fbpx

IPL-2024ରେ କେଉଁ ଭୂମିକା ନେବେ M.S Dhoni? ଇମ୍ପାକ୍ଟ ପ୍ଲେୟର ଭାବରେ ଖେଳିବା ନେଇ କହିଲେ କ୍ରିକେଟର

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ ଆଇପିଏଲ-୨୦୨୩ର ପାଇନାଲ ମ୍ୟାଚ । ଏହି ମ୍ୟାଚ ଚେନ୍ନାଇର ଅଧିନାୟକ ଏମ.ଏସ ଧୋନୀଙ୍କର ଶେଷ ମ୍ୟାଚ ବୋଲି ମଧ୍ୟ କୁହାଯାଉଛି । ତେବେ ମାହି କିମ୍ବା ସିଏସକେ ତରଫରୁ ଏ ନେଇ କୌଣସି ଘୋଷଣା ହୋଇ ନଥିବା ବେଳେ ସେ ଆଗାମୀ ବର୍ଷ ମଧ୍ୟ ଖେଳିବେ ବୋଲି ମଧ୍ୟ ଆଶା ରହିଛି । କିନ୍ତୁ ମାହିଙ୍କର ଆଣ୍ଠୁ ସମସ୍ୟା ଏଥିପାଇଁ ବଡ କାରଣ ହୋଇପାରେ । ତେବେ ଚଳିତବର୍ଷ ଲାଗୁ ହୋଇଥିବା ‘ଇମ୍ପାକ୍ଟ ପ୍ଲେୟର’ ନିୟମରେ ଧୋନୀ ଆଗକୁ ଖେଳିପାରିବେ କି ? ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହୱାଗ ।

MS Dhoni isn't batting up the order for Chennai Super Kings | Cricket News  - Times of India

ଇମ୍ପାକ୍ଟ ପ୍ଲେୟର ନିୟମ ଧୋନୀଙ୍କ କ୍ଷେତ୍ରରେ ଫିଟ ହେବନାହିଁ ବୋଲି ସେହୱାଗ ମତ ରଖିଛନ୍ତି । ସେ କହିଛନ୍ତି ଯେ, ୪୦ ବର୍ଷ ବୟସରେ ଯଦି ଆପଣ ଫିଟ୍ ଅଛନ୍ତି, ତେବେ ଖେଳିବାରେ କୌଣସି ସମସ୍ୟା ନାହିଁ । ଧୋନୀ ଚଳିତବର୍ଷ ଅଦିକ ବ୍ୟାଟିଂ କରି ନାହାନ୍ତି । ଆଣ୍ଠୁଜନିତ ସମସ୍ୟା ଯୋଗୁଁ ସେ ଶେଷ ୨ ଓଭରରେ ବ୍ୟାଟିଂ କରୁଥିବା ଦେଖାଯାଇଛି । ତେବେ ‘ଇମ୍ପାକ୍ଟ ପ୍ଲେୟର’ ନିୟମ ଧୋନୀଙ୍କ ପାଇଁ କାର୍ଯ୍ୟକାରୀ କରା ଯାଇ ନ ପାରେ । କାରଣ କ୍ୟାପଟେନ କୁଲ ନିଜ ନେତୃତ୍ୱ ବା ଅଧିନାୟକ ପଦ ପାଇଁ ଆଇପିଏଲ ଖେଳୁଛନ୍ତି । କିନ୍ତୁ ଇମ୍ପାକ୍ଟ ପ୍ଲେୟର ନିୟମ ସେହି ଖେଳାଳୀମାନଙ୍କ ପାଇଁ ହୋଇଥାଏ, ଯେଉଁମାନେ ଫିଲ୍ଡିଂ କରୁ ନଥିବେ-କିନ୍ତୁ ବ୍ୟାଟିଂ କରୁଥିବେ କିମ୍ବା ଏମିତି ଜଣେ ବୋଲର-ଯିଏ ବ୍ୟାଟିଂ କରୁ ନଥିବେ । ଏହାପରେ ସେହୱାଗ କହିଛନ୍ତି ଯେ, ଧୋନୀଙ୍କୁ ଇନିଂସର ୨୦ ଓଭର ଶେଷ ପର୍ଯ୍ୟନ୍ତ ଫିଲ୍ଡିଂ କରିବାକୁ ହେବ । ତେବେ ଯଦି ସେ ଅଧିନାୟକ ଭାବରେ ନ ଖେଳନ୍ତି, ତେବେ ଜଣେ ଇମ୍ପାକ୍ଟ ପ୍ଲେୟର ଭାବରେ କେବେ ଖେଳିବେ ନାହିଁ ।

IPL 2023: How MS Dhoni the captain is keeping Chennai Super Kings alive |  Cricket News - Times of India

ଏହାପରେ ସେହୱାଗ ଧୋନୀଙ୍କ ଉପରେ ଆଉ ଏକ କଥା କହିଛନ୍ତି । ସେ କହିଛନ୍ତି ଯେ, ଧୋନୀ ଆଗକୁ ଚେନ୍ନାଇ ସୁପର କିଙ୍ଗସର ମେଣ୍ଟର, କୋଚ କିମ୍ବା ଜଣେ କ୍ରିକେଟ ନିର୍ଦ୍ଦେଶକ ଭାବରେ ନଜର ଆସିପାରନ୍ତି । କିନ୍ତୁ ମାହିଙ୍କୁ ତାଙ୍କର ପ୍ରଶଂସକ ଜଣେ ଅଧିନାୟକ ଏବଂ ଜଣେ ଖେଳାଳି ଭାବରେ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଧୋନୀ ଚଳିତବର୍ଷ ଦମଦାର ବ୍ୟାଟିଂ କରୁଥିବା ଦେଖାଯାଇଛି । ୧୫ଟି ମ୍ୟାଚରେ ୧୧ଟି ଇନିଂସରୁ ୧୦୪ ରନ୍ ହାସଲ କରିଛନ୍ତି କ୍ୟାପଟେନ କୁଲ ଧୋନୀ । ଏହାମଧ୍ୟରେ ତାଙ୍କର ଷ୍ଟ୍ରାଇକ ରେଟ ୧୮୫.୭୧ ଥିବା ବେଳେ ବିଶାଳ ଛକା ପ୍ରଶଂସକଙ୍କ ମନକୁ ଛୁଇଁ ପାରିଛି ।

Get real time updates directly on you device, subscribe now.