fbpx

ମ୍ୟୁଜିକ ବାଜିବା ଦ୍ୱାରା ଆମେ ହଠାତ୍ ନାଚିଉଠୁ କାହିଁକି, କ’ଣ କହୁଛି ରିସର୍ଚ୍ଚ

Advertisement

ନୂଆଦିଲ୍ଲୀ: ମଣିଷ ଜୀବନରେ ସଙ୍ଗୀତର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ସଙ୍ଗୀତ ଜଣଙ୍କୁ ମାନସିକ ଭାବେ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଜଣେ କେତେ ଦୁଃଖ, ନିରାଶାରେ ରହିଥାଉ ନା କାହିଁକି ଏକ ଭନଛୁଆଁ ଗୀତ ଶୁଣିଲେ ପାଦରୁ ମସ୍ତକ ପର୍ଯ୍ୟନ୍ତ ସତେ ଯେପରି ଏକ ଅଜଣା ଉନ୍ମାଦନା ଭରିଯାଏ । ସେଥିପାଇଁ ଈଶ୍ୱରଙ୍କର ଅନ୍ୟନାମ ସଙ୍ଗୀତ ବୋଲି କୁହାଯାଇଥାଏ ।

ତେବେ ସଙ୍ଗୀତର ଶବ୍ଦ ଶୁଣିବା ପରେ ଆମେ ହଠାତ୍ କାହିଁକି ନାଚିଉଠୁ, ଏନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ । ଏନେଇ କାନାଡ଼ାର ଏକ ଇଲେକ୍ଟ୍ରୋନିକ ମ୍ୟୁଜିକ କନସର୍ଟକୁ ନେଇ ଷ୍ଟଡି କରାଯାଇଥିଲା । କିଛିବର୍ଷ ପୂର୍ବରୁ ଅଷ୍ଟ୍ରେଲିଆରେ ମଧ୍ୟ ଏପରି ଏକ ରିସର୍ଚ୍ଚ କରାଯାଇଥିଲା । ରିସର୍ଚ୍ଚ ମୁତାବକ, ମ୍ୟୁଜିକର ବାସ୍ କାରଣରୁ ଆମେ ନାଚିଥାଉ । ରିସର୍ଚ୍ଚରେ ଲୋ ଓ ହାଇ ଫ୍ରିକ୍ୱେନ୍ସି ସାଉଣ୍ଡ ଉପରେ ମସ୍ତିଷ୍କର ଭିତରେ ଘଟୁଥିବା ପରିବର୍ତ୍ତନକୁ ବିଶ୍ଲେଷଣ କରାଯାଇଥିଲା । ଶବ୍ଦରୁ ମ୍ୟୁଜିକର ରିଦମ୍ ପ୍ରସ୍ତୁତ ହୋଇଥାଏ । ଏହାକୁ ବୁଝିବା ପାଇଁ ଇଲେକ୍ଟ୍ରୋଏନସେଫେଲୋଗ୍ରାଫିର ଉପଯୋଗ କରାଯାଇଥିଲା, ଯାହାକି ମସ୍ତିଷ୍କର ହରକତକୁ ରିଡ୍ କରିଥାଏ ।

ଗବେଷକମାନେ ଜାଣିବାକୁ ପାଇଥିଲେ ଯେ, ମସ୍ତିଷ୍କର ପ୍ରତ୍ୟେକ ହରକତ ମ୍ୟୁଜିକର ଆବୃତ୍ତି ଉପରେ ନିର୍ଭର କରିଥାଏ । ଯେଉଁ ଗୀତର ବାସ୍ ଉଚ୍ଚ ହୋଇଥିବ, ସେଥିରେ ଲୋକମାନେ ଅଧିକ ନାଚିବାକୁ ଚାହିଁବେ । ଏହି ରିସର୍ଚ୍ଚ କିଛି ମେଡିକାଲ କଣ୍ଡିସନକୁ ବୁଝିବା ପାଇଁ ଓ ବିମାରୀର ଚିକିତ୍ସା କରିବା ପାଇଁ ବ୍ୟବହାର କରାଯାଇଥାଏ । ମ୍ୟାକମାଷ୍ଟର ୟୁନିଭରସିଟିର ନ୍ୟୁରୋସାଇଣ୍ଟିଷ୍ଟ ଡେଭିଡ କ୍ୟାମେରାନ ନିକଟରେ ପ୍ରଦାନ କରିଥିବା ରିପୋର୍ଟ ଅନୁସାରେ, କମ୍ ଫ୍ରିକ୍ୱେନ୍ସି ଥିବା ବାସ୍ ବାଜିବା ଦ୍ୱାରା ୧୨ ପ୍ରତିଶତ ଅଧିକ ଲୋକ ଡ୍ୟାନ୍ସ କରିଥିଲେ । ମାତ୍ର ନାଚୁଥିବା ଲୋକମାନେ ଏହି ବାସକୁ ଶୁଣିପାରୁ ନଥିଲେ । କେତେବେଳେ ମ୍ୟୁଜିକ ପରିବର୍ତ୍ତନ ହେଉଥିଲା, ତାହା ଲୋକମାନେ ଜାଣିପାରୁ ନଥିଲେ । ମାତ୍ର ସେମାନଙ୍କର ଡ୍ୟାନ୍ସ କରିବାର ଗତି ବଦଳୁଥିଲା ।

Get real time updates directly on you device, subscribe now.