fbpx

UGC NET ଡିସେମ୍ବର ପରୀକ୍ଷା ପାଇଁ ଆଜି ଶେଷ ତାରିଖ: ଏଠାରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ୟୁଜିସି ନେଟ୍ ୨୦୨୨) ର ଡିସେମ୍ବର ଅଧିବେଶନ ପାଇଁ ଆବେଦନ ପ୍ରକ୍ରିୟା ଆଜି ଅର୍ଥାତ୍ ୧୭ ଜାନୁଆରେ ବନ୍ଦ କରିବ ।

ଯେଉଁ ପ୍ରାର୍ଥୀମାନେ ଏପର୍ଯ୍ୟନ୍ତ ୟୁଜିସି ନେଟ୍ ପରୀକ୍ଷା ପାଇଁ ଆବେଦନ କରିନାହାଁନ୍ତି, ସେମାନେ ଅଫିସିଆଲ୍ ୱେବସାଇଟ୍ ugcnet.nta.nic.in ରେ ଜମା କରିପାରିବେ  । ପରୀକ୍ଷା ବିଜ୍ଞପ୍ତି ଅନୁଯାୟୀ, ଜାନୁଆରୀ ୧୭ ରେ ଅପରାହ୍ନ ୫ ଟାରେ ଆବେଦନ ୱିଣ୍ଡୋ ବନ୍ଦ କରାଯାଇଛି ଓ ଜାନୁୟାରୀ ୧୮  ରାତି ୧୧:୫୦ ପର୍ଯ୍ୟନ୍ତ ଫି ଜମା ସୁବିଧା ଉପଲବ୍ଧ ରହିବ  ।

ଏହା ପରେ ଜାନୁଆରୀ ୧୯ ରୁ ଜାନୁୟାରୀ ୨୦ ପର୍ଯ୍ୟନ୍ତ ଆବେଦନ ଫର୍ମ ସଂଶୋଧନ ୱିଣ୍ଡୋ ଆକ୍ଟିଭ ରହିବ  । ୟୁଜିସି ନେଟ୍ ପାଇଁ ପରୀକ୍ଷା ସହରର ଇଣ୍ଟିମେସନ୍ ସ୍ଲିପ୍ ଫେବୃଆରୀ ପ୍ରଥମ ସପ୍ତାହରେ ଏବଂ ଫେବୃଆରୀ ଦ୍ୱିତୀୟ ସପ୍ତାହରେ ପରୀକ୍ଷା ଆଡମିଟ୍ କାର୍ଡ ପ୍ରଦାନ କରାଯିବ  । ୟୁଜିସସି ନେଟ୍ ଡିସେମ୍ବର ୨୦୨୨ ପରୀକ୍ଷା ୨୧ ଫେବୃଆରୀ ରୁ ୧୦ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ହେବାର କାର୍ଯ୍ୟକ୍ରମ ରହିଛି ।

ତେବେ ୟୁଜିସି ନେଟ୍ ଜୁନ୍ ୨୦୨୩ ପରୀକ୍ଷା ୧୩ ରୁ ୨୨ ଜୁନ୍ ମଧ୍ୟରେ ହେବ  । ଜୁନିଅର ରିସର୍ଚ୍ଚ ଫେଲୋସିପ୍ (ଜେଆରଏଫ) ପ୍ରାର୍ଥୀଙ୍କ ପାଇଁ ସର୍ବାଧିକ ବୟସ ସୀମା ନିର୍ଣ୍ଣୟ କରିବା ପାଇଁ କଟ୍ ଅଫ୍ ତାରିଖରେ ମଧ୍ୟ ପରିବର୍ତ୍ତନ କରିଛି ୟୁଜିସି  । ପରୀକ୍ଷା ଏବଂ ଆବେଦନ ସମ୍ବନ୍ଧୀୟ ସମସ୍ତ ଆବଶ୍ୟକୀୟ ସୂଚନା ସରକାରୀ ୱେବସାଇଟରେ ମିଳିବ  ।

Get real time updates directly on you device, subscribe now.