ମା-ପ୍ରେମିକା-ସ୍ତ୍ରୀ କଳି ଓ ପୁରୁଷ, କିଛି ମନୋବୈଜ୍ଞାନିକ କାରଣ ?

ଓଡ଼ିଶା ଭାସ୍କର ବ୍ୟୁରୋ: ଗୋଟିଏ ପୁରୁଷ ଜୀବନରେ ଦୁଇ ନାରୀ ଗୁରୁତ୍ଵପୂର୍ଣ୍ଣ ପ୍ରଥମ ମା, ଯିଏ ଛୁଆକୁ ଜୀବନର ଅର୍ଦ୍ଧ ସୋପାନ ଯାଏ ନେଇ ଯାଇଥାଏ ଏହାପରେ ଏକ ନିର୍ଦ୍ଦିଷ୍ଟ ବୟସରେ ପୁରୁଷ ଜୀବନରେ ପ୍ରେମିକା ବା ସ୍ତ୍ରୀ ପ୍ରବେଶ କରେ । ମା’ ର ଶିକ୍ଷା, ଗୋଟିଏ ବୟସ ଯାଏ ଛୁଆ ଶାରୀରିକ ମାନସିକ ଆଉ ବୌଦ୍ଧିକ ଅଭିବୃଦ୍ଧିକୁ ନିର୍ମାଣ କରେ । ଘରେ କ୍ରମଶଃ ଯାହା ଗୋଟିଏ ଶିଶୁ ଜାଣେ ବାହାର ଦୁନିଆଁ ସଂସ୍ପର୍ଶରେ ଆସିଲେ ଏହି ସବୁର ପରୀକ୍ଷା ହୁଏ , ଶିଶୁ କ୍ରମଶଃ ଯେବେ ଯୁବକ ହୁଏ ୧୬-୨୧ ଏବଂ ୨୧-୨୮ ବର୍ଷରେ ତା ମଧ୍ୟରେ ଏକ ବ୍ୟକ୍ତିତ୍ଵ ବିକାଶ ହୁଏ , ଯାହା ଏକ ସମଷ୍ଟି ଥାଏ । ଏହା ମଧ୍ୟରେ ଯେବେ ଏକ ଯୁବକ ବା ପୁରୁଷ ଜୀବନରେ ଏକ ପ୍ରେମିକା ବା ଯୁବତୀର ଜୀବନରେ ପ୍ରବେଶ ହୁଏ ସେ ପ୍ରଥମ ଥର ପାଇଁ ଶାରୀରିକ, ମନ ଆଉ ମସ୍ତିଷ୍କ କେନ୍ଦ୍ରରେ ପ୍ରଭାବିତ ହୁଏ । ଏହି ସମୟର ଅନେକ ନୂଆ ଧାରଣା ତିଆରି ହୁଏ ଆଉ ଭାଙ୍ଗେ। ତେବେ ନିଜସ୍ଵ ହେଉ ବା ଘର ଲୋକଙ୍କ ନିଷ୍ପତିରେ ବ୍ୟକ୍ତି ବିବାହ କରେ। ଆଉ ଘରେ ମା’ ଆଉ ପତ୍ନୀ ମଧ୍ୟରେ ମତ ପାର୍ଥକ୍ୟ ଦେଖାଯାଏ । ଏଠି ଠିକ୍ ବା ଭୁଲ୍ ନୁହେଁ ଗୋଟିଏ ଘଟଣାକୁ ଦେଖିବା ଦୃଷ୍ଟି ଭଙ୍ଗୀ ପୁରା ଘଟଣାକ୍ରମକୁ ପ୍ରଭାବିତ କରେ।

ମା’ ଓ ଜୀବନ ସାଥି ନେଇ ପୁରୁଷର କିଛି ମନୋବୈଜ୍ଞାନିକ ଧାରଣା

୧. ପୁରୁଷ ଗୋଟିଏ ସ୍ତ୍ରୀ ମଧ୍ୟରେ ନିଜ ମା ର ପ୍ରତିଛବି ଖୋଜିବାକୁ ଚେଷ୍ଟା କରେ, ଯାହା ସ୍ତ୍ରୀ ପ୍ରତି ଅନେକ ସମୟରେ ସମ୍ମାନ ଭାବ ଆଣିଥାଏ । ଯାହା ସ୍ତ୍ରୀର କୌଣସି ଏକ ଗୁଣ ନେଇ ହୋଇ ପାରେ ଯେପରି ରୋଷେଇ, ଅନ୍ୟକୁ ସାହାଯ୍ୟ, କଥାକୁ ବୁଝିବା, ପୁରୁଷର କାର୍ଯ୍ୟକୁ ସମର୍ଥନ ଜଣାଇବା, ସତ କହିବା, ଗୀତ ନୃତ୍ୟ ବା ଆଉ କିଛି ।

୨. ଗୋଟିଏ ସମୟରେ ପୁରୁଷ ଚାହେଁ ଜୀବନ ସାଥି ସହ ସମ୍ପୂର୍ଣ୍ଣ ସ୍ୱାଧୀନତା। ଆଉ ମା କୁ ଏଠାରେ ତା ପୁଅ କିମ୍ବା ଝିଅକୁ ଏହି ନିସର୍ତ୍ତ ସ୍ୱାଧୀନତା ଦେବାକୁ ପଡ଼ିଥାଏ । ଯଦି ମା’ ଏଥିରେ ଆବଶ୍ୟକ ଠାରୁ ଅଧିକ ହସ୍ତକ୍ଷେପ କରେ ଏହାକୁ ପୁଅ ପସନ୍ଦ କରି ପାରେ ନାହିଁ। ଆଉ ମତ ଭେଦ ହୁଏ ଏନେଇ ସ୍ତ୍ରୀ ସହ।

୩. ସେହିପରି ପୁରୁଷ ଚାହେଁ ସ୍ତ୍ରୀ ତା ମା କୁ ସେମିତି ବୁଝିବାକୁ ଚେଷ୍ଟା କରୁ ଯେଭଳି ସେ ବୁଝୁଛି । ତାର ଯତ୍ନ ନେଉ, ଏଠି ନାରୀ ସ୍ଵଭାବ ବୁଝିବାକୁ ହେବ । ନାରୀ ନିଜ ସନ୍ତାନ କ୍ଷେତ୍ରରେ ଅନ୍ୟ ଝିଅକୁ ସହଜରେ ଗ୍ରହଣ କରି ପାରନ୍ତି ନାହିଁ । ଏଣୁ ଝିଅ ଧୈର୍ଯ୍ୟ ପରୀକ୍ଷା ପାଇଁ ପରିସ୍ଥିତି ସୃଷ୍ଟି କରନ୍ତି। ମା ସବୁବେଳେ ପରଖିବାକୁ ଚାହେଁ ତା ବୋହୂ କିଭଳି ସ୍ଥିତି ସମ୍ଭାଳୁଛି । ଅନେକ କ୍ଷେତ୍ରରେ ଏହାକୁ ନେଇ ମତଭେଦ ବି ଦେଖାଯାଏ ।

୪ . ମା ଆଉ ସ୍ତ୍ରୀର ଅଭିଯୋଗ

ଏହା ପ୍ରତି ପୁରୁଷ ପାଇଁ ପ୍ରାଣ ଘାତକ । ସ୍ତ୍ରୀ ଆଉ ମା ଚାହେଁ ପୁଅ ବା ସ୍ବାମୀ ତାଙ୍କ କଥା ଖାଲି ଶୁଣନ୍ତୁ । ସମାଧାନ ଆପଣ କେବେ କରି ପାରିବେନି । ହେଲେ ଯଦି ଧୈର୍ଯ୍ୟ ଧରି ଶୁଣିଲେ ବାସ୍ ଆଉ କିଛି ଆବଶ୍ୟକ ନାହିଁ । କାରଣ ନାରୀ ତା ଗପ ଆଉ କାନ୍ଦରେ ଦାବି ରହିଥିବା କଥା ବା ଭାବନାକୁ ବାହାର କରନ୍ତି । ଏଣୁ ସେ ଆପଣଙ୍କ ସାମ୍ନା ରେ ଏ ସବୁ କରିବେ ସେ ଚାହିଁବେ ଆପଣ ମନ ଦେଇ ସବୁ ଶୁଣନ୍ତୁ। ଆପଣ ସବୁ ଶୁଣନ୍ତୁ , କେବଳ ହଁ କରନ୍ତୁ ଆଉ ବାକି ପରେ କିଛି ଆବଶ୍ୟକ ପଡ଼ିବନି। କଷ୍ଟକର ହେଲେ କାମ କରିବ ଥରେ ଚେଷ୍ଟା କରନ୍ତୁ ।

୫. ଗୋଟିଏ ପୁଅ ନିଜ ମା କୁ ଯେତିକି ପ୍ରେମ କରେ ନିଜ ସ୍ତ୍ରୀକୁ ସେତିକି ପ୍ରେମ କରିବାକୁ ସକ୍ଷମ ହୋଇଥାଏ। ଗୋଟିଏ ଝିଅ ନିଜ ପିତାଙ୍କୁ ଯେତେ ପ୍ରେମ କରେ ନିଜ ଜୀବନସାଥିକୁ ସେତିକି ହୃଦୟରେ ସ୍ଥାନ ଦେଇଥାଏ। ଝିଅଟି ଚାହେଁ ତାର ବାପା ଯେପରି ଯତ୍ନ ଓ ଆଦର କରନ୍ତି ଠିକ୍ ସେହିପରି ତାର ସ୍ୱାମୀ ବି ତାର ସେତିକି ଯତ୍ନ ଓ ଆଦର କରୁ । ତେଣୁ ସେ ସବୁବେଳେ ନିଜ ଜୀବନ ସାଥି ଭିତରେ ବାପାର ପ୍ରତିଛବି କୁ ଖୋଜେ ।

୬. ଗୋଟିଏ ପୁରୁଷ ଜୀବନର ପ୍ରଥମ ପର୍ୟ୍ୟାୟରେ ୦-୭-୧୪ ମା ଶିଶୁକୁ ସମ୍ପୂର୍ଣ୍ଣ ପ୍ରେମ ଦିଏ । ହେଲେ ଏହାପରେ ମା’ କୁ ଆବଶ୍ୟକ ଛୁଆକୁ ତା ହିସାବରେ ସ୍ୱାଧୀନତା ଦେବା ତଥା ତାକୁ ନିୟନ୍ତ୍ରଣ ନକରିବା , ଯଦି ମା ଏପରି କରେ ସନ୍ତାନ ମା କୁ ଘୃଣା କରିବା ଆରମ୍ଭ କରେ । ଅନ୍ୟ ପକ୍ଷରେ ଯଦି ଛୁଆ ଆକର୍ଷଣ ମା ପ୍ରତି ଅଧିକ ଅଛି ମା ଛୁଆ କୁ ପ୍ରେରିତ କରିବା ଆବଶ୍ୟକ ସେ ବିପରୀତ ଲିଙ୍ଗ ସହ ମିଶୁ ଯଦି ଏପରି ଏହି ସମୟରେ ନହୁଏ ତେବେ ଗୋଟିଏ ପୁରୁଷ କେବେ ଅନ୍ୟ ଯୁବତୀ ବା ନାରୀ ସହ ସମ୍ପୂର୍ଣ୍ଣ ମିଶିବାକୁ ସକ୍ଷମ ହେବ ନାହିଁ। ଆଉ ଯଦି ଏପରି ହୁଏ ହାତ ଧରିଥିବା ସାଥି ସହ ଜୀବନ କେବେ ସୁଖମୟ ହୋଇ ପାରିବନି ।

୭. ମତଭେଦ ତ ନିଶ୍ଚୟ ଭାବରେ ରହିବ ହେଲେ ମନଭେଦ ଜୀବନ ବିଷ କରିଦେବ । ଏଠାରେ ଆବଶ୍ୟକ ପୁରୁଷ ନିଜ ମା’ ଆଉ ସ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିତ୍ଵ ହିସାବରେ ଗ୍ରହଣ କରୁ। ମା’ କୁ ମା’ ପରି ଆଉ ସ୍ତ୍ରୀ କୁ ସ୍ତ୍ରୀ ପରି , ଆପଣ ଯଦି ଜଣକୁ ଅନ୍ୟ ଉଦାହରଣ ଦେବେ ତେବେ ଝଡ଼ ହେବ କାରଣ ଉଭୟ ଅଲଗା ଆଉ ନାରୀ ନିଜକୁ ସ୍ଵତନ୍ତ୍ର ମନେକରେ ସେ କେବେ ତୁଳନା ପାତ୍ର ହେବାକୁ ଚାହେଁନା, ନାରୀର ସ୍ଵଭାବ ମିଳନ ଆଉ ସମନ୍ୱୟ । କେବଳ ଆବଶ୍ୟକ ଧୈର୍ଯ୍ୟର।

୮. ମା ଆଉ ସ୍ତ୍ରୀ ଦୁଇ ସମ୍ପର୍କ ସମନ୍ୱୟ କୌଣସି ସାଧନରୁ କମ୍ ନୁହେଁ । ହେଲେ ଯଦି ସନ୍ତୁଳନ ରଖି ପାରିଲେ ଆପଣଙ୍କ ଜୀବନ ସ୍ବର୍ଗ ।

୯. କେବେ ବି ଦୁଇ ନାରୀଙ୍କ କଳହ କୁ ପୁରୁଷ ସିରୀୟସ ବା ଗମ୍ଭୀର ହୋଇ ଗ୍ରହଣ କରିବା ଉଚିତ ନୁହେଁ । ଯଦିଓ ସେମାନେ ଆପଣଙ୍କୁ ପୁରୁଣା କଥା ମନେ ପକେଇ ଘାଣ୍ଟିବାକୁ ଚେଷ୍ଟା କରିବେ । ମନେ ରଖନ୍ତୁ ଆପଣଙ୍କୁ କେବଳ ଉଭୟଙ୍କ କଥା ବିନା ମସ୍ତିଷ୍କ ବା ବିନା ଗମ୍ଭୀର ହୋଇ ଯଦିଓ ଅଭିନୟ କରି ପାରନ୍ତି, ଶୁଣିବାର ଅଛି । ବାସ୍ ଏତିକି ।

୧୦. ଉଭୟଙ୍କ ଭଲ ଗୁଣ ପ୍ରସଂଶା କରନ୍ତୁ । କିଛି ଫୁଲ ମା ଆଉ ସ୍ତ୍ରୀଙ୍କୁ ଦିଅନ୍ତୁ । କେବେ ମା’ ଙ୍କ ସହ ସମୟ ବିତାନ୍ତୁ ଯେମିତି ସେ ନ ଭାବନ୍ତି ଆପଣ ଭୁଲିଗଲେ । ତେଣୁ ଉଭୟଙ୍କୁ ଉପଯୁକ୍ତ ପ୍ରେମ ଦିଅନ୍ତୁ । କାରଣ ପ୍ରତ୍ୟେକଟି ନାରୀ ଚାହେଁ ଟିକେ ସମ୍ମାନ ଓ ପ୍ରେମ ।

୧୧. ଜୀବନରେ ଉପଯୁକ୍ତ ସମନ୍ୱୟ ଖୁବ୍ ଆବଶ୍ୟକତା ଥାଏ । ତେଣୁ ଜୀବନ ସହିତ ତଥା ଉଭୟ ମା’ ଓ ସ୍ତ୍ରୀର ବନ ସହିତ ତାଳଦେଇ ଚାଲିପାରିଲେ ଜୀବନର ରାସ୍ତା ସୁନ୍ଦର ହୋଇପାରିବ । ଜୀବନ ପାଇଛନ୍ତି ଯେତେବେଳେ ଦୁଃଖ କଷ୍ଟ ତ ଆସିବ । ହେଲେ ସେ ସମୟ ସହିତ କିପରି ଖାପ ଖୁଆଇ ପାରିବେ ସେ ବିଦ୍ୟା ବି ଶିଖିବାକୁ ପଡ଼ିବ । ତେଣୁ ବୁଝି ବିଚାରି କାମ କରିବା ଆବଶ୍ୟକ ।

ବିନା ନାରୀରେ ପୁରୁଷ ତିଷ୍ଟିବା ସମ୍ଭବ ନୁହେଁ । ଜୀବନରେ ନାରୀ ଉପସ୍ଥିତି ଅନିବାର୍ୟ୍ୟ ।