ସୋମବାର ୧୫ ଅଗଷ୍ଟରେ ଦେଶ ପାଳିବାକୁ ଯାଉଛି ୭୬ ତମ ସ୍ୱାଧୀନତା ଦିବସ । ସେପଟେ ୭୫ ତମ ସ୍ୱାଧୀନତା ଦିବସକୁ ସ୍ମରଣୀୟ କରିବା ପାଇଁ ଦେଶର କୋଣ ଅନୂକୋଣରେ ବିଭିନ୍ନ କାର୍ଯ୍ୟକ୍ରମ ପାଳନ କରାଯାଉଛି । ଭାରତର ସ୍ୱାଧୀନତା ଦିବସ ହେଉଛି ସେହି ଦିବସ ଯେଉଁଦିନ ଭାରତ ଇଂରେଜ ଶାସନରୁ ମୁକ୍ତ ହୋଇଥିଲା ଏବଂ ଏହା ସେହି ଗୌରବମୟ ଇତିହାସକୁ ମନେ ପକାଇବାର ଦିବସ ଯାହାପାଇଁ ଦେଶର ସ୍ୱାଧୀନତା ସଂଗ୍ରାମୀମାନେ ଦେଇଥିଲେ ଅନେକ ବଳିଦାନ ।
ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଦିଲ୍ଲୀ ଲାଲକିଲ୍ଲାଠାରେ ୧୫ ଅଗଷ୍ଟ ୧୯୪୭ ଦିନ ପତାକା ଉତ୍ତୋଳନ କରିଥିଲେ । ଏହାପର ଠାରୁ ଏକ ପ୍ରଥା ଭାବରେ ପ୍ରତିବର୍ଷ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରିଥାନ୍ତି ଏବଂ ଦେଶବାସୀଙ୍କୁ ସମ୍ବୋଧନ କରିଥାନ୍ତି । ଆଉ ଭାରତର ତିରଙ୍ଗା ପତାକା ସ୍ୱତନ୍ତ୍ର ଭାରତକୁ ସୂଚାଇଥାଏ ।
୭୫ ବର୍ଷ ତଳେ ୧୯୪୭ ଅଗଷ୍ଟ ୧୫ ତାରିଖରେ ପାଳନ ହୋଇଥିଲା ପ୍ରଥମ ସ୍ୱାଧୀନତା ଦିବସ । ହେଲେ କିଏ ଏହି ଦିନ ଧାର୍ଯ୍ୟ କରିଥିଲେ? କାହିଁକି ୧୫ ଅଗଷ୍ଟ ହିଁ ସ୍ଥିର କରାଯାଇଥିଲା ଅନ୍ୟ କେଉଁ ଦିନ ନୁହେଁ? ତେବେ ଆସନ୍ତୁ ଜାଣିବା ଏହା ପଛର ଇତିହାସ ।
ସ୍ୱାଧୀନତା ପାଇଁ ଅନେକ ବର୍ଷର ସଂଘର୍ଷ ପରେ ଶେଷରେ ବ୍ରିଟିଶ ପାର୍ଲିଆମେଣ୍ଟ ଭାରତକୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲା । ଏଥିପାଇଁ ଶେଷ ବ୍ରିଟିଶ ଗଭର୍ଣ୍ଣର ଲର୍ଡ ମାଉଣ୍ଟବ୍ୟାଟେନ୍ ଙ୍କୁ ୩୦ ଜୁନ୍ ୧୯୪୮ ସୁଦ୍ଧା କ୍ଷମତା ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ ବ୍ରିଟିଶ ପାର୍ଲିଆମେଣ୍ଟ । କିନ୍ତୁ କ୍ଷମତା ହସ୍ତାନ୍ତର ପାଇଁ ମାଉଣ୍ଟବ୍ୟାଣ୍ଟେନ ଏହି ତାରିଖକୁ ପଛକୁ ଘୁଞ୍ଚାଇଦେଇଥିଲେ ଏବଂ ୧୫ ଅଗଷ୍ଟ ୧୯୪୭ ଦିନ ଧାର୍ଯ୍ୟ କରିଥିଲେ ।
ସ୍ୱାଧୀନ ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ସି ରାଜଗୋପାଳଚାରୀ କହିଥିଲେ ଯେ ତାରିଖକୁ ପଛକୁ ଘୁଞ୍ଚାଇବାର କାରଣ ହେଉଛି କାରଣ ହେଉଛି ଯେ ମାଉଣ୍ଟବ୍ୟାଟନ ଚାହୁଥିଲେ ଯେ ଯେପରି କୌଣସି ଦଙ୍ଗା କିମ୍ବା ରକ୍ତପାତ ନହେଉ । ଏହା ସହ ଆଉ ଏକ କାରଣ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜାପାନର ଆତ୍ମସମର୍ପଣ କରିବାର ଦ୍ୱିତୀୟ ବାର୍ଷିକ ଏହି ଦିନ ହେଉଥିଲା ତେଣୁ ମାଉଣ୍ଟବ୍ୟାଟେନ୍ ଏହି ଦିନକୁ ବାଛିଥିଲେ । ଲର୍ଡ ମାଉଣ୍ଟବ୍ୟାଟେନ୍ ତାଙ୍କର ‘ଫ୍ରିଡମ ଆଟ୍ ମିଡନାଇଟ’ ରେ ମଧ୍ୟ ଏହି କାରଣ ଉଲ୍ଲେଖ କରିଛନ୍ତି ।
ମାଉଣ୍ଟବ୍ୟାଟନଙ୍କ ନିଷ୍ପତ୍ତି ପରେ ଏଥିପାଇଁ ଭାରତ ସ୍ୱାଧୀନତା ବିଲ୍ ବ୍ରିଟିଶ୍ ପାର୍ଲିଆମେଣ୍ଟର ଉଭୟ ଗୃହରେ ୪ ଜୁଲାଇ ୧୯୪୭ ରେ ପାରିତ ହୋଇଥିଲା ଏବଂ ଭାରତୀୟ ସ୍ୱାଧୀନତା ଅଧିନିୟମ ୧୯୪୭ ଅଗଷ୍ଟ ୧୫ ଲାଗୁ ହୋଇଥିଲା । ବିଲ୍ ରେ ବ୍ରିଟିଶ୍ ଶାସନ ଶେଷ ହେବା ଏବଂ ଭାରତ-ପାକିସ୍ତାନ ଅଲଗା ହେବା ନେଇ ମଧ୍ୟ ଉଲ୍ଲେଖ ରହିଥିଲା ।