fbpx

(Video)‘ମୋର ବିନା ଅନୁମତିରେ ମୋତେ କାହିଁକି ଜନ୍ମ ଦେଲ?’ ଏପରି ଅଭିଯୋଗ ଆଣି ମା’ ବାପାଙ୍କ ଉପରେ କେସ୍ କଲେ ମହିଳା

Advertisement

ନୂଆଦିଲ୍ଲୀ: ଯେତେବେଳେ ପତି-ପତ୍ନୀ ମା’ ବାପା ହୁଅନ୍ତି ସେତେବେଳେ ଏହା ସେମାନଙ୍କ ଲାଗି ଜୀବନରେ ସବୁଠାରୁ ଅଧିକ ଖୁସିର ମୁହୂର୍ତ୍ତ ହୋଇଥାଏ । ଯେତେବେଳେ ପରିବାରରେ ଏକ ଶିଶୁ ଜନ୍ମ ହୋଇଥାଏ ସେତେବେଳେ ତା’ର ପିତାମାତାଙ୍କ ସହ ପୁରା ପରିବାରରେ ଖୁସିର ଲହରୀ ଖେଳିଯାଏ । କିନ୍ତୁ ବଡ ହୋଇ ସେହି ପିଲା ଯଦି ମୋ ବିନା ଅନୁମତିରେ ମୋତେ କାହିଁକି ଜନ୍ମ କଲ ବୋଲି ପ୍ରଶ୍ନ କରେ? ତେବେ! ଆମେରିକା ନ୍ୟୁଜର୍ସିରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଟିକ୍‌ଟକର୍ କାସ୍ ଥିଆଜ୍ କିଛିଦିନ ତଳେ ଏକ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଭିଡିଓରେ ଦେଖିବାକୁ ମିଳିଥିଲା ସେ ନିଜ କାର୍‌ରେ ବସିଥିଲେ ଓ କହୁଥିଲେ କି ସେ ନିଜ ମାତା-ପିତାଙ୍କ ଉପରେ କେସ୍ କରିଛନ୍ତି କାରଣ ସେମାନେ ତାଙ୍କ ଅନୁମତି ନ ନେଇ ତାଙ୍କୁ ଜନ୍ମ ଦେଇଛନ୍ତି । ତାଙ୍କର ନିଜର ସନ୍ତାନ ରହିଛନ୍ତି ବୋଲି ବି ସେ କହିଛନ୍ତି । ଏହା ଜାଣିବା ପରେ ଲୋକମାନେ ତାଙ୍କୁ ଜୋରଦାର ଟ୍ରୋଲ କରିବାରେ ଲାଗିଛନ୍ତି । ବହୁ ଲୋକ କହିଛନ୍ତି ତାଙ୍କର ମାନସିକ ସନ୍ତୁଳନ ବିଗିଡି ଯାଇଥିବାରୁ ସେ ଏପରି କହୁଛନ୍ତି । ତାଙ୍କର ମେଡିକାଲ୍ ଚେକଅପ୍ କରାଇବା ଜରୁରୀ ।

 

View this post on Instagram

 

A post shared by Kass Theaz (@isatandstared)

ମହିଳା ଜଣକ କହିଛନ୍ତି, ତାଙ୍କ ମାତାପିତା ଯଦି ସନ୍ତାନ ଜନ୍ମ କରିବାକୁ ଚାହୁଁଥିଲେ ତେବେ ସେମାନେ ପ୍ରେଗନାନ୍ସୀ ପୂର୍ବରୁ ଜଣେ ତାନ୍ତ୍ରିକ ସହ ଯୋଗାଯୋଗ କରିବାର ଥିଲା ଓ ଏହା ମାଧ୍ୟମରେ ସେମାନେ ତାଙ୍କ ଆତ୍ମା ସହ ସଂପର୍କ ସ୍ଥାପନା କରି ପଚାରିଥାନ୍ତେ କି ସେ ଏ ଦୁନିଆକୁ ଆସିବାକୁ ଚାହୁଁଛି କି ନା । ଏହାପରେ ଯାଇ ସେମାନେ ଆଗକୁ ବଢିଥାନ୍ତେ । କିନ୍ତୁ ସେମାନେ ଏପରି କରିନାହାନ୍ତି । ତେଣୁ ସେ ସେମାନଙ୍କ ଉପରେ କେସ୍ କରିଛନ୍ତି । ଏହାପରେ ତାଙ୍କୁ ଯେତେବେଳେ ଲୋକମାନେ ପଚାରିଛନ୍ତି କି ତାଙ୍କର ପୁଣି କେମିତି ସନ୍ତାନ ରହିଛନ୍ତି । ସେ କହିଛନ୍ତି ସେ ସନ୍ତାନ ଜନ୍ମ ଦେଇନାହାନ୍ତି , ସେ ସେମାନଙ୍କୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ତେଣୁ ଏ ଦୁନିଆକୁ ସେମାନଙ୍କୁ ଆଣିବା ଲାଗି ସେ ଦାୟୀ ନୁହଁନ୍ତି । ତେବେ ତାଙ୍କର ଏହି ଭିଡିଓ ଭାଇରାଲ୍ ହେବା ପରେ ସେ ଭୀଷଣ ଭାବରେ ଟ୍ରୋଲର ଶିକାର ହୋଇଥିଲେ । ଏହାପରେ ସେ ସଫେଇ ଦେଇ କହିଛନ୍ତି କି ଏହା କେବଳ ଏକ ମଜାକ୍ ଥିଲା । ଏହା ପଛରେ କୌଣସି ସତ୍ୟତା ନାହିଁ । ସେ ଜଣେ ସମଲିଙ୍ଗୀ ଅଟନ୍ତି । ତାଙ୍କର ହାସ୍ୟବ୍ୟଙ୍ଗକୁ ନେଇ ଏକ ଆକାଉଣ୍ଟ ରହିଛି । ସେ ଏହି ଆକାଉଣ୍ଟରେ ଏପରି ପୋଷ୍ଟ କରିଛନ୍ତି ।

Get real time updates directly on you device, subscribe now.