ଭାଇରାଲ ହେଉଛି ବାୟୁସେନା ମୁଖ୍ୟଙ୍କ ଭିଡିଓ, ଅପରେସନ ସିନ୍ଦୁର ନେଇ ଦେଲେ ସୂଚନା
ବଡ ଖୁଲାସା କଲେ ବାୟୁସେନା ମୁଖ୍ୟ, ଅପରେସନ ସିନ୍ଦୁର ବାବଦରେ ମିଳିଲା ନୂଆ ତଥ୍ୟା
ନୂଆଦିଲ୍ଲୀ:ଭାରତୀୟ ବାୟୁସେନାର ମୁଖ୍ୟ ଏୟାର ଚିଫ୍ ମାର୍ସଲ ଅମର ପ୍ରୀତ ସିଂ ଅନେକ ଦିନ ପରେ ଅପରେସନ ସିନ୍ଦୁର ନେଇ ମୁହଁ ଖୋଲିଛନ୍ତି। ଏହି ମିଶନ ପାକିସ୍ତାନରେ ଥିବା ଆତଙ୍କୀଙ୍କ ବିରୋଧରେ ଏକ ଶକ୍ତ ଜବାବ ଥିଲା। ଜାମ୍ମୁ-କାଶ୍ମୀରରେ ହୋଇଥିବା ପହଲଘାମ ଆକ୍ରମଣ ପରେ ଭାରତୀୟ ସେନା ଏହି ମିଶନ ଆରମ୍ଭ କରିଥିଲେ।
୪ ଦିନରେ ଆତଙ୍କୀ ସଫା:ଅପରେସନ ସିନ୍ଦୁରରେ ୪ ଦିନ ଯାଏଁ ପାକିସ୍ତାନ ଆତଙ୍କୀ ଭାରତୀୟ ବାୟୁସେନା ମଧ୍ୟରେ ଲଢେଇ ହୋଇଥିଲ।। ଏହି ସମୟ ଭିତରେ ଦୁଶମନର ୯ଟି ଆଡ୍ଡାକୁ ଭାରତୀୟ ସେନା ପୁରା ଧ୍ୱଂସ କରିଦେଇଥିଲା। ଏଥିରେ ଅନେକ ଆତଙ୍କବାଦୀଙ୍କୁ ମାରିବାରେ ସେନା ସଫଳ ହୋଇଥିଲା।
ବାୟୁସେନା ମୁଖ୍ୟଙ୍କ ଖୁଲାସା: ଅପରେସନ ସିନ୍ଦୁର ନାମରେ ଆରମ୍ଭ ହୋଇଥିବା ମିଶନର ଲକ୍ଷ୍ୟ ଥିଲା ଦୁଶମନକୁ ସଫା କରିବା। ୪ ଦିନରେ ଭାରତ ଉଦ୍ଦ୍ୟେଶରେ ସଫଳ ହୋଇଥିଲା, ଏଣୁ ଅପରେସନ ସିନ୍ଦୁରକୁ ଖୁବଶୀଘ୍ର ବନ୍ଦ କରିଦିଆଯାଇଥିବା ଏୟାର ଚିଫ ମାର୍ସଲ ଏପି ସିଂ ଏକ କାର୍ଯ୍ୟକ୍ରମରେ କହିଥିଲେ।
ଭାରତଠୁ ଶିଖ:ଭାରତ ଲକ୍ଷ୍ୟ ହାସଲ ପରେ ଯୁଦ୍ଧ ବନ୍ଦ କରିଦେଇଥିଲା । ମାତ୍ର ରୁଷିଆ-ୟୁକ୍ରେନ ଯୁଦ୍ଧ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ହେବ ଚାଲିଛି। ଏହାଦ୍ୱାରା ଅନେକ ରାଷ୍ଟ୍ର ପ୍ରଭାବିତ ହେଉଛନ୍ତି। ଏଣୁ ଭାରତ ଠାରୁ ଏହି ଯୁଦ୍ଧ କୌଶଳ ବାବଦରେ ଅନ୍ୟାନ୍ୟ ଦେଶ ଶିଖିବା ଆବଶ୍ୟକା ନହଲେ ଏହାଦ୍ୱାରା ଦେଶର ଅର୍ଥନିତୀ ଅନେକ ମାତ୍ରାରେ ପ୍ରଭାବିତ ହେବ ବୋଲି ଏପି ସିଂ କହିଥିଲୋ
ପାକିସ୍ତାନକୁ ସଠିକ ଜବାବ:ଜାମ୍ମୁକାଶ୍ମୀର ପହଲଘାମରେ ହୋଇଥିବା ଆକ୍ରମଣ ପରେ ଭାରତୀୟ ସେନା ଏହାର ଉଚିତ ଜବାବ ଦେଇଛିା ଏପରିକି ଜୈଶ-ଇ-ମହମ୍ମଦ ସଂଗଠନର ବହାବଲପୁର ମୁଖ୍ୟାଳୟ ଓ ଲସ୍କର-ଇ-ତାଇବାର ମୁଖ୍ୟାଳୟ ଏଥିରେ ଧ୍ୱଂସ ହୋଇଯାଇଛିା ଏହା ପାକିସ୍ତାନର ବଡ କ୍ଷତିା