fbpx

The Black Day: ଏମିତି ଏକ ଦିନ ଯେଉଁ ଦିନ ସବୁ ଭାରତୀୟଙ୍କ ଆଖିରୁ ଝରିଥିଲା ଲୁହ…

Advertisement

ଭୁବନେଶ୍ୱର:ଆମେ କିଭଳି ସୁରକ୍ଷିତ ରହିବୁ ଏହା ପାଇଁ ସୀମାରେ ପ୍ରତିଦିନ ନିଜ ଜୀବନକୁ ବାଜି ଲଗାଇ ବହୁ ଯବାନ ମାନେ ନିଯୋଜିତ ଅଛନ୍ତି । ଯେଉଁମାନେ ଶାନ୍ତିରେ ଶୋଇବା ତ ଦୂର ଶାନ୍ତିରେ ଖାଇବା ପାଇଁ ମଧ୍ୟ ସମୟ ପାଉ ନାହାନ୍ତି । ତେବେ ଏତେ ସବୁ ଭିତରେ ଏଭଳି ଅନେକ ଘଟଣା ଘଟେ ଯେବେ ଏହି ବୀର ଯବାନ ମାନେ ଦେଶର ସୁରକ୍ଷା କରିବା ବେଳେ ନିଜର ଜୀବନ ହରାଇଛନ୍ତି । ସେହିଭଳି ୧୪ ଫେବୃୃୃଆରୀ ଭାରତ ଇତିହାସ ରେ ବହୁତ ଦୁଃଖଦ ଦିନ ଭାବେ ଜଣା । ଏହା ଏମିତି ଏକ ଦିନ ଯାହା ସବୁରି ହୃଦୟକୁ ଥରାଇ ଦେଇଥିଲା। ୨୦୧୯ ମସିହାରେ ଏହି ଦିନଟିକୁ ଆଜି ମଧ୍ୟ କେହି ଭୁଲି ପାରିନାହାନ୍ତି । ଭଲ ପାଇବାର ଦିନ ଭାବରେ ଏହି ଦିନକୁ ପ୍ରେମୀ ଯୁଗଳମାନେ ପାଳନ କରୁଥିବା ବେଳେ ସୀମା ସୁରକ୍ଷାରେ ଦେଶବାସୀଙ୍କୁ ଦିନ ରାତି ସୁରକ୍ଷା ଦେବା ପାଇଁ ଲଢୁଥିବା କିଛି ଯବାନଙ୍କ ଏହି ଦିନ ବହୁତ କଷ୍ଟଦାୟକ । କାରଣ ଏହି ଦିନ ଅନେକ ବୀର ଯବାନଙ୍କ ଜୀବନର ଦୀପ ସବୁ ଦିନ ପାଇଁ ଲିଭି ଯାଇଥିଲା। ସେଦିନ ବିତି ଯାଇଛି ସତ କିନ୍ତୁ ଆଜି ମଧ୍ୟ ସେ କରୁଣ କାନ୍ଦ ଲୋକ ମାନଙ୍କ ହୃଦୟକୁ କୋହରେ ଭରି ଦେଉଛି ।

କଣ ଘଟିଥିଲା ସେହି ଦିନ :
୧୪ ଫେବୃଆରୀ ୨୦୧୯ରେ ବସ୍ ଦ୍ୱାରା ସିଆରିଏଫ କର୍ମଚାରୀ ଜାମ୍ମୁ କାଶ୍ମୀର ରୁ ଶ୍ରୀନଗର ଯାଉଥିଲେ । ଆଉ ଠିକ ଅଧ ବାଟରେ ସ୍ଥାନ ପୁଲୱାମା ଠାରେ ସିଆରିଏଫ ଯବାନଙ୍କ ବସ୍ ସହ ଏକ ବୋମା ଭର୍ତ୍ତି କାର ଧକ୍କା ହୋଇଥିଲା । ଯାହା ଫଳରେ ବସ ରେ ଥିବା ୪୦ ଜଣ ଯବାନଙ୍କ ମୃତ୍ୟୁ ହେବା ସହ ଅନେକ ଯବାନ ଆହାତ ହୋଇଥିଲେ । ଦୁର୍ଘଟଣା ପରେ ସେହି ସ୍ଥାନ ରେ ସହିଦ ମାନଙ୍କ ମାଂଶ ରକ୍ତ ପଡିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରି ଏକ ଦୁଃଖଦପୂର୍ଣ୍ଣ ଦୁଃର୍ଘଟଣା ଘଟିବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଥିଲା। ସେହି ଆତ୍ମଘାତୀ ବିସ୍ଫୋରଣରେ ଯବାନଙ୍କ ଶରୀର ଅଂଶ ଖଣ୍ଡ ବିଖଣ୍ଡିତ ହୋଇ ରାସ୍ତରେ ପଡିଥିଲା ଏବଂ ପୁଲୱାମାର ହାଇୱେରେ ରକ୍ତର ନଦୀ ବହିଥିଲା । ଯାହା ଫଳରେ ଯବାନଙ୍କ ପରିବାର ସଦସ୍ୟମାନେ ଶେଷ ଥର ପାଇଁ ମଧ୍ୟ ସେମାନଙ୍କୁ ଦେଖିବାର ସୁଯୋଗ ପାଇନଥିଲେ । ପରବର୍ତ୍ତିୀ ସମୟରେ ଏହା ଏକ ଆତଙ୍କବାଦୀ ଆକ୍ରମଣ ବୋଲି ଜଣାପଡିଥିଲା।

ସୂଚନାଯୋଗ୍ୟ, ଏହି ଆତଙ୍କବାଦୀ ଆକ୍ରମଣକୁ ପାକିସ୍ତାନୀ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ ଏବଂ ମସୁଦ ଅଜହର ଦ୍ୱାରା ଯୋଜନାବଦ୍ଧ ଭାବେ କର।ଯାଇଥିଲା। ଏଯାବତ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମଧ୍ୟରେ ସବୁଠାରୁ ମର୍ମନ୍ତୁଦ ଆତଙ୍କବାଦୀ ଆକ୍ରମଣ ହେଉଛି ପୁଲୱାମା ଆକ୍ରମଣ ।ଏହା ଏଭଳି ଏକ ଦୁଃର୍ଘଟଣା ଯାହାକୁ ଜଣେ ଭାରତୀୟ ନାଗରିକ ଭୁଲିବା ଅସମ୍ଭବ। ସେହି ଦିନ ଯବାନଙ୍କ ପରିବାର ସହ ଭାରତର ପ୍ରତିଟି ନାଗରିକଙ୍କ ହସକୁ ଆଖିର ଲୁହରେ ପରିବର୍ତ୍ତନ କରିଦେଇଥିଲା । ସେଥିପାଇଁ ଭାରତରେ ୧୪ ଫେବୃଆରୀ କଳା ବା ଅନ୍ଧକାରର ଦିନ ଅଟେ । ଆଉ ଭାରତରେ ୧୪ ଫେବୃଆରୀକୁ କଳା ଦିବସ ବୋଲି କୁହାଯାଏ ।

ଜାଣନ୍ତୁ ଉରି ଆକ୍ରମଣ କେବେ ଏବଂ କିପରି ହୋଇଥିଲା?
୧୮ ସେପ୍ଟେମ୍ବର ୨୦୧୬ ମସିହାରେ ଜାମ୍ମୁ କାଶ୍ମୀରରେ ଇଣ୍ଡିଆନ୍ ୟୁନିୟନ ଟେରିଟୋରିରେ ଥିବା ଉରି ସହର ନିକଟରେ ଥିବା ଏକ ଭାରତୀୟ ସେନା କ୍ୟାମ୍ପରେ ମଧ୍ୟ ଆତଙ୍କବାଦୀ ଦ୍ୱାରା ଆକ୍ରମଣ କର।ଯାଇଥିଲା। ସେହି ଆକ୍ରମଣରେ ୧୯ ଜଣ ଭାରତୀୟ ଯବାନ ପ୍ରାଣ ହରାଇଥିବା ବେଳେ ପ୍ରାୟ ୩୦ଜଣ ଯବାନ ଆହାତ ହୋଇଥିଲେ । ଯବାନମାନେ ଶୋଇଥିବା ସମୟରେ ଏହି ଆକ୍ରମଣ କର।ଯାଇଥିଲା।ଏହି ଆକ୍ରମଣରେ ମଧ୍ୟ ପାକିସ୍ତାନୀ ଆତଙ୍କବାଦୀ ଜୈଶ-ଏ-ମହମ୍ମଦ କରିଥିଲା।

Get real time updates directly on you device, subscribe now.