fbpx

ଥମୁନି ଝଡ, ହିଣ୍ଡେନବର୍ଗ ପରେ ଆଦାନୀଙ୍କ ଉପରେ ୱିକିପିଡ଼ିଆର ବଡ଼ ଅଭିଯୋଗ

Advertisement

ନୂଆଦିଲ୍ଲୀ: ଆଦାନୀ ଗ୍ରୁପ ପାଇଁ ସମସ୍ୟା କମିବାର ନାମ ଧରୁନାହିଁ । ଆମେରିକାର ସର୍ଟ ସେଲିଂ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ଆସିବା ପରଠାରୁ ଗ୍ରୁପକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗିଛି । ବର୍ତ୍ତମାନ ଫ୍ରି ଅନଲାଇନ ଏନ୍ସିକ୍ଲୋପେଡ଼ିଆ ୱିକିପିଡିଆ ମଧ୍ୟ ଆଦାନୀ ଗ୍ରୁପ ବିରୋଧରେ ଏକ ବଡ ଅଭିଯୋଗ ଆଣିଛି । ୱିକିପିଡିଆ ଅଭିଯୋଗ କରିଛି ଯେ, ଏକ ଦଶନ୍ଧିରୁ ଅଧିକ ସମୟ ଧରି ‘ସକ୍ ପପୁଟ୍’ ଭେଟେରାନ ବ୍ୟବସାୟୀ ଗୌତମ ଅଦାନୀ, ତାଙ୍କ ପରିବାର ଏବଂ ବ୍ୟବସାୟ ବିଷୟରେ ଅତ୍ୟଧିକ ତଥା ମିଥ୍ୟା କାହାଣୀ ଲେଖିଛି । ‘ସକ୍ ପପୁଟ୍’ ହେଉଛି ନକଲି ଆକାଉଣ୍ଟ ଯାହା ଇଣ୍ଟରନେଟରେ ସକ୍ରିୟ ରହି ଜଣେ ବ୍ୟକ୍ତିଙ୍କ ସପକ୍ଷରେ ଜନସାଧାରଣଙ୍କ ମତାମତ ସୃଷ୍ଟି କରିଥାଏ କିମ୍ବା ବ୍ଲଗ, ଫୋରମ୍, ୱିକିପିଡିଆ ଏବଂ ଫେସବୁକ ଏବଂ ଟ୍ୱିଟର ଭଳି ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ବ୍ୟବହାର କରି ସମସ୍ୟା ସୃଷ୍ଟି କରିଥାଏ ।

ୱିକିପଡିଆ କହିଛି ଯେ, ଏହି ‘ସକ୍ ପପୁଟ୍’ ଗୁଡ଼ିକ ମଧ୍ୟରୁ କେତେକ ମଧ୍ୟ କମ୍ପାନୀ କର୍ମଚାରୀ, ଯେଉଁମାନେ ଭୁଲ ତଥ୍ୟରେ ପରିପୂର୍ଣ୍ଣ ବିଷୟବସ୍ତୁ ଗୁଡ଼ିକୁ ଭର୍ତ୍ତି କରିଥିଲେ ଏବଂ ୱିକିପିଡିଆର ସୂଚନା ଚେତାବନୀ ହଟାଇବା ପାଇଁ କାର୍ଯ୍ୟ କରିଥିଲେ । ଫେବୃଆରୂ ୨୦ର ବିଭ୍ରାନ୍ତିକର ସୂଚନା ରିପୋର୍ଟରେ ୱିକିପିଡିଆ ଏ ସଂପର୍କରେ ଉଲ୍ଲେଖ କରିଛି । ରିପୋର୍ଟରେ କୁହାଯାଇଛି ଯେ, ଆଦାନୀ ଏବଂ ତାଙ୍କ କର୍ମଚାରୀମାନେ ୱିକିପିଡିଆ ପ୍ରବନ୍ଧ ସହ ଜଡ଼ିତ ଭେଦଭାବକାରୀ ପିଆର୍ ସଂସ୍କରଣ ମାଧ୍ୟମରେ ୱିକିପିଡ଼ିଆ ପାଠକଙ୍କୁ ପ୍ରତାରଣା କରିବାକୁ ଚେଷ୍ଟା କରିଥିଲେ । ସଂପାଦକମାନେ ଆଦାନୀ ପରିବାର ଏବଂ ପରିବାର ବ୍ୟବସାୟ ଉପରେ ୯ଟି ଲେଖା ଲେଖିଥିଲେ । ଏଥିମଧ୍ୟରୁ ଅନେକ ଅନେକ ଆର୍ଟିକିଲ ଏଡିଟ କରିଥିଲେ ଏବଂ ବିଭିନ୍ନ ବିଷୟବସ୍ତୁକୁ ଯୋଡ଼ିଥିଲେ । ୱିକିପିଡ଼ିଆ କହିଛି ଯେ, ‘ସକ୍ ପପୁଟ୍’ ପରେ ସେଗୁଡ଼ିକୁ ନିଷେଧ କରାଯାଇଥିଲା ।

ଅପରପକ୍ଷେ ଅନ୍ୟ ଏକ ଘଟଣାକ୍ରମେ ଆଜି ଆଦାନୀ-ହିଣ୍ଡେନବର୍ଗ ମାମଲାରେ ସୋମବାର ସୁପ୍ରିମକୋର୍ଟ ଆଦାନୀ ଗ୍ରୁପ ସଂପର୍କରେ ଫୋର୍ବସ୍ ଦ୍ୱାରା ପ୍ରକାଶିତ ରିପୋର୍ଟକୁ ରେକର୍ଡ଼ରେ ନେବା ଲାଗି ମନା କରି ଦେଇଛନ୍ତି । ଆବେଦକାରୀ ଜୟା ଠାକୁରଙ୍କ ଆଇନଜୀବୀ ବରୁଣ ଠାକୁର ଏହି ଏହି ରିପୋର୍ଟରେ ଗୌତମ ଆଦାନୀଙ୍କ ନାମ ୧୫୧ ଥର ଉଲ୍ଲେଖ କରାଯାଇଛି । ଜାନୁଆରୀରେ ପ୍ରକାଶିତ ଏହି ରିପୋର୍ଟରେ ଆଦାନୀ ଗ୍ରୁପ ଆକାଉଣ୍ଟିଂରେ ଠକେଇ ଏବଂ ଷ୍ଟକ୍ ହେରଫେର ଅଭଯୋଗ ହୋଇଛି । ହିନ୍ଦେନବର୍ଗ ରିପୋର୍ଟ ଅନୁଯାୟୀ ବିନୋଦ ଆଦାନୀ ବିଦେଶରେ ସେଲ୍ କମ୍ପାନୀଗୁଡ଼ିକୁ ପରିଚାଳନା କରନ୍ତି । ସେମାନଙ୍କ ମାଧ୍ୟମରେ କୋଟିକୋଟି ଟଙ୍କା ଭାରତରେ ଆଦାନୀ ଗ୍ରୁପର ତାଲିକାଭୁକ୍ତ ତଥା ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା ।

ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇବାର ୨୫ ଦିନ ମଧ୍ୟରେ ଗୌତମ ଆଦାନୀଙ୍କ ସଂପତ୍ତି ଅଧା ହୋଇଗଲାଣି । ଏମିତିକି ଆଦାନୀ ଏବେ ଆଦାନୀ ୨ବର୍ଷ ପଛକୁ ଚାଲିଯାଇଛନ୍ତି । ଆଦାନୀ ଗ୍ରପ୍ର ସେୟାର ମୂଲ୍ୟରେ ହ୍ରାସ ହେତୁ ଗୌତମ ଆଦନୀଙ୍କ ନିଟ୍ ସଂପତ୍ତିରେ କ୍ରମାଗତ ଭାବେ ହ୍ରାସ ଜାରି ରହିଛି । ୨୦୨୨ ସେପ୍ଟେମ୍ବରରେ ୧୫୦ ବିଲିୟନ ଡ଼ଲାର ସଂପତ୍ତି ସହ ଗୌତମ ଆଦନୀ ବିଶ୍ୱର ତୃତୀୟ ଧନୀ ଶିଳ୍ପପତି ଥିଲେ, ମାତ୍ର ପାଞ୍ଚ ମାସ ମଧ୍ୟରେ ତାଙ୍କର ନିଟ୍ ସଂପତ୍ତି ମୂଲ୍ୟ ୪୭.୪ ବିଲିୟନ ଡ଼ଲାରକୁ ଖସିଆସିଛି । ଫୋବର୍ସ ବିଲିୟନେୟାର ତାଲିକାରେ ଗୌତମ ଆଦାନୀ ବିଶ୍ୱ ଧନୀ ତାଲିକାର ତିନି ନମ୍ବରରୁ ୨୬ ନମ୍ବରକୁ ଖସି ଆସିଛନ୍ତି । ଆଜିର କାରବାରରେ ଆଦାନୀ ଗ୍ରୁପର ୧୦ଟି ସେୟାର ମଧ୍ୟରୁ ୭ଟିରେ ହ୍ରାସ ଜାରି ରହିଛି । ଆଦାନୀ ଟୋଟାଲ୍ ଗ୍ୟାସର ସେୟାର ମୂଲ୍ୟ ୫୨ ସପ୍ତାହର ସର୍ବନିମ୍ନ ସ୍ତରକୁ ଖସିଆସିଛନ୍ତି । ଆଦାନୀ ଗ୍ରୁପର ବଜାର ପୁଞ୍ଜିରେ ୫୭ ପ୍ରତିଶତ ହ୍ରାସ ଘଟିଛି ।

Get real time updates directly on you device, subscribe now.