fbpx

ବିବାହିତ ମହିଳାମାନେ କାହିଁକି ପିନ୍ଧନ୍ତି ଚୁଡି ; ଜାଣନ୍ତୁ ଏହାର ବୈଜ୍ଞାନିକ ଏବଂ ପୌରାଣିକ କାରଣ

ହିନ୍ଦୁ ଧର୍ମରେ ଅନେକ ପ୍ରଥା, ପରମ୍ପରା ଓ ସଂସ୍କୃତି ରହିଛି । ବିଭିନ୍ନ ପରମ୍ପରାର ଭିନ୍ନ ଭିନ୍ନ ମହତ୍ତ୍ୱ ମଧ୍ୟ ରହିଥାଏ । ତେବେ ବିବାହିତ ମହିଳାଙ୍କ ପାଇଁ ମଧ୍ୟ କିଛି ନିତି ନିୟମ ରହିଛି । ସେଥିମଧ୍ୟରୁ ଗୋଟିଏ ନିୟମ ହେଉଛି ୧୬ ଶୃଙ୍ଗାର । ଜଣେ ବିବାହିତ ମହିଳାପାଇଁ ଏହି ୧୬ ଶୃଙ୍ଗାରର ମହତ୍ତ୍ୱ ବହୁତ ବେଶି ,ଯେଉଁଥିରେ ସିନ୍ଦୁର ବ୍ୟତୀତ ମଙ୍ଗଳସୁତ୍ର ଓ ଚୁଡ଼ି ମଧ୍ୟ ସାମିଲ ଅଛି । ଯାହାକି ବିବାହିତ ନାରୀମାନଙ୍କ ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହ ସେମାନେ ସୌଭାଗ୍ୟବତୀ ମଧ୍ୟ ହୋଇଥାନ୍ତି । ଯଦିଓ ବର୍ତ୍ତମାନ ସମୟ ବଦଳିବା ସହ ଲୋକଙ୍କ ପୋଷାକ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଆସିଛି, ତଥାପି ଚୁଡ଼ିର ପ୍ରଥା ଆଜି ବି ସେମିତି ଜୀବିତ ଅଛି । ଏଗୁଡିକୁ ଏବେବି ଧାର୍ମିକ ରୀତିନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବରେ ବିବେଚନା କରାଯାଏ । ତେବେ ବିବାହିତ ମହିଳାମାନେ ଚୁଡି ପିନ୍ଧିବାର କିଛି ପୌରାଣିକ ଏବଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ସମ୍ପର୍କରେ…

ଚୁଡି ପିନ୍ଧିବାର ପୌରାଣିକ କାରଣ: ହିନ୍ଦୁ ଧର୍ମ ଏବଂ ପୈରାଣିକ ବିଶ୍ୱାସ ଅନୁଯାୟୀ ମହିଳାମାନେ ବିବାହ ପରେ ହାତରେ ଚୁଡ଼ି କିମ୍ବା ଶଙ୍ଖା ପିନ୍ଧିବା ଉଚିତ୍ । କାରଣ ବିଶ୍ୱାସ କରାଯାଏ ଯେ ମହିଳାମାନେ ଚୁଡି ପିନ୍ଧିବା ଦ୍ୱାରା ଦାମ୍ପତ୍ୟ ଜୀବନ ଭଲରେ କଟିବା ସହ ସ୍ୱାମୀଏବଂ ସ୍ତ୍ରୀ ମଧ୍ୟରେ ପ୍ରେମ ମଧ୍ୟ ବଢାଇଥାଏ । ଏତତ୍ ବ୍ୟତୀତ ଯଦି ବିବାହିତ ମହିଳାମାନେ ସେମାନଙ୍କ ହାତରେ ଚୁଡ଼ି ପିନ୍ଧନ୍ତି, ତେବେ ସେମାନଙ୍କ ସ୍ୱାମୀଙ୍କ ବୟସ ବଢିଥାଏ । ସେହିପରି ବାସ୍ତୁ ଶାସ୍ତ୍ରରେ ମଧ୍ୟ ଚୁଡି ପିନ୍ଧିବାର ଅନେକ ଲାଭ ବିଷୟରେ କୁହାଯାଇଛି ।
ବିଶ୍ୱାସ କରାଯାଏ ଯେ ଚୁଡିରୁ ବାହାରୁଥିବା ଶବ୍ଦ ଘରେ ସକରାତ୍ମକ ଶକ୍ତି ସୃଷ୍ଟି କରିଥାଏ ଏବଂ ଘରେ ସୁଖ ଏବଂ ଶାନ୍ତି ବୃଦ୍ଧି କରିଥାଏ । ହିନ୍ଦୁ ପରମ୍ପରା ଅନୁଯାୟୀ ଯେଉଁ ଘରେ ମହିଳାମାନେ ଚୁଡି ପିନ୍ଧନ୍ତି ସେମାନଙ୍କ ଘରେ କୌଣସି ଅଭାବ ରୁହେ ନାହିଁ । ଆର୍ଥିକ ସମସ୍ୟା ମଧ୍ୟ ଦେଖାଦିଏ ନାହିଁ । ଏହା ବ୍ୟତୀତ, ଯଦି ବୁଧ ଗ୍ରହର କୃପା ପାଇବାକୁ ଚାହାଁନ୍ତି ତେବେ ମହିଳାମାନେ ଚୁଡି ପିନ୍ଧିବା ନିହାତୁ ଜରୁରୀ । ସେହିପରି ମହିଳାମାନେ ଚୁଡି ପିନ୍ଧିବାର କିଛି ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଚାଲନ୍ତୁ ଡାଣିବା ସେହି ସମ୍ପର୍କରେ ।

ଚୁଡି ପିନ୍ଧିବାର ବୈଜ୍ଞାନିକ କାରଣ: ବୈଜ୍ଞାନିକମାନଙ୍କ କହିବା ଅନୁଯାୟୀ, ଚୁଡି ପିନ୍ଧିବା ଦ୍ୱାରା ମହିଳାମାନଙ୍କର ହୃଦୟ ଏବଂ ଶ୍ୱାସ ରୋଗ କମିଯାଏ । ଏଥିସହିତ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ । ତେବେ ବିଶେଷଜ୍ଞମାନେ ଆହୁରୀ ମଧ୍ୟ କହିଛନ୍ତି ଯେ ହାତଗଣ୍ଠି ପାଖରୁ ପ୍ରାୟ ୬ ଇଞ୍ଚ ପର୍ଯ୍ୟନ୍ତ ଆକ୍ୟୁପ୍ରେସର ପଏଣ୍ଟ ଅଛି, ଯାହାକୁ ଏକାଠି ଦବାଇଲେ ଶରୀରର ଅନେକ ରୋଗ ଭଲ ହୋଇଥାଏ । ଏହା ମଧ୍ୟ କୁହାଯାଏ ଯେ ଚୁଡି ପିନ୍ଧିବା ଦ୍ୱାରା ଚର୍ମ ଏବଂ ସେମାନଙ୍କ ମଧ୍ୟରେ ଘର୍ଷଣ ହୋଇଥାଏ । ଯାହାଫଳରେ ମହିଳାମାନଙ୍କୁ ଏକ ଶକ୍ତି ମିଳିଥାଏ । ଯାହାକି ରକ୍ତ ସଞ୍ଚାଳନକୁ ନିୟନ୍ତ୍ରଣରେ ରଖିଥାଏ । ତେବେ ମହିଳାମାନେ ଚୁଡି ପିନ୍ଧିବା ଦ୍ୱାରା ନିଜକୁ ଅଧିକ ଶକ୍ତିଶାଳୀ ଅନୁଭବ କରିଥାନ୍ତି ।

Get real time updates directly on you device, subscribe now.