fbpx
BSKY
BJD MC SKY
BJD YOUTH SKY

‘ଲ୍ୟାଣ୍ଡ ଅଫ୍ ଇଣ୍ଡଷ୍ଟ୍ରି’ ହେବ ବିହାର ! ରାଜ୍ୟର ଅର୍ଥବ୍ୟବସ୍ଥା ଉପରେ କେତେ ପ୍ରାଭାବି ହେବ ନିବେଶକ ଶିଖର ସମ୍ମିଳନୀ

ପାଟଣା: ନିକଟରେ ବିହାରରେ ୨ ଦିବସୀୟ ନିବେଶକ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏହି ସମ୍ମିଳନୀରେ ପ୍ରୟେ ୩୦୦ କମ୍ପାନୀ ଯୋଗ ଦେଇଥିଲେ । ଉକ୍ତ କମ୍ପାନୀ ଗୁଡ଼ିକ ବିହାର ସରକାରଙ୍କ ସହ ୫୦ ହଜାର ୫୩୦ କୋଟି ଟଙ୍କାର ଏମ୍ଓୟୁ ସ୍ୱାକ୍ଷର କରିଛନ୍ତି ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଇ କେବଳ ସାଧାରଣ ଜନତା ନୁହେଁ ବରଂ ବିରୋଧି ଦଳଙ୍କୁ ମଧ୍ୟ ଚକିତ କରୁଛନ୍ତି । ପୂର୍ବରୁ ବିହାରବାସୀ ବେକାରୀ ସମସ୍ୟାକୁ ନେଇ ଅନେକ ଦାବି କରିଆସୁଥିଲେ । ବର୍ତ୍ତମାନ ଲୋକମାନଙ୍କ ଦାବିକୁ ପୁରଣ କରିବା ପାଇଁ ‘ଇଭେଣ୍ଟ୍ସ ବିହାର’ ମାଧ୍ୟମରେ ବିହାର ସରକାର ଅଣ୍ଟା ଭିଡ଼ିଲେଣି । ଏକଦା ବିହାରକୁ ‘ଲ୍ୟାଣ୍ଡ ଅଫ୍ ହିଷ୍ଟ୍ରି’ କୁହାଯାଉଥିଲା କିନ୍ତୁ ବର୍ତ୍ତମାନ ବିହାରକୁ ‘ଲ୍ୟାଣ୍ଡ ଅଫ୍ ଇଣ୍ଡଷ୍ଟ୍ରି’ ଭାବେ ନିର୍ମାଣ କରିବା ଅର୍ଥାତ ଶିଳ୍ପର ବିକାଶ ପ୍ରସଙ୍ଗ ଉପରେ ଜୋର କରୁଛନ୍ତି ନୀତିଶ ସରକାର ।

କହିରଖୁଛୁ ପଟନାରେ ଡିସେମ୍ବର ୧୪ ଏବଂ ୧୫ରେ ୨ ଦିବସୀୟ ନିବେଶକ ଶିଖର ସମ୍ମିଳନୀ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୩୦୦ କମ୍ପାନୀ ବିହାର ସରକାରଙ୍କ ସହ ୫୦ ହଜାର ୫୩୦ କୋଟି ଟଙ୍କାର ଏକ ଏମ୍ଓୟୁ ସ୍ୱାକ୍ଷର କରିଥିଲେ । ଏହି କମ୍ପାନୀ ଗୁଡ଼ିକ ମଧ୍ୟରୁ ଆଦାନୀ ଇଣ୍ଡଷ୍ଟ୍ରିଜ୍, ଭାରତ ପୋଟ୍ରୋଲିୟମ କର୍ପୋରେସନ ଲିମିଟେଡ଼, ପଟେଲ ଏଗ୍ରି ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ, ଇଣ୍ଡୋ ୟୁରୋପିୟନ ହାର୍ଟ ହସ୍ପିଟାଲ୍ସ ଏବଂ ରିସର୍ଚ୍ଚ ଇନ୍ସିଟ୍ୟୁଟ୍ ପ୍ରାଇଭେଟ ଲିମିଟେଡ ଭଲି ଅନେକ କମ୍ପାନୀ ଗୁଡ଼ିକର ନାଁ ସାମିଲ ଅଛି ।

ଏହି ଇନଭେଷ୍ଟର୍ସ ସମ୍ମିଳନୀରେ ଆଦାନୀ ଏଣ୍ଟରପ୍ରାଇସେଜର ନିର୍ଦ୍ଦେଶକ ପ୍ରଣବ ଆଦାନୀ କହିଥିଲେ, ‘ପୂର୍ବରୁ ଆଦାନୀ ଗ୍ରୁପ ଦ୍ୱାରା ବିହାରରେ ୮୫୦ କୋଟି ଟଙ୍କାର ନିବେଶ କରିସାରିଛି । ଏହା ଅନ୍ତର୍ଗତ ପ୍ରାୟ ୩ ହଜାର ଲୋକଙ୍କୁ ପ୍ରତକ୍ଷ ଓ ପରୋକ୍ଷ ଭାବରେ ରୋଜଗାର ଦିଆଯାଇଥିଲା । ବର୍ତ୍ତମାନ ବିହାରରେ ଆଦାନୀ ଗ୍ରୁପର ନିବେଶ ସଂଖ୍ୟା ବୃଦ୍ଧି ପାଇଛି ଯାହା ୧୦ ଗୁଣା ଲୋକଙ୍କୁ ରୋଜଗାରକ୍ଷମ କରିବ ବୋଲି ଆଶା କରାଯାଉଛି । ’ ଏକ ରିପୋର୍ଟରୁ ପ୍ରକାଶ ଯେ ଯେଉଁ କମ୍ପାନୀ ଗୁଡ଼ିକ ବିହାର ସରକାରଙ୍କ ସହ ଏହି ଚୁକ୍ତି ସ୍ୱାକ୍ଷର କରିଛନ୍ତି ସେମାନେ ବିହାରବାସୀଙ୍କ ଉପରେ ବିଶ୍ୱାସ କରନ୍ତି । ବିହାରର ଘରୋଇ ସେକ୍ଟରେ ନିବେଶ କରିବା ଦ୍ୱାରା ରାଜ୍ୟର ଆର୍ଥିକ ଏବଂ ସାମାଜିକ ବିକାଶରେ ସହାୟକ ହେବ । ଏହା ଦ୍ୱାରା ଚାକିରି ଏବଂ ଘରୋଇ ଆୟ ବୃଦ୍ଧି ହେବାରେ ସହୟକ ହେବା ସହ ପ୍ରତକ୍ଷ ଓ ପରୋକ୍ଷ ଭାବରେ ଅନେକ ଲୋକମାନେ ଉପକୃତ ହେବେ । ଆଉ ଏକ ବିଶେଷ କଥା ହେଉଛି ବିହାରରେ ଶ୍ରମିକମାନେ ଶସ୍ତାରେ କାମ କରିବା ପାଇଁ ଉପଲବ୍ଧ ହେବେ । ଏହା ସହ ଏଠାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଉପଯୁକ୍ତ ବାତାବରଣ ମଧ୍ୟ ରହିଛି ।

 

 

Get real time updates directly on you device, subscribe now.