ରାମ-ସୀତାଙ୍କ ସହ ବନବାସ ଚାଲିଗଲେ ଭ୍ରାତା ଲକ୍ଷ୍ମଣ: କିନ୍ତୁ ମହଲରେ ୧୪ ବର୍ଷ ପର୍ଯ୍ୟନ୍ତ ଶୋଇ ରହିଥିଲେ ପତ୍ନୀ ଉର୍ମିଳା, ଜାଣନ୍ତୁ କାରଣ

ଜନ୍ମରୁ ସର୍ବଦା ଜ୍ୟେଷ୍ଠଭ୍ରାତା ପ୍ରଭୁ ରାମଚନ୍ଦ୍ରଙ୍କ ସହ ରହିବା ପାଇଁ ଅଳି କରୁଥିଲେ ଭ୍ରାତା ଲକ୍ଷ୍ମଣ । ତେଣୁ ସେଦିନରୁ ରାମ ତାଙ୍କୁ ସମସ୍ତ ସମୟରେ ତାଙ୍କ ସହ ରଖିଥିଲେ । ବିଶ୍ୱାମିତ୍ରଙ୍କ ଯଜ୍ଞର ରକ୍ଷା କରିବା ପାଇଁ ରାମଙ୍କ ସହିତ ରହିଥିଲେ ଏବଂ ବନବାସ ସମୟରେ ମଧ୍ୟ ଶ୍ରୀରାମଙ୍କ ସହିତ ରହିଥିଲେ ଭ୍ରାତା ଲକ୍ଷ୍ମଣ । ତାଙ୍କର ଭକ୍ତି ଏପରି ଥିଲା ଯେ, ସେ ତାଙ୍କ ସହିତ ପତ୍ନୀ ଉର୍ମିଳାଙ୍କୁ ମଧ୍ୟ ଜଙ୍ଗଲକୁ ନେଇ ଯିବାକୁ ରାଜି ନଥିଲେ । ଏହା ସହିତ ୧୪ ବର୍ଷ ପାଇଁ ନିଦ୍ରା ଯିବାକୁ ମଧ୍ୟ ମନା କରି ଦେଇଥିଲେ ଲକ୍ଷ୍ମଣ । ଯାହା ଫଳରେ ସେ ପ୍ରତ୍ୟେକ ସମୟରେ ପ୍ରଭୁ ଶ୍ରୀରାମ ଏବଂ ଏବଂ ମାତା ସୀତାଙ୍କ ସେବାରେ ଧ୍ୟାନ ଦେଇପାରିବେ । ପତ୍ନୀ ଉର୍ମିଳା ସ୍ୱାମୀଙ୍କ ସହ ବନବାସ ଯିବା ପାଇଁ ଇଚ୍ଛା କରିଥିଲେ । କିନ୍ତୁ ଲକ୍ଷ୍ମଣ ତାଙ୍କୁ ରୋକିଥିଲେ ଆଉ କହିଥିଲେ, “ମୁଁ ରାମ-ସୀତାଙ୍କ ସେବାରେ ସମ୍ପୂର୍ଣ୍ଣର୍ ଲିପ୍ତ ରହିବି । ତେଣୁ ତୁମକୁ ସମୟ ଦେଇ ପାରିବି ନାହିଁ । ତେଣୁ ମହଲରେ ରହି ମୋତେ ସାହାଯ୍ୟ କର । ଯାହା ଦ୍ୱାରା ମତେ ତୁମର ଚିନ୍ତା କରିବାକୁ ପଡିବ ନାହିଁ ।’ ସ୍ୱାମୀଙ୍କ ଏହି କେଇ ପଦ କଥା ଉର୍ମିଳାଙ୍କୁ କଷ୍ଟ ଦେଇଥିଲା । କିନ୍ତୁ ପତିଭକ୍ତା ଉର୍ମିଳା ସ୍ୱାମୀଙ୍କ କଥାକୁ ଅମାନ୍ୟ ନ କରି ତାହା ହିଁ କରିଥିଲେ । ବନବାସ ଯିବା ଜିଦିରୁ ଓହରି ଯାଇଥିଲେ ଉର୍ମିଳା ।

Ravana- father of Sita? Why did Lord Rama touch his feet? - AstroTalk.com

ବନବାସର ପ୍ରଥମ ରାତିରେ ଲକ୍ଷ୍ମଣ ଶୋଇ ନଥିଲେ । କିନ୍ତୁ ପ୍ରଭୁ ଶ୍ରୀରାମ ଏବଂ ମାତା ସୀତା ନିଦ୍ରା ଯାଇଥିଲେ । ଏହି ସମୟରେ ନିଦ୍ରା ଦେବୀ ଲକ୍ଷ୍ମଣଙ୍କ ନିକଟରେ ପହଞ୍ଚିଲେ । ନିଦ୍ରାଦେବୀଙ୍କୁ ଦେଖି ଭ୍ରାତା ଲକ୍ଷ୍ମଣ ଭାଇ-ଭାଉଜ ତାଙ୍କୁ ୧୪ ବର୍ଷ ପାଇଁ ଅନିଦ୍ରା ରହିବାକୁ ଭିକ୍ଷା କରିଥିଲେ । ଯାହାଦ୍ୱାରା ସେ ପ୍ରଭୁ ରାମ ଏବଂ ମାତା ସୀତାଙ୍କ ସେବା କରିପାରିବେ । ଲକ୍ଷ୍ମଣଙ୍କ ଭକ୍ତିରେ ମୁଗ୍ଧ ହୋଇ ନିଦ୍ରା ଦେବୀ ମଧ୍ୟ ତାଙ୍କୁ ସେହି ବର ପ୍ରଦାନ କରିଥିଲେ । କିନ୍ତୁ ପ୍ରକୃତିର ନିୟମ ଅନୁଯାୟୀ, ଲକ୍ଷ୍ମଣଙ୍କ ଭାଗରେ ଥିବା ନିଦ୍ରାର ଭାର ଜଣେ କେହି ନେବା ଉଚିତ ଥିଲା । ତେଣୁ ଏହି ପ୍ରଶ୍ନ ଲକ୍ଷ୍ମଣଙ୍କୁ ପଚାରିବାରୁ ସେ ପତ୍ନୀ ଉର୍ମିଳାଙ୍କୁ ତାଙ୍କ ଭାଗର ନିଦ୍ରା ଦେବା ପାଇଁ ଦେବୀଙ୍କୁ ଅନୁରୋଧ କରିଥିଲେ । ଫଳରେ ତାହା ହିଁ ହେଲା । ଉର୍ମିଳା ନତମସ୍ତକ ଭାବରେ ସ୍ୱାମୀଙ୍କ ଆଦେଶକୁ ଗ୍ରହଣ କରି ୧୪ ବର୍ଷର ନିଦ୍ରା ଯାଇଥିଲେ । ଉର୍ମିଳାଙ୍କ ଏହି ନିଷ୍ପତ୍ତି ପାଇଁ ଲକ୍ଷ୍ମଣ ୧୪ ବର୍ଷ ପର୍ଯ୍ୟନ୍ତ ରାମସୀତାଙ୍କ ପାଖରେ ରହି ତାଙ୍କ ସେବା କରିପାରିଥିଲେ ।

जानिए रामायण के 13 अद्भुत रहस्य जिनसे हम आज भी अनजान हैं...

ଲକ୍ଷ୍ମଣଙ୍କର ଏହି ତପସ୍ୟା ଯୁଦ୍ଦରେ ମଧ୍ୟ ଦେକିବାକୁ ମିଳିଥିଲା । ଲଙ୍କାପତି ରାବଣର ପରାକ୍ରମୀ ପୁତ୍ର ଅଜେୟ ମେଘନାଦକୁ ମାରିବା ପାଇଁ ଜଣେ ଏମିତି ଯୋଦ୍ଧାଙ୍କ ଆବଶ୍ୟକତା ରହିଥିଲା । ୧୪ ବର୍ଷ ଶୋଇ ନଥିବା କେହି ପରମବୀର ହିଁ ମେଘନାଦକୁ ମାରିବା ପାଇଁ ସକ୍ଷମ ହୋଇପାରିଥାନ୍ତେ । ତେଣୁ ଲକ୍ଷ୍ମଣ ମେଘନାଦକୁ ପରାଜୟ କରି ମୃତ୍ୟୁର ନିଦରେ ଶୁଆଇ ଦେଇଥିଲେ ।

केवल लक्ष्मण ही मार सकते थे मेघनाथ को, Why Only Laxman Can Kill Meghnath

ଲଙ୍କା ବିଜୟ ପରେ ମାତା ସୀତାଙ୍କୁ ଧରି ଅଯୋଦ୍ଧା ଫେରିଥିଲେ ପ୍ରଭୁ ଶ୍ରୀରାମ । ଏହାମଧ୍ୟରେ ରାମଙ୍କ ରାଜ୍ୟାଭିଷେକର ମୁହୂର୍ତ୍ତ ମଧ୍ୟ ପହଞ୍ଚିଥିଲା । ତେବେ ଭଜନ କୀର୍ତ୍ତନ ସମୟରେ ଯେବେ ପ୍ରଭୁ ଶ୍ରୀରାମଙ୍କ ନିମନ୍ତେ ମୁକୁଟ ଆସିଥିଲା, ହଠାତ ସଭା ମଧ୍ୟରେ ହସିବାକୁ ଲାଗିଲେ ଭ୍ରାତା ଲକ୍ଷ୍ମଣ । ଲକ୍ଷ୍ମଣଙ୍କର ଏପରି ବ୍ୟବହାର ସମସ୍ତଙ୍କୁ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ କରି ଦେଇଥିଲା । ଏଥିମଧ୍ୟରେ କେହି ଜଣେ ଲକ୍ଷ୍ମଣଙ୍କୁ ହସିବାର ତାତ୍ପର୍ଯ୍ୟ ପଚାରିଥିଲେ । ଏହାର ଉତ୍ତରରେ ଲକ୍ଷ୍ମଣ କହିଥିଲେ ଯେ, ରାମଚନ୍ଦ୍ରଙ୍କ ରାଜ୍ୟାଭିଷେକର ଏହି ଅପୂର୍ବ ମୁହୂର୍ତ୍ତକୁ ମୁଁ ୧୪ ବର୍ଷରୁ ଅପେକ୍ଷା କରିଛି । ଏବେ ସେହି ମୁହୂର୍ତ୍ତକୁ ମୁଁ ଦେଖିବା ପାଇଁ ଯାଉଛି । କିନ୍ତୁ ନିଦ୍ରା ଦେବୀ ମୋତେ ମୋର ବଚନ ମନେ ପକାଇ ଦେଉଛନ୍ତି । ୧୪ ବର୍ଷରୁ ନିଦ୍ରା ଯାଇଥିବା ପତ୍ନୀ ଉର୍ମିଳାଙ୍କୁ ଉଜାଗର କରିବା ପାଇଁ ସଂକେତ ଦେଉଛନ୍ତି । ବିଧାତାର ଏହି ବିଡମ୍ବନାକୁ ନେଇ ମୁଁ ହସୁଛି ବୋଲି କହିଥିଲେ ଲକ୍ଷ୍ମଣ । ଶେଷରେ ଲକ୍ଷ୍ମଣ ନିଦ୍ରା ଯାଇଥିଲେ ଏବଂ ଉର୍ମିଳାଙ୍କ ନିଦ୍ରାରୁ ଉଠି ରାମଙ୍କ ରାଜ୍ୟାଭିଷେକ ଦେଖିଥିଲେ ।