fbpx

(Video) IPL-୨୦୨୩ରେ ଖେଳିବେ ଜଶପ୍ରୀତ ବୁମରାହ! ମୁମ୍ବାଇ ଶିବିରରୁ ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦୀର୍ଘ ସମୟରୁ ପିଠିରେ ଆଘାତ ଯୋଗୁଁ କ୍ରିକେଟରୁ ଦୂରେଇ ରହିଛନ୍ତି ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ । ଏଥିପାଇଁ ଟି-୨୦ ବିଶ୍ୱକପ ସହିତ ଏସିଆ କପରୁ ମଧ୍ୟ ବାଦ୍ ପଡିଥିଲେ । ଏହାସହିତ ଆଗାମୀ ଆଇପିଏଲରେ ମଧ୍ୟ ସେ ନଖେଳିବା ନେଇ ଚର୍ଚ୍ଚା ହେଉଥିଲା । କିନ୍ତୁ ବର୍ତ୍ତମାନର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଛି, ମୁମ୍ବାଇ ପାଇଁ ଆଇପିଏଲ ଖେଳିବେ କି ବୁମରାହ?

ସୂଚନା ଅନୁସାରେ, ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ବୁମରାହଙ୍କ ଉପସ୍ତିତିର ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି । ଭିଡିଓରେ ବୁମରାହ ଏବଂ ଜୋଫ୍ରା ଆର୍ଚରଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନଙ୍କୁ ଦେଖିବାକୁ ମିଳିଛି । ତେବେ ବୁମରାହଙ୍କ ଖେଳିବା ନେଇ ପ୍ରଶ୍ନର ଉତ୍ତର ହେଉଛି ନା, ବୁମରାହ ଚଳିତବର୍ଷ ଆଇପିଏଲରେ ଯୋଗ ଦେବେ ନାହିଁ । ପ୍ରକୃତରେ ଭାଇରାଲ ହେଉଥିବା ଏହି ଭିଡିଓଟି ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ନିଜ ଅପିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ କରାଯାଇଛି । ତେବେ ବୁମରାହ ମହିଳା ପ୍ରିମିୟର ଲିଗର ଫାଇନାଲ ମ୍ୟାଚ ଦେଖିବା ପାଇଁ ଷ୍ୟାଡିୟମ ଆସିଥିବା ବେଳେ ଦଳର ସଦସ୍ୟମାନଙ୍କୁ ଭେଟିଥିଲେ । ସେହି ସମୟରେ ବୁମରାହ ସାଥୀ ଖେଳାଳି ଜୋଫ୍ରା ଆର୍ଚରଙ୍କ ସହ ଆଲୋଚନା କରୁଥିବାର ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ହେଉଛି ।

 

View this post on Instagram

 

A post shared by Mumbai Indians (@mumbaiindians)

ନିକଟରେ ସେ ନ୍ୟୁଜିଲାଣ୍ଡରେ ନିଜର ପିଠି ସର୍ଜରୀ କରାଇଥିବା ବେଳେ ଡାକ୍ତର ତାଙ୍କୁ ଆରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ଏସିଆ କପ୍ ଏବଂ କ୍ରିକେଟ ବିଶ୍ୱକପ ପୂର୍ବରୁ ବୁମରାହଙ୍କ ଖେଳିବାର ସମ୍ଭାବନା କମ୍ ରହିଛି । ୨୦୨୨ ସେପ୍ଟେମ୍ବର ୨୫ ତାରିଖରେ ସେ ଶେଷ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷରେ ବୋଲିଂ କରିଥିଲେ । ଏହି ସମୟରେ ଆହତ ହୋଇ ସେ ସେହି ଦିନରୁ ଦଳରୁ ବାଦ୍ ପଡିଛନ୍ତି । ତେବେ ଶ୍ରୀଲଙ୍କା ବିପକ୍ଷ ସିରିଜରେ ଚୟନ ହୋଇଥିଲେ ମଧ୍ୟ ପରେ ନାମ ଫେରାଇ ନେଇଥିଲା ବିସିସିଆଇ ।

Get real time updates directly on you device, subscribe now.