fbpx

Video: ଶୀତଦିନେ କାହିଁକି ପିନ୍ଧୁଛନ୍ତି ଖାଲି ଟି-ସାର୍ଟ? ନିଜେ ମୁହଁ ଖୋଲି ପ୍ରକାଶକଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭାରତର କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ପଦଯାତ୍ରା କରୁଛନ୍ତି । ଏହା ମଧ୍ୟରେ ତାଙ୍କ ଟି-ସାର୍ଟକୁ ନେଇ ଚର୍ଚ୍ଚା ହେବାରେ ଲାଗିଛି । ଉତ୍ତର-ଭାରତରେ କଡ଼ା ଶୀତ ହେଉଥିଲେ ମଧ୍ୟ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାରେ ହାଲ୍ଫ ଟି-ସାର୍ଟ ପିନ୍ଧୁଛନ୍ତି । ବର୍ତ୍ତମାନ ସେ କାହିଁକି ଏବଂ କେବେ ଟି-ସାର୍ଟ ପିନ୍ଧିବେ ନିଜେ ମୁହଁ ଖୋଲି ପ୍ରକାଶ କରିଛନ୍ତି ।

ସୂଚନା ଅନୁଯାୟୀ, ସୋମବାର ଦିନ ରାହୁଲ ଗାନ୍ଧୀ ଭାରତ ଯୋଡ଼ ଯାତ୍ରାର ଏକ ବିଶେଷ କଥା ସେୟାର କରିଛନ୍ତି । ରାହୁଲ ଗାନ୍ଧୀ ହରିୟାଣାର ଅମ୍ବାଲାରେ ଏକ ନକ୍କାଡ ସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ‘ଲୋକମାନେ ମୋତେ ପଚାରୁଛନ୍ତି, ମୁଁ କାହିଁକି ଏ ଟି-ସାର୍ଟ ପିନ୍ଧୁଛି, ମୋତେ କଣ ଥଣ୍ଡା ଲାଗୁନି? ଏହି ଯାତ୍ରା କେରଳରେ ଆରମ୍ଭ ହୋଇଥିଲା । ସେତେବେଳେ ଶୀତ ପଡ଼ିନଥିଲା, ହେଲେ ମଧ୍ୟପ୍ରଦେଶରେ ପ୍ରବେଶ ସମୟରେ ଅଧିକ ଥଣ୍ଡା ପଡ଼ିଥିଲା ।’

ସେ ପୁଣି କହିଛନ୍ତି ଯେ, ‘ଯାତ୍ରା ସମୟରେ ଗୋଟେ ଦିନ କିଛି ଗରିବ ପିଲା ଫଟା ସାର୍ଟ ପିନ୍ଧି ମୋ ପାଖକୁ ଆସିଥିଲେ, ଯେତେବେଳେ ମୁଁ ତାଙ୍କୁ ଧରିଥିଲେ ସେମାନେ ଥରୁଥିଲେ । ସେହିଦିନରୁ ମୁଁ ନିଷ୍ପତ୍ତି ନେଇଥିଲି, ଯେଉଁ ପର୍ଯ୍ୟନ୍ତ ମୁଁ ଶୀତରେ ନ ଥରିଛି ସେପର୍ଯ୍ୟନ୍ତ ମୁଁ ଏହି ଟି-ସାର୍ଟ ପିନ୍ଧୁଥିବି ।’ ସେହିଦିନରୁ ରାହୁଲ ଗାନ୍ଧୀ ଟି-ସାର୍ଟରେ ହିଁ ଦେଖାଦେଉଛନ୍ତି । କେରଳର ୱାୟାନାଡ଼ର ସାଂସଦ ରାହୁଲ ଗାନ୍ଧୀ, ଝିଅ ମାନଙ୍କୁ ବାର୍ତ୍ତା ଦେଇ କହିଛନ୍ତି ଯେ, ‘ତାଙ୍କୁ ଥଣ୍ଡା ଲାଗୁଛି ତ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଥଣ୍ଡା ଲାଗୁଛି । ନୁକ୍କ୍ଡ଼ାରେ ସମ୍ବୋଧନ କରି କହିଛନ୍ତି, ମୁଁ ଯେତେବେଳେ ଥରିବି ସେତେବେଳେ ମୁଁ ସ୍ୱେଟର ପିନ୍ଧିବା କଥା ଭାବିବି ।’

Get real time updates directly on you device, subscribe now.