କନ୍ଧମାଳ- ପୋଲିସ କ୍ୱଟରରେ ରସିକିଆ ପୋଲିସ ବାବୁ କରୁଥିଲେ ଖେଳ । ୬୦ ବର୍ଷ ବୟସରେ ସୁନ୍ଦରୀଙ୍କୁ ଆଣି ନିଜ ସରକାରୀ କ୍ୱାଟରରେ ଦିନ ଦ୍ୱିପ୍ରହରରେ ବାବୁ ରଖୁଥିଲେ ଶାରୀରିକ ସମ୍ପର୍କ । ହେଲେ କଥାରେ ଅଛି- ସବୁ ରାତି ନୁହେଁ ଚାନ୍ଦିନୀ ରାତି…। ସେମିତି ଦିନେ ଅଚାନକ କ୍ୱାଟରରେ ପହଞ୍ଚିଗଲେ ପତ୍ନୀ । ରୁମ ଭିତରେ ସ୍ୱାମୀ ଓ ଯୁବତୀକୁ ଅସଂଯତ ଅବସ୍ଥାରେ ଦେଖି ପତ୍ନୀଙ୍କ ବୁଲାଇ ଯାଇଥିଲା ମଥା । ଆଗ ପଛ ସବୁ ଭୁଲି ଉଭୟଙ୍କୁ ବହେ ଛେଚିଥିଲେ । ଏହି ଘଟଣା ଏବେ କନ୍ଧମାଳ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।
ସୂଚନା ମୁତାବକ, ୩ ସପ୍ତାହ ହେଲା ଯୁବତୀଙ୍କ ସହ ରଖି ଆସୁଥିଲେ ଶାରୀରିକ ସମ୍ପର୍କ । ଦେହସୁଖ ନେଉଥିବା ବେଳେ ଅଚାନକ ପୋଲିସ କ୍ୱାଟର ଭିତରୁ ପଶିଆସିଲା ପୋଲିସ ବାବାଙ୍କ ସ୍ତ୍ରୀ । ରୁମ ଭିତରେ ସ୍ୱାମୀ ଓ ଯୁବତୀଙ୍କୁ ଲଙ୍ଗଳା, ମୁକୁଳା ଦେଖି ଦୁହିଁଙ୍କୁ ପାନେ ଦେଲା ସ୍ତ୍ରୀ । ତେବେ ସମ୍ପୃକ୍ତ ଯୁବତୀ କହୁଛନ୍ତି, ମାତ୍ର ୩୦୦୦ ଟଙ୍କା ଦେଇ ୩ ସପ୍ତାହ ହେଲା ନେଉଥିଲେ ଦେହସୁଖ । ଯୁବତୀଙ୍କ ସହ ମିଠା ମିଠା କଥା କହି ରୁମକୁ ଆଣିଲେ, ପାଖରେ ସ୍ତ୍ରୀ ନଥିବା କହି ସମ୍ପର୍କ ରଖୁଥିଲେ ।
ପତ୍ନୀଙ୍କ ପେଟେଣ୍ଡ ମେଡିସିନରେ ବାବୁଙ୍କ ଫାଟିଯାଇଛି ମୁହଁ । ତେବେ ଆଗରୁ ଭିଜିଲାନ୍ସ ପଞ୍ଝାରେ ଥାନାର ଦୁଇ ଦୁଇ ଜଣ ଅଧିକାରୀ ପଡ଼ି ସାରିଥିବା ବେଳେ ଏବେ ଥାନା ଉପର ମହଲାରେ ପୁଲିସ ବାବୁଙ୍କ ଅନୈତିକ କାର୍ଯ୍ୟକୁ ନେଇ ସବୁଠି ଚର୍ଚ୍ଚା ଲାଗିରହିଛି ।