fbpx

କାହିଁକି କମ ବୟସରୁ ପାଚିଯାଉଛି ଚୁଟି, ଡାକ୍ତରଙ୍କ ଠାରୁ ଜାଣନ୍ତୁ ଏହାର କାରଣ ଓ ପ୍ରତିକାର

ସାଧାରଣତଃ ବୟସ ବଢିବା ସହ କେଶ ପାଚିଥାଏ । ପୂର୍ବକାଳରେ ଲୋକଙ୍କ ବୃଦ୍ଧାବସ୍ଥା ଆସିବା ପରେ କେଶ ପାଚି ଧଳା ହେଉଥିଲା । କିନ୍ତୁ ବର୍ତ୍ତମାନ ଆମର ଅନିୟମିତ ଖାଦ୍ୟପେୟ ପାଇଁ ବହୁ କମ ବୟସରୁ କେଶ ପାଚିଯାଉଛି । ଆଜିକାଲି ଦେଖିବାକୁ ଗଲେ ପ୍ରାୟତଃ ପଚିଶ ତିରିଶ ବର୍ଷ ଆରମ୍ଭରୁ କେଶ ପାଚିବା ସମସ୍ୟା ଦେଖାଯାଉଛି । ଅନ୍ୟପଟେ ଛୋଟଛୋଟ ପିଲାଙ୍କ କେଶ ମଧ୍ୟ ପାଚି ଯାଉଛି । କେଶ ଧଳା ହେବା ପଛରେ ଅନେକ କାରଣ ରହୁଛି ଯେପରି ଚିନ୍ତା କରିବା, ଖରାପ ଜୀବନଶୈଳୀର ପ୍ରଭାବ, କେତେକ ରୋଗ ସମସ୍ୟା, ପୋଷକ ତତ୍ୱ କମ ହେବାର କାରଣ ରହିଛି । ଶରୀରରେ ହେୟାର ଫୋଲିକ୍ସ ରହିଛି, ଏହା ଏକ ଥଳି ପରି ସ୍କିନ ସେଲ୍ସରେ ଧାଡିହୋଇ ରହିଥାଏ । ହେୟାର ଫୋଲିକ୍ସରେ ପିଗମେଣ୍ଟ କୋଷ ରହିଥାଏ ଯାହାକୁ ମେଲାଲିନ କୁହାଯାଏ । ଏହି ମେଲାଲିନ କେଶକୁ ରଙ୍ଗ ଯୋଗାଇ ଥାଏ । ହେଲେ ବୟସ ବୃଦ୍ଧି ହେବା ପରେ ଏହି ପିଗମେଣ୍ଟ ଗୁଡ଼ିକ କମ ହୋଇଥାଏ ଯାହାପାଇଁ କେଶ ଧଳା ହୋଇଯାଏ ।

କମ ବୟସରୁ କାହିଁକି ପାଚେ କେଶ ?
ନୂଆଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲର ଚର୍ମରୋଗ ବିଭାଗର ବରିଷ୍ଠ ଡାକ୍ତର ରୁଷି ପର୍ଶାର କହିଛନ୍ତି ଯେ, ଭରତରେ ଯଦି ୨୫ ବର୍ଷରୁ କମ ଲୋକଙ୍କ କେଶ ପାଚି ଯାଉଛି ତେବେ ଏହାକୁ ଏକ ପ୍ରମୁଖ ରୋଗ ବୋଲି ଧରାଯିବ ନାହିଁ । ହେୟାର ଫୋଲିକାଲରେ ମେଲାଲିନ ପିଗମେଣ୍ଟ କମ ଥିବାରୁ ଏହି ସମସ୍ୟା ଦେଖାଯାଏ । ଯେତେବେଳେ ମାଲାନିନ କେଶ ଶଫ୍ଟରେ ପ୍ରବେଶ କରେ ନାହିଁ ସେତେବେଳେ କେଶର ରଙ୍ଗ ଧଳା ହୋଇଯାଏ । ଏଥିପାଇଁ ମେଲାଲୋସମ ଫାଟେ ସେତେବେଳେ ମେଲାଲିନ ଏହା ସହ ବାହାରି ସେହି ସଫ୍ଟ ମଧ୍ୟରେ ପ୍ରବେଶ କରେ ଯାହାପାଇଁ କେଶର ରଙ୍ଗ କଳା, ବ୍ରାଉନ ବା ଗୋଲ୍ଡେନ ହୋଇଥାଏ । ଏହା ପରିବେଶ ଦୂଷିତ କାରଣ ବା ପୋଷକ ତତ୍ୱ କମହେବା କାରଣରୁ ହୋଇପାରେ ।

କମ ବୟସରୁ କେଶ ପାଚିବାକୁ ନେଇ ଡା.ରୁଷି କହିଛନ୍ତି ଯେ, ଚୁଟି ଧଳା ହେବା ପଛରେ ଅନେକ କାରଣ ରହିଛି ହେଲେ ଏଥିରେ ବଂଶଗତ କାରଣ ଅଧିକ ପ୍ରଭାବଶାଳୀ । ଜେନେଟିକ୍ ଅବସ୍ଥାରେ ଅଟୋସୋମାଲ୍ ପ୍ରାଧାନ୍ୟ ଅଟେ , ଅର୍ଥାତ୍ ଏହା ପିତାମାତାଙ୍କଠାରୁ ଆସିଥାଏ | ଏହା ସହିତ ମାନସିକ ସମସ୍ୟା, ଚାପ, ଧୂମପାନ, ସେବନ ଭଳି ଜୀବନଶୈଳୀ ପାଇଁ ହୋଇପାରେ | ଏହା ସହିତ, ଯଦି ଆଇରନର ଅଭାବ, ଭିଟାମିନ୍ ବି -12 ର ଅଭାବ କିମ୍ବା ଭିଟାମିନ୍ D3 ର ଅଭାବ ଥାଏ, ତେବେ କେଶ ମଧ୍ୟ ସମୟ ପୂର୍ବରୁ ଧୂସର ହୋଇପାରେ | ଥାଇରଏଡ୍ ପରି ରୋଗ ମଧ୍ୟ ଅଳ୍ପ ବୟସରେ କେଶକୁ ଧଳା କରିପାରେ |

କେଶକୁ ଧଳା ହେବାରୁ କିପରି ରକ୍ଷା କରିବେ..

ଡକ୍ଟର ଋଷି କୁହନ୍ତି, “ସର୍ବପ୍ରଥମେ ଜାଣିବା ଆବଶ୍ୟକ ଯେ ଅଳ୍ପ ବୟସରେ କେଶ କାହିଁକି ଧଳା ହୋଇଯାଉଛି ? ଯଦି ଏହା ଚାପ, ଅଟୋମ୍ୟୁମ୍ୟୁନ ରୋଗ, ଥାଇରଏଡ, ଭିଟାମିନ୍ B12, D3 ଅଭାବ ଯୋଗୁଁ ଘଟୁଛି, ତେବେ ଏହାକୁ ପ୍ରଥମେ ଠିକ କରନ୍ତୁ | କେତେକ ମେଡ଼ିସିନ ଦ୍ୱରା ମଧ୍ୟ ଏହା ଆରୋଗ୍ୟ ହୋଇପାରିବ , ଯଦି ଏହା ଜେନେଟିକ୍ କାରଣରୁ ହୋଇଥାଏ, ତେବେ କେଶକୁ ଧଳା ହେବା ବନ୍ଦ କରିବାର ସମ୍ଭାବନା ବହୁତ କମ୍ ଯଦି କୌଣସି କାରଣରୁ ଚୁଟି ଧଳା ହେଇଯାଉଛି ତେବେ ମେଡ଼ିସିନ ଖାଇବା ପୂର୍ବରୁ ଡ଼ାକ୍ତର ପରାମର୍ଶ କରନ୍ତୁ । କାରଣ ଏହାକୁ ଠିକ କରିବା ପାଇଁ ଔଷଧରେ ପାଶ୍ୱର୍ବର୍ତ୍ତୀ ରୋଗ ହୋଇପାରେ । ବୈଜ୍ଞାନିକଙ୍କ ମତରେ ଧଳା କେଶ ପାଇଁ କୌଣସି ନିଶ୍ଚିତ ପଦ୍ଧତି ବାହାରି ନାହିଁ ଯାହାଦ୍ୱାରା ଧଳା କେଶ କଳା ହୋଇଯିବ ।

କେଶ ଧଳା ନ ହେବା ପାଇଁ ଉପାୟ

ଡାକ୍ତର ରୁଷି ଧଳା କେଶ ନ ହେବାକୁ ନେଇ କହିଛନ୍ତି ଯେ, ସର୍ବପ୍ରଥମେ ଆମେ ନିଜେ ଆମ ଖାଦ୍ୟପେୟ ସଠିକ ରଖିବା ଉଚିତ । କାରଣ ଆଜିକାଲି ପୃଷ୍ଟିକର ଖାଦ୍ୟକୁ କେହି ଖାଉନାହାନ୍ତି । ଆପଣ ସବୁ ପ୍ରକାର ଖାଦ୍ୟ ଖାଆନ୍ତୁ ଏବଂ ଜଙ୍କ ଫୁଡକୁ ସମ୍ପୂର୍ଣ୍ଣ ଆଭୋଏଡ କରନ୍ତୁ । ଋତୁ ଜାତୀୟ ଖାଦ୍ୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ସବୁଜ ପନିପରିବା ଖାଆନ୍ତୁ ।

Get real time updates directly on you device, subscribe now.