fbpx

ରାଗ ଖାଇଲେ କାହିଁକି ଆସିଥାଏ ଆଖିରେ ଲୁହ ? କାରଣ ଜାଣି ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର : ଭାରତର ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ଅଧିକ ପସନ୍ଦ କରନ୍ତି । ଏହି କାରଣ ପାଇଁ ଲୋକମାନେ ଷ୍ଟ୍ରିଟ ଫୁଡ ଖାଇବା ଅଧିକ ଖାଆନ୍ତି । ମସଲାରେ ଭିନ୍ନ ଭିନ୍ନ ସ୍ୱାଦ ରହିଥାଏ । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ ଥାଏ । ଲଙ୍କା ଖାଇବାରେ ମଧ୍ୟ ଲୋକଙ୍କର ନିର୍ଦ୍ଦିଷ୍ଟ ସୀମା ଥାଏ । ତେବେ କୌଣସି ବ୍ୟକ୍ତିଙ୍କୁ ଯଦି ଅଧିକ ରାଗଯୁକ୍ତ ଖାଦ୍ୟ ଖାଇବା ପାଇଁ ଦିଆଯାଏ, ତେବେ ସେହି ବ୍ୟକ୍ତିର ଅବସ୍ଥା କଣ ହେବ ତାହା ଆପଣ କଳ୍ପନା କରି ପାରିବେ ।

ଅଧିକ ଲଙ୍କା ପଡ଼ିଥିବା ଖାଦ୍ୟ ଖାଇଲେ ମୁହଁ ଜଳିବା ଆରମ୍ଭ କରିଥାଏ, ଆଖି ଏବଂ ନାକରୁ ପାଣି ବାହାରିବା ଆରମ୍ଭ ହୋଇଥାଏ । କିଛି ସମୟ ପାଇଁ ସେହି ବ୍ୟକ୍ତିର ଅବସ୍ଥା ଖରାପ ହୋଇଯାଏ । କିନ୍ତୁ ରାଗ ଖାଇବା ପରେ ଏପରି ଅବସ୍ଥା କାହିଁକି ହୋଇଥାଏ । ଆପଣ କେବେ ଭାବିଛନ୍ତି କି ଏପରି କାହିଁକି ହୁଏ । ତେବେ ଆସନ୍ତୁ ଜାଣିବା ଏପରି କାହିଁକି ହୋଇଥାଏ ।

ଖାଦ୍ୟ ଚଟପଟା ହେବା ପାଇଁ ଲଙ୍କା ସହ ଅନ୍ୟ ମସଲା ମଧ୍ୟ ମିଶା ଯାଇଥାଏ । ଏହି ଖାଦ୍ୟକୁ ଖାଇବା ପରେ ପାଟି ଜଳିବା ସହ କାନ ମଧ୍ୟ ଜଳିବାକୁ ଲାଗିଥାଏ । ତେବେ କ୍ୟାପ୍ସିଅସନ ନାମକ ଏକ କ୍ୟାମିକାଲ ଲଙ୍କା ଗଛରେ ରହିଥାଏ । ଏହା ପ୍ରତ୍ୟେକ ମସଲାରେ କିଛି ମାତ୍ରାରେ ରହିଥାଏ । ଏହି କ୍ୟାପ୍ସିଅସନ ପାଇଁ ଜିଭ, କାନ ଏବଂ ନାକ ଜଳିବା ଆରମ୍ଭ କରେ । ଫଳରେ ଆଖିରେ ଲୁହ ଆସିଥାଏ ।

କ୍ୟାପ୍ସିଅସନ ପାଇଁ ରାଗ ଖାଉଥିବା ବ୍ୟକ୍ତି ଉତ୍ତେଜିତ ହୋଇଥାଏ । ମସଲାଯୁକ୍ତ ଖାଦ୍ୟରେ କ୍ୟାପ୍ସିଅସନ ର ଉପସ୍ଥିତି ଯୋଗୁଁ ଆମ ଶରୀର ଜଳିବା ଆରମ୍ଭ କରେ ପରେ ଏହା ଆଖିରେ ଲୁହ ଆକାରରେ ବାହାରିଥାଏ । ଏଭଳି ରାଗଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପାଟିରେ ଲାଳ ବାହାରିବା ଆରମ୍ଭ କରିଥାଏ । କ୍ୟାପ୍ସିଅସନ ଖାଇବା ଦ୍ୱାରା ସମସ୍ୟା ସୃଷ୍ଟି ହେଉଥିଲେ ମଧ୍ୟ ଏହି ମସଲା ଖରାପ ନୁହେଁ । ଏହା ମେଟାବୋଲିଜମ କୁ ବଢାଇଥାଏ ଏବଂ ଆଖି ଓ ନାକକୁ ସଫା କରିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.