fbpx

ବିଧବା ମହିଳାଙ୍କୁ ଅପହରଣ ପରେ ୨ଦିନ ଧରି କାଜୁଜଙ୍ଗଲରେ ଗଣଦୁଷ୍କର୍ମ ଅଭିଯୋଗ, ନାବାଳକ ସମେତ ୩ଜଣ ଗିରଫ

କେନ୍ଦୁଝର,(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳରେ ପରିବାବିକି ଘରକୁ ଫେରୁଥିବା ଜଣେ ବିଧବା ମହିଳା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ।ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡ଼ିଛି ।

ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଏହି ମହିଳାଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା କୋଇଡା ହାଟରେ ପରିବା ବିକ୍ରିକରି ବଡ଼ବିଲସ୍ଥିତ ନିଜ ଘରକୁ ଫେରୁଥିଲେ । ମାତ୍ର ବଡ଼ବିଲ ଗୁରୁଦ୍ୱାରା ଛକରୁ ଏକ ସ୍କୋର୍ପିଓରେ ତାଙ୍କୁ ଅପହରଣ କରି ଦୁଇଦିନ ଧରି ଅଭିଯୁକ୍ତମାନେ ତାଙ୍କୁ ବଡ଼ବିଲ ଥାନା ଅନ୍ତର୍ଗତ କାଜୁ ଜଙ୍ଗଲରେ ରଖି ଦୁଷ୍କର୍ମ କରିଥିଲେ । କୌଶଳ କ୍ରମେ ପୀଡିତା ଜଣଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ସେଠାରୁ ଖସି ଆସି ଶନିବାର ଥାନାରେ ଅଭିଯୋଗ କରିଥିଲେ ।

Get real time updates directly on you device, subscribe now.