fbpx
BJD SKY
BJD SKY

(Video) ପିଣ୍ଟୁଙ୍କ ଚିକିତ୍ସା ପାଇଁ ଆସିଥିବା ଅର୍ଥ କିଏ ରଖିବେ: ତାଙ୍କ ସ୍ତ୍ରୀ ନା ବଡ଼ଭାଇ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡିଉଡର ବିଶିଷ୍ଟ ଅଭିନେତା ପିଣ୍ଟୁ ନନ୍ଦଙ୍କୁ ହରାଇ ଆଜି କାନ୍ଦୁଛି ସାରା ଓଡ଼ିଶା । ଲିଭର ସିରୋସିସରେ ପୀଡ଼ିତ ହେବା ପରେ ତାଙ୍କର ଚିକିତ୍ସା ପାଇଁ ଆବଶ୍ୟକ ପଡ଼ିଥିଲା ୫୦ ଲକ୍ଷରୁ ଅଧିକ ଟଙ୍କା । ଏହା ପରେ ପ୍ରଶଂସକ, ଓଲିଉଡ କଳାକାରମାନେ ପିଣ୍ଟୁଙ୍କୁ ସହଯୋଗର ହାତ ବଢ଼ାଇଥିଲେ । ମାତ୍ର ସମସ୍ତଙ୍କର ଆକୁଳ ନିବେଦନ ନିଷ୍ଫଳ ହୋଇଥିଲା ଆଉ ସବୁଦିନ ପାଇଁ ଆରପାରିକୁ ଚାଲିଯାଇଥିଲେ ପିଣ୍ଟୁ ।

ତେବେ ପିଣ୍ଟୁଙ୍କ ବିପଦ ସମୟରେ ତାଙ୍କ ବଡ଼ଭାଇ ଅଭିରାମଙ୍କ ଆକାଉଣ୍ଟକୁ ଓଡ଼ିଶାବାସୀ ବହୁ ମାତ୍ରାରେ ଅର୍ଥ ଟ୍ରାନ୍ସଫର କରିଥିଲେ । ଏପରିକି ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । ସେହିପରି ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ପିଣ୍ଟୁଙ୍କ ପାଇଁ ଏୟାରପୋର୍ଟରେ ବୁଲିବୁଲି ଲୋକଙ୍କଠାରୁ ଅର୍ଥ ଯୋଗାଡ଼ କରିଥିଲେ । ଉକ୍ତ ଅର୍ଥକୁ ପିଣ୍ଟୁ ଦିଲ୍ଲୀ ଯିବା ସମୟରେ ରାଣୀ ପ୍ରଦାନ କରିଥିଲେ । ଏପରିକି ବହୁ ସହୃଦୟ ପରାୟଣ ବ୍ୟକ୍ତି ମଧ୍ୟ ଗୋପନ ଭାବେ ପିଣ୍ଟୁଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।

ତେବେ ଏବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଆସିଥିବା ଟଙ୍କାକୁ ନେଇ ନୂଆ ଚର୍ଚ୍ଚା ଶୁଣିବାକୁ ମିଳୁଛି । ଟଙ୍କା ପାଇଁ ପିଣ୍ଟୁଙ୍କ ମୃତ୍ୟୁ ଘଟିଲା ବୋଲି ଏବେ ଲୋକେ କହୁଛନ୍ତି । ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ପିଣ୍ଟୁଙ୍କ ଖର୍ଚ୍ଚ ତୁଲାଇବେ ବୋଲି କହିଥିଲେ, ସେ ମଧ୍ୟ ଅର୍ଥ ପ୍ରଦାନ କରିଥିବେ । ଅନ୍ୟପକ୍ଷରେ ପିଣ୍ଟୁଙ୍କ ମୃତ୍ୟୁର କାରଣ ବହୁତ ଶୀଘ୍ର ଜଣାପଡ଼ିବ ବୋଲି ଅଭିନେତା ବବି ମିଶ୍ର କହିଛନ୍ତି । ଏହି ପ୍ରଶ୍ନ କାହିଁ ଉଠୁଛି ତାହା ଏବେ ରହସ୍ୟ ଘେରରେ । ତେବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ଆସିଥିବା ଅର୍ଥ ତାଙ୍କ ସ୍ତ୍ରୀ, ପିଲାଙ୍କୁ ଦିଆଯିବ ନା ଭାଇ ଅଭିରାମ ଉକ୍ତ ଅର୍ଥକୁ ନିଜ ପାଖରେ ରଖିବେ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି ।

Get real time updates directly on you device, subscribe now.