fbpx

ଚର୍ଚ୍ଚାରେ ‘3 Idiots’ର ୱାଙ୍ଗଚୁକ୍: ମାଇନସ୍ ୧୮ଡିଗ୍ରୀ ତାପମାତ୍ରାରେ ଲଦାଖର ଖୋଲା ଆକାଶତଳେ କାହିଁକି ଶୋଇଛନ୍ତି ଜାଣନ୍ତୁ?

ନୂଆଦିଲ୍ଲୀ: ଲଦାଖର ୟୁନିଅନ୍ ଟେରିଟୋରୀରେ ରହୁଥିବା ଜଣେ ଶିକ୍ଷାବିତ୍ ତଥା ପରିବେଶବିତ୍ ସୋନମ୍ ୱାଙ୍ଗଚୁକ୍ କହିଛନ୍ତି ଯେ ପ୍ରଶାସନ ତାଙ୍କ ସ୍ୱରକୁ ଦମନ କରିବାକୁ ଚାହୁଁଛି। ଲଦାଖର ପରିବେଶ ଏବଂ ସଂସ୍କୃତି ବଞ୍ଚାଇବା ପାଇଁ ୱାଙ୍ଗଚୁକ୍ ପାଞ୍ଚ ଦିନିଆ ଉପବାସ କରୁଛନ୍ତି। ବର୍ତ୍ତମାନ ଲଦାଖର ତାପମାତ୍ରା ମାଇନସ୍ ରେ ଅଛି , ଆଉ ସେ ଖୋଲା ଆକାଶ ତଳେ ଶୋଇଥା’ନ୍ତି । ରବିବାର ହେଉଛି ତାଙ୍କର ଉପବାସର ଚତୁର୍ଥ ଦିନ । ପଞ୍ଚମ ତଥା ଶେଷ ଦିନରେ ସେ ତାଙ୍କ ଆନ୍ଦୋଳନରେ ଯୋଗଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ ପ୍ରତିଷେଧକ ବ୍ୟବସ୍ଥା ବିନା ଲଦାଖର ଶିଳ୍ପ, ବାଣିଜ୍ୟ ବୃଦ୍ଧି ପାଇବ ଏବଂ ଶେଷରେ ଏହି ଅଞ୍ଚଳ ଧ୍ୱଂସ ହେଇଯିବ ।

ୱାଙ୍ଗଚୁକ୍ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ସମ୍ବିଧାନର ଧାରା ୨୪୪ ର ଷଷ୍ଠ ସୂଚୀ ଅନୁଯାୟୀ ଲଦାଖ, ଏହାର ପର୍ବତ, ଗ୍ଲେସିର୍, ଲୋକ ଏବଂ ସଂସ୍କୃତିକୁ ସୁରକ୍ଷା ଦେବା ପାଇଁ ମୁଁ ଭାରତ ତଥା ଭାରତ ବାହାରେ ଅନେକ ଲୋକଙ୍କସହ କଥା ହେଉଛି। ଲୋକମାନେ ଏହି ଆନ୍ଦୋଳନରେ କିପରି ଯୋଗଦାନ କରିପାରିବେ ବୋଲି ଲୋକମାନେ ପଚାରୁଛନ୍ତି। ଏହିପରି ଲୋକମାନେ ୩୦ ଜାନୁଆରୀ, ଶେଷ ଦିନରେ ମୋର ଉପବାସରେ ଯୋଗ ଦେଇ ପାରିବେ । ଲଦାଖର ଲୋକମାନେ ମଧ୍ୟ ଏଥିରେ ଯୋଗଦେବେ।ୱାଙ୍ଗଚୁକ୍ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ ଆପଣ ନିଜ ନିଜ ସହରରୁ, ଆପଣଙ୍କ ଘରୁ, ସମ୍ପ୍ରଦାୟ ସ୍ଥାନରୁ, ମନ୍ଦିରରୁ, ମସଜିଦ ଏବଂ ଚର୍ଚ୍ଚରୁ, ଗୁରୁଦ୍ୱାରରୁ ଏହି ଉପବାସରେ ଯୋଗ ଦେଇ ପାରିବେ, ଯାହାଫଳରେ ଆମ ଲଦାଖ ବଞ୍ଚାଇବାରେ ସଫଳ ହେବା ।

ସେ କହିଛନ୍ତି ଯେ ଲଦାଖ ପ୍ରଶାସନ ତାଙ୍କୁ ବାର୍ତ୍ତା ବିସ୍ତାର ନକରିବା ଏବଂ ଲୋକଙ୍କ ନିକଟରେ ନ ପହଁଚିବା ପାଇଁ ତାଙ୍କ ଉପରେ ଚାପ ପକାଉଛନ୍ତି । ସେଏହାର ଏକ କପି ମଧ୍ୟ ଟ୍ୱିଟ କରିଛନ୍ତି । ଏହା ସହ ସେ ଏକ ମାସ ପାଇଁ କୌଣସି ବିବୃତ୍ତି ଦେବେ ନାହିଁ କିମ୍ବା କୌଣସି ସାଧାରଣ ସଭାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ସେ ଦାବି କରିଛନ୍ତି।

Get real time updates directly on you device, subscribe now.