fbpx

‘ସ୍ୱାମୀ ପାଇଁ ୩ ପ୍ରେମିକା ଦରକାର, ପ୍ରତି ମାସରେ ୩୨ ହଜାର ଟଙ୍କା ସହ ଖାଇବା ମାଗଣା ଦେବି’

ନୂଆଦିଲ୍ଲୀ: ସ୍ୱାମୀ-ସ୍ତ୍ରୀଙ୍କ ରିଲେସନରେ ‘ତୃତୀୟ ବ୍ୟକ୍ତି’ ଆସିଲେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । କିନ୍ତୁ ଜଣେ ପତ୍ନୀ ନିଜ ସ୍ୱାମୀଙ୍କ ଖୁସି ପାଇଁ ଅନ୍ୟ ମହିଳାଙ୍କୁ ନେଇ ଆସିଛନ୍ତି । ସୋସିଆଲ ମିଡିଆରେ ପତ୍ନୀଜଣକ ଏବିଷୟରେ କହିଛନ୍ତି । ସେ ବିଜ୍ଞାପନରେ ସ୍ୱାମୀଙ୍କ ପାଇଁ ୩ ପ୍ରେମିକା ଦରକାର ବୋଲି ଘୋଷଣା କରିଛନ୍ତି । ଅବଶ୍ୟ ତାଙ୍କୁ ଜଣେ ପ୍ରେମିକା ମିଳିଛନ୍ତି, ଆଉ ୨ ଜଣଙ୍କୁ ନିଯୁକ୍ତି ପାଇଁ ଖୋଜାଚାଲିଛି ।

ତେବେ ୪୪ ବର୍ଷୀୟ ପତ୍ତଥିମା ବିଜ୍ଞାପନ ଜାରି କରି ଘୋଷଣା କରିଛନ୍ତି କି, ତାଙ୍କୁ ଏପରି ମହିଳା ଦରକାର, ଯିଏ ତାଙ୍କ ସ୍ୱାମୀଙ୍କୁ ଖୁସିରେ ରଖିପାରିବ ଓ ତାଙ୍କ କାମରେ ସାହାର୍ଯ୍ୟ କରିବ । ଏହା ବଦଳରେ ପ୍ରେମିକାକୁ ପ୍ରତି ମାସରେ ୩୨ ହଜାର ଟଙ୍କାର ଦରମା ମିଳିବ । ରିପୋର୍ଟ ଅନୁସାରେ, ‘ପତ୍ତଥିମା ଏବିଷୟରେ ଟିକଟକରେ ଏକ ଭିଡିଓ ଜାରି କରି କହିଛନ୍ତି । ସେ ନିଜ ଭିଡିସରେ କହିଛନ୍ତି କି, ‘ମୁଁ ୩ ମହିଳାଙ୍କୁ ଖୋଜୁଛି, ଯେଉଁମାନେ ମୋ ସ୍ୱାମୀ, ପିଲା ଓ ଘରର ଯତ୍ନ ନେଇପାରିବେ ।’

ଏହା ସହ ଆବେଦନ କରୁଥିବା ମହିଳାଙ୍କର ଏଚ.ଆଇ.ଭି. ଟେଷ୍ଟ ରିପୋର୍ଟ ଆବଶ୍ୟକ । ସେମାନଙ୍କ ବୟସ ୩୦ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ । ଏହା ସହ ସେମାନଙ୍କ ପାଖରେ ହାଇସ୍କୁଲ ବା କଲେଜର ଡିଗ୍ରୀ ଥିବା ଦରକାର । ମହିଳାଙ୍କୁ ମାଗଣା ରହିବା, ଖାଇବା ମାଗଣାରେ ମିଳିବ । ପତଥିମାଙ୍କ ଏହି ଅଜବ ଚାକିରିକୁ ନେଇ ଥେଇଲ୍ୟାଣ୍ଡ ସୋସିଆଲ ମିଢିଆରେ ଚର୍ଚ୍ଚା ଜୋର ଧରିଛି ।

ପତ୍ତଥିମାଙ୍କ କହିବା ଅନୁସାରେ, ସେ ଡିପ୍ରେସନରେ ଅଛନ୍ତି ଓ ନିଜ ପତ୍ନୀଙ୍କୁ ‘ଖୁସି’ରେ ରଖିପାରୁନାହାନ୍ତି । ସେ କହିଛନ୍ତି ଯେ, ‘ଆମ ପରିବାରରେ ଏବେ ସ୍ୱାମୀଙ୍କ ସହ ‘ଛୋଟ ପତ୍ନୀ’ ସାମିଲ ହେବେ । ଆମେ ସମସ୍ତେ ସାଙ୍ଗ ହୋଇ ଗୋଟିଏ ଘରେ ରହିବୁ । ଏାକସାଙ୍ଗା ଖାଇବା ଖାଇବୁ ଓ ପରସ୍ପରର ଦେଖାଶୁଣା କରିବୁ । ମୁଁ ଗ୍ୟାରେଣ୍ଟି ଦେଉଛି କି, ଆମ ଭିତରେ କେବେ ଝଗଡ଼ା ହେବନି । ସ୍ୱାମୀ ଯାହା ସହ ଶୋଇବାକୁ ବା ରହିବାକୁ ଚାହିଁବେ ରହିପାରିବେ, ତାର ସ୍ୱାଧୀନତା ମୁଁ ତାଙ୍କୁ ଦେବି ।’

Get real time updates directly on you device, subscribe now.