fbpx

ସରିଲା ସବ୍ୟର୍ଚ୍ଚିତାଙ୍କ ବାହାଘର: ଜାଣନ୍ତୁ କାହିଁକି ସବ୍ୟ ଦେଇଥିଲେ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର

ଭୁବନେଶ୍ୱର, ୨ା୩ (ଓଡିଶା ଭାସ୍କର): ଓଲିଉଡ୍ ଚକୋଲେଟ୍ ହିରୋ ସବ୍ୟସାଚୀ ମିଶ୍ର ଓ ଚୁଲବୁଲି ନାୟିକା ଅର୍ଚ୍ଚିତା ସାହୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୁଇ ତାରକାଙ୍କ ବିବାହକୁ ନେଇ କିଛିଦିନ ଧରି ବେଶ୍ ଚର୍ଚ୍ଚା ହେଉଥିଲା । ରିଲ୍ ଲାଇଫରୁ ରିୟଲ ଲାଇଫ୍ ପାର୍ଟନର ହୋଇଥିବା ଯୋଡ଼ିଙ୍କୁ ନେଇ ଏକ ଖବର ସାମନାକୁ ଆସିଛି । ଅର୍ଚ୍ଚିତା ହେଉଛନ୍ତି ସବ୍ୟସାଚୀଙ୍କର ଦ୍ୱିତୀୟ ସ୍ତ୍ରୀ । ଅର୍ଥାତ ଏହା ପୂର୍ବରୁ ସବ୍ୟ ପ୍ରଥମ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଇସାରିଛନ୍ତି ।

୨୦୦୮ ମସିହାରେ ସବ୍ୟ ପ୍ରେମ ବିବାହ କରିଥିଲେ । ମାତ୍ର ତାହା ବେଶି ଦିନ ତିଷ୍ଠି ନ ପାରି ୨୦୧୫ ମସିହାରେ ଛାଡ଼ପତ୍ର ହୋଇଥିଲା । ଇଞ୍ଜିନିୟରିଂ ପଢ଼ୁଥିବା ସମୟରେ ସବ୍ୟ ନିଜର କ୍ଲାସମେଟ୍ ସୀମାଙ୍କୁ ଭଲ ପାଉଥିଲେ ପରେ ତାଙ୍କୁ ଜୀବନ ସାଥୀ ଭାବେ ଗ୍ରହଣ କରିଥିଲେ । ସବ୍ୟ-ସୀମାଙ୍କ ଛାଡ଼ପତ୍ର ପଛରେ ଅର୍ଚ୍ଚିତା ରହିଛନ୍ତି ବୋଲି ଚାରିଆଡ଼େ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ତାହା ସତ୍ୟ ପ୍ରମାଣିତ ହୋଇଛି । ପୂର୍ବରୁ ସବ୍ୟ-ଅର୍ଚ୍ଚିତା ବହୁ ଫିଲ୍ମରେ ଏକାଠି କାମ କରିସାରିଛନ୍ତି ।

Get real time updates directly on you device, subscribe now.