fbpx

ଅନେକ ଦେଶରେ ପିଆଜ ଦର ବଢିବା ପରେ ଭାରତରେ କାହିଁକି କମୁଛି? ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତରେ ପିଆଜ ଦର କମିବାକୁ ନେଇ କୃଷକମାନେ ହତାଶ ହେବା ପରିସ୍ଥିତି ଦେଖାଦେଇଛି । ମହାରାଷ୍ଟ୍ରରେ ପିଆଜ ଦର କମି, କ୍ୟୁଣ୍ଟାଲ ପିଛା ୫୦୦ ଟଙ୍କାରେ ପହଁଚିଛି । ଅନ୍ୟପଟେ ବାଂଲାଦେଶ ଏବଂ ଶ୍ରୀଲଙ୍କାରେ ପିଆଜ ରପ୍ତାନି ବନ୍ଦ ହୋଇଯାଇଛି । କୁହାଯାଉଛି ଯେ, ଏହିପରି ଦର ଚାଲିବା ଫଳରେ ଦେଶରେ ପିଆଜ ଦର କମିବାରେ ଲାଗିଛି ।

ସୂଚନା ଅନୁଯାୟୀ, ନାସିକ ଏବଂ ମହାରାଷ୍ଟ୍ରରେ ଲାଲ ପିଆଜ ଦର ବହୁ ପରିମାଣରେ କମିଯାଇଛି । ଦର ଏତେ ପରିମାଣରେ କମିଛି ଯେ, କୃଷକମାନେ ପିଆଜ ବିକ୍ରି କରିବା ବଦଳରେ ରାସ୍ତାରେ ଫୋପାଡିବା ଭଲ ବୋଲି ଭାବୁଛନ୍ତି । ଦୁନିଆରେ ଯେତେବେଳେ ବହୁ ଗୁଡ଼ିଏ ଦେଶ ପିଆଜକୁ ବିକ୍ରି କରି ଭଲ ରୋଜଗାର କରୁଥିବା ବେଳେ ବର୍ତ୍ତମାନ ଭାରତରେ ପିଆଜ ଦର କନ୍ଦାଇବାରେ ଲାଗିଛି । କହିବାକୁ ଗଲେ ପିଆଜ ରପ୍ତାନୀ ବନ୍ଦ ହେବା କାରଣରୁ ତୁର୍କୀ, ମୋରକ୍କୋ, ଉଜ୍ୱେକିସ୍ତାନ ଏବଂ ୟୁରୋପ ଭଳି ଅନେକ ଦେଶରେ ପିଆଜ ଦର ବଢିବାରେ ଲାଗିଛି ।

ମହାରାଷ୍ଟ୍ରରେ ପିଆଜ ଦର ଚାରି ବର୍ଷ ତଳକୁ ଚାଲିଯାଇଛି । ଗତ ତିନି ବର୍ଷ ହେଲାଣି ପିଆଜ କ୍ୟୁଣ୍ଟାଲ ପିଛା ୨୦୦୦ ଟଙ୍କା ବିକ୍ରି ହେଉଥିଲା । ଏହି ବର୍ଷର ଆରମ୍ଭରୁ ଲାସଲଗାଁଓ ବଜାରରେ ୧୧ ଲକ୍ଷ ୬୨ ହଜାର କ୍ୟୁଣ୍ଟାଲ ନାଲି ପିଆଜ ଆସିଥିଲା । ସେତେବେଳେ କ୍ୟୁଣ୍ଟାଲ ପିଛା ୧୩୯୨ଟଙ୍କା ରହିଥିଲା । ତେବେ ଫେବୃଆରୀ ଆରମ୍ଭରେ ଏହା ୮୦୦ଟଙ୍କା ହୋଇ ବର୍ତ୍ତମାନ ମାତ୍ର ୫୦୦ ଟଙ୍କାରେ ପିଆଜ କ୍ୟୁଣ୍ଟାଲ ବିକ୍ରି ହେଉଛି । ଏନେଇ ବିଶ୍ଳେଷକମାନେ କହିଛନ୍ତି ଯେ, ହୋଲସେଲ ବଜାରରେ ପିଆଜ ପ୍ରଚୁର ପରିମାଣରେ ଆସିବା ସତ୍ତେ୍ୱ ଚାହିଦା ଅଭାବରୁ ମୂଲ୍ୟ ହ୍ରାସ ପାଇଛି । ରପ୍ତାନିରେ ବିପୁଳ ହ୍ରାସ ମଧ୍ୟ ଏଥିପାଇଁ ଦାୟୀ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.