get real time updates directly on you device, subscribe now.