fbpx

କଂଗ୍ରେସ ଦଳ ଭାଙ୍ଗିବା ପଛରେ ନିଜର ଚାଣକ୍ୟ ବୁଦ୍ଧି ଲଗାଇବ ଥିବା ବିଜୟ ଏବେ କଂଗ୍ରେସରେ ଦେବେ କି ଯୋଗ?

Advertisement

ଭୁବନେଶ୍ୱର:ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଯାହା ପାଇଁ ଏବେ ଠାରୁ ସବୁ ଦଳ ମାନେ କସରତ ଆରମ୍ଭ କରିଦେଲେଣି । ସଙ୍ଗଠନ ମଜବୁତ କରିବା ପାଇଁ ଦଳ ମାନେ ଖୁବ ପ୍ରୟାସ କରୁଛନ୍ତି । ଏହାଭିତରେ ସବୁ ଦଳରୁ ନୂଆ ନୂଆ ଷ୍ଟ୍ରାଟଜି ମଧ୍ୟ ଦେଖିବାକୁ ମିଳୁଛି । ଦଳ ଯେଉଁ ଆହ୍ୱାନ ଦେଇଥିଲେ ଏବେ ତାହାକୁ ବାସ୍ତବିକ ରୂପ ଦେବା ପାଇଁ ମଇଦାନରେ ପ୍ରସ୍ତୁତି ଜୋର କରିଛି । ତେବେ ଏହା ଭିତରେ ବାଦ ପଡି ନାହିଁ କଂଗ୍ରେସ । ନିକଟରେ ଦୁଇ ଦୁଇଟି ଉପନିର୍ବାଚନ ରେ କିଛି ଖାସ କରି ପାରି ନଥିବା କଂଗ୍ରେସ ଏବେ ଦଳକୁ ଏକଜୁଟ କରିବାକୁ ଚେଷ୍ଟା କରୁଛି । ଯାହା ପାଇଁ ନିକଟରେ କିଛି ବରିଷ୍ଠ ନେତା ମାନଙ୍କୁ କଂଗ୍ରେସରେ ମିଶିବାରୁ ମଧ୍ୟ ଦେଖିବାକୁ ମିଳିଥିଲା ।

ଓଡିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ଏବେ ଏବେ କଂଗ୍ରେସରେ ଯୋଗ ଦେଇଛନ୍ତି । ଆଉ ଗତକାଲି ପ୍ୟାରିମୋହନ ମହାପାତ୍ରଙ୍କ ଝିଅ ଶିକ୍ତା ପତି କଂଗ୍ରେସରେ ଯୋଗ ଦେଇଛନ୍ତି । ଆଉ ଏବେ ଯାହା ଶୁଣିବାକୁ ମିଳୁଛି କିଛି ଦିନ ମଧ୍ୟରେ କଂଗ୍ରେସରେ ବିଜୟ ପଟ୍ଟନାୟକ ମଧ୍ୟ ଯୋଗ ଦେଇପାରନ୍ତି । ତେବେ ଅନ୍ୟ ବିଜେପି କର୍ମୀଙ୍କ ପରି ବିଜୟ ମହାପାତ୍ର ଦଳରେ ଏତେଟା ଆକ୍ଟିଭ ନାହାନ୍ତି ।

ଯାହା ଶୁଣିବାକୁ ମିଳୁଛି ହୁଏତ ସେ ଦଳ ରେ ସନ୍ତୁଷ୍ଟି ନାହାନ୍ତି କିମ୍ବା ଦଳୀୟ କର୍ମଚାରୀଙ୍କ ସହ ତାଙ୍କର କିଛି ସମ୍ପର୍କ ସେତେ ଖାସ ନାହିଁ । ଆଉ ଏହି ସବୁ ପରିସ୍ଥିତିରେ ନିହାତି ଭାବରେ ସେ ଦଳ ଛାଡି ଅନ୍ୟତ୍ର ଯିବାକୁ ଚିନ୍ତା କରୁଥିବେ । ଆଉ ଏକକଥା ଆମେ ଏହି ଲାଗି କହୁଛୁ କାରଣ ଏବେ ବିଜୟଙ୍କ ଘରକୁ ବିରୋଧୀ ମାନଙ୍କର ସୁଅ ଛୁଟୁଛି । ଯାହା ବିଜେପି ପାଇଁ ଦୁଃଖ ଆଉ ବିଜୟଙ୍କ ପାଇଁ ବହୁତ ଭଲ ସୁଯୋଗ । ଆଉ ଯଦି ବିଜୟ ମହାପାତ୍ର ବିରୋଧୀ ମାନଙ୍କ କଥାରେ ରାଜି ହୋଇ ଯାଆନ୍ତି ତେବେ ତାଙ୍କ ଠାରୁ ଅଧିକ ଖୁସି ବିରୋଧୀ ଦଳ ହେବେ । କାରଣ ରାଜନୀତିରେ ଯେଉଁ କୂଟନୀତିରେ ବ୍ୟବହାର କରାଯାଏ ତାହା ନିପୁଣ ଜ୍ଞାନ ବିଜୟଙ୍କ ପାଖରେ ରହିଛି ।

ଆଉ ବିଜୟ ଯଦି କଂଗ୍ରେସରେ ଯୋଗଦିଅନ୍ତି ତେବେ ଏହା ଦଳ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଶାସକ ଦଳକୁ ମାତ ଦେବା ପାଇଁ କଣ କେଉଁ ରଣନୀତି ଆବଶ୍ୟକ ତାହା ବହୁ ଭଲ ଭାବରେ ଜାଣନ୍ତି ବିଜୟ ମହାପାତ୍ର । କେବଳ ଦେଖିବା ବାକି ରହିଲା ବିଜୟ କଂଗ୍ରେସର ମଙ୍ଗ ଧରିବାକୁ ରାଜି ହେଉଛନ୍ତି କି ନାହିଁ ।

Get real time updates directly on you device, subscribe now.