ସ୍ୱାମୀ ଏବଂ ବେଷ୍ଟଫ୍ରେଣ୍ଡ ମିଶି ଦେଲେ ଧୋକା, ସ୍ତ୍ରୀ ଏମିତି ନେଲା ପ୍ରତିଶୋଧ ସାରା ସହର ଦେଖି ରହିଗଲା
ସ୍ୱାମୀ ସହ ସାଙ୍ଗ ରଖୁଥିବା ଅବୈଧ ସମ୍ପର୍କ, ସ୍ତ୍ରୀ ନେଲା ଏମିତି ରିଭେଞ୍ଜ
ନୂଆଦିଲ୍ଲୀ: ପ୍ରେମରେ ପ୍ରତାରଣା ପାଇବା ପରେ ଜଣେ ବ୍ୟକ୍ତି ଭିତରୁ ଭାଙ୍ଗିପଡ଼େ। ଏହି ଆଘାତରୁ ବାହାରିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼େ। କିନ୍ତୁ ଚୀନର ହୁନାନ୍ ପ୍ରଦେଶର ଜଣେ ମହିଳା ନିଜ ପ୍ରତାରକ ସ୍ୱାମୀ ଏବଂ ସବୁଠାରୁ ଭଲ ବନ୍ଧୁଙ୍କ ଉପରେ ପ୍ରତିଶୋଧ ନେଇଛନ୍ତି। ପ୍ରତିଶୋଧ ନେବାର ଉପାୟ ସମଗ୍ର ସହରକୁ ଥରାଇ ଦେଇଛି। ଏହି ଘଟଣା ଏବେ ସୋସିଆଲ ମିଡିଆରେ ଦ୍ରୁତଗତିରେ ଭାଇରାଲ ହେଉଛି।
ଏହି ମହିଳା ଜଣକ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ୱାମୀ ଗତ 5 ବର୍ଷ ଧରି ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ରଖିଛନ୍ତି। ସେହି ମହିଳା ଜଣକ ହେଉଛନ୍ତି ତାଙ୍କର ସବୁଠାରୁ ଭଲ ବନ୍ଧୁ।
ଏହି ବିଶ୍ୱାସଘାତକତାରେ ମହିଳା ଜଣକ ଦୁଃଖୀ ହୋଇଯାଇଥିଲେ। କିନ୍ତୁ ନିଜ ଭାଗ୍ୟକୁ ଦୋଷ ଦେବା ଏବଂ ନୀରବରେ ଲୁହ ଢାଳିବା ପରିବର୍ତ୍ତେ ସେ ଏପରି କିଛି କରିଥିଲେ ଯାହା କେହି କଳ୍ପନା କରିନଥିଲେ। ମହିଳା ଜଣକ ପ୍ରତିଶୋଧର ଏପରି ଏକ ପଦ୍ଧତି ଗ୍ରହଣ କରିଥିଲେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।
ଏମିତି ନେଇଥିଲେ ପ୍ରତିଶୋଧ: ସାଉଥ୍ ଚାଇନା ମର୍ଣ୍ଣିଂ ପୋଷ୍ଟର ରିପୋର୍ଟ ଅନୁଯାୟୀ, ମହିଳା ଜଣକ ସାରା ସହରରେ ଲାଲ ବ୍ୟାନର ଲଗାଇଥିଲେ। ଏଥିରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଥିଲା – ମୋ ସ୍ୱାମୀଙ୍କୁ ଧନ୍ୟବାଦ ଯିଏ 5 ବର୍ଷ ଧରି ମୋତେ ଧୋକା ଦେଉଥିଲେ। ଏହି ଧୋକା ଦେବାରେ ମୋ ବିଶ୍ୱସ୍ତ ପ୍ରିୟ ବନ୍ଧୁ ବି ସାମିଲ ଥିଲେ, ଯିଏ ମୋତେ ପଛପଟୁ ଛୁରୀ ମାରୁଥିଲେ।
କେବଳ ଏତିକି ନୁହେଁ, ମହିଳା ଜଣକ ଆଉ ଏକ ବ୍ୟାନର ଲଗାଇଥିଲେ, ଯେଉଁଥିରେ ସେ ସିଧାସଳଖ ତାଙ୍କ ବନ୍ଧୁଙ୍କ ନାମ ନେଇ ଲେଖିଥିଲେ ଯେ, ସେ ନୈତିକତାର ସମସ୍ତ ସୀମା ଅତିକ୍ରମ କରିଥିଲେ।
ତାଙ୍କର ତାଙ୍କ ପ୍ରିୟ ବନ୍ଧୁଙ୍କ ସ୍ୱାମୀଙ୍କ ସହିତ ଅବୈଧ ସମ୍ପର୍କ ଥିଲା। ଏହା ପରେ କେହି ଜଣେ ଏହି ବ୍ୟାନରଗୁଡ଼ିକର ଫଟୋ ଉଠାଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଯାହା କିଛି ସମୟ ମଧ୍ୟରେ ଭାଇରାଲ ହୋଇଗଲା ଏବଂ ଏହି ବ୍ୟାନରଗୁଡ଼ିକ ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି।
ଏହି ଘଟଣା ଏକ ନୂତନ ବିତର୍କ ଆରମ୍ଭ କରିଛି। କିଛି ଲୋକ ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି। ଅନେକ ଏହାକୁ ଭୁଲ ବୋଲି କହୁଛନ୍ତି। ଓକିଲମାନେ କହିଛନ୍ତି ଯେ, ମହିଳାଙ୍କ ଏହି ପଦକ୍ଷେପ ତାଙ୍କ ବନ୍ଧୁଙ୍କ ଗୋପନୀୟତା ଉପରେ ଆକ୍ରମଣ। ଯାହା ଯୋଗୁଁ ତାଙ୍କୁ ଆଇନଗତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।