fbpx

ପରିବାରରେ ଝିଅଠୁ ଅଧିକ ବିଧବା ବୋହୁର ରହିଛି ଅଧିକାର, ସରକାର ନିଜ ନିୟମରେ କରନ୍ତୁ ପରିବର୍ତ୍ତନ: ହାଇକୋର୍ଟ

ପ୍ରୟାଗରାଜ: ଆଲାହାବାଦ୍ ହାଇକୋର୍ଟ ଜନ ବଣ୍ଟନ ପ୍ରଣାଳୀରେ ନୂତନ ବ୍ୟବସ୍ଥା ଆଣିବାକୁ ଯାଇ ବୋହୁ ବା ବିଧବା ବୋହୁକୁ ଘରର ଜଣେ ସଦସ୍ୟା ଭାବରେ ବିବେଚନା କରି ଏକ ଗୁରୁତ୍ୱପୂର୍ଣ୍ଣ ଆଦେଶ ଦେଇଛନ୍ତି । ଅଗଷ୍ଟ ୨୦୧୯ର ଆଦେଶରେ ପରିବର୍ତ୍ତନ ଆଣିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଇକୋର୍ଟ ଏହି ଆଦେଶରେ କହିଛନ୍ତି ଯେ, ପରିବାରରେ ଝିଅଠାରୁ ଅଧିକ ବୋହୁର ଅଧିକାର ରହିଛି । କିନ୍ତୁ, ଉତ୍ତରପ୍ରଦେଶ ଜରୁରୀ ଦ୍ରବ୍ୟ (ନିୟନ୍ତ୍ରଣର ବିତରଣର ନିୟନ୍ତ୍ରଣ) ଅର୍ଡର ୨୦୧୬ ରେ ବୋହୂକୁ ପରିବାର ବର୍ଗରେ ରଖାଯାଇ ନାହିଁ ଏବଂ ଏହି ଆଧାରରେ ୨୦୧୯ ର ଆଦେଶ ଜାରି କରିଛନ୍ତି ।

ତେବେ ହାଇକୋର୍ଟ କହିଛନ୍ତି ଯେ, ୨୦୧୯ର ଆଦେଶ ଆଧାରରେ ବୋହୁକୁ ପରିବାରରୁ ଏଡାଇ ଦିଆଯାଇପାରେନା । ପରିବାରରେ ବୋହୁର ଅଧିକାର ବେଶି ରହିଛି । ଏପରି ପରିସ୍ଥିତିରେ ବୋହୁ ବିଧବା ହେଲେ ବି ପରିବାରରେ ତାର ଅଧିକାର ଝିଅ ଠାରୁ ଅଧିକ ରହିବ । କାରଣ ଝିଅ ପରି ବୋହୁ ମଧ୍ୟ ପରିବାର ଏକ ସଦସ୍ୟ । ହାଇକୋର୍ଟରେ ଏହି ଆଦେଶରେ ଉତ୍ତରପ୍ରଦେଶ ପାୱାର କର୍ପୋରେସନ୍ ଲିମିଟେଡ୍ (ସୁପ୍ରା), ସୁଧା ଜେନା ବନାମ ଉତ୍ତରପ୍ରଦେଶ, ଗୀତା ଶ୍ରୀବାସ୍ତବ ବନାମ ଉତ୍ତରପ୍ରଦେଶର ମାମଲା ମଧ୍ୟ ଦର୍ଶାଯାଇଛି ଏବଂ ଆବେଦନକାରୀ ପୁଷ୍ପାଙ୍କ ଆବେଦନକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାଙ୍କ ନାମରେ ରାସନ ଦୋକାନରେ ବଣ୍ଟନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.