fbpx

ପୁଣି ଟ୍ୱିଟର କିଣିବାକୁ ମନ ବଳାଉଛନ୍ତି କି ମସ୍କ? Twitter କୁ ନୂଆ ଆପ୍ କରିବାକୁ ଯୋଜନା, ପଢ଼ନ୍ତୁ କ’ଣ ରହିଛି ଅପଡେଟ୍….

Advertisement

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ତଥା ଟେସଲା ସିଇଓ ଏଲନ୍ ମସ୍କ ପୁଣିଥରେ ଟ୍ୱିଟର ଡିଲ୍ ରେ ୟୁଟର୍ଣ୍ଣ ନେଇଛନ୍ତି ମିଡିଆ ରିପୋର୍ଟ ଅନୂଯାୟୀ ଏବେ ମସ୍କଙ୍କ ଦ୍ୱାରା ପୁଣି ଥରେ ଟ୍ୱିଟରକୁ ପୁରୁଣା ଡିଲ୍ ହିସାବରେ କିଣିବା ନେଇ ଚର୍ଚ୍ଚା ହେଉଛି ନ୍ୟୁଜ୍ ଏଜେନ୍ସୀ ବ୍ଲୁମବର୍ଗ ମଧ୍ୟ ଏହାର ଏକ ରିପୋର୍ଟରେ କହିଛି ଯେ ମସ୍କ ଟ୍ୱିଟରରେ ବହୁତ କିଛି ନୂଆ ଯୋଡ଼ିବାକୁ ଚାହୁଛନ୍ତି ଟ୍ୱିଟର ଡିଲକୁ ନେଇ ପୁଣି ମସ୍କ ଆଗକୁ ବଢ଼ିବା ଖବର ମଧ୍ୟରେ ମଧ୍ୟ ନିଜେ ମସ୍କ ଏକ ଟ୍ୱିଟ୍ କରିଛନ୍ତି

ନିକଟରେ ଏକ ଟ୍ୱିଟରେ ସେ ଲେଖିଛନ୍ତି ଯେ ଟ୍ୱିଟର କିଣିବା ଦ୍ୱାରା ନୂଆ ଆପ୍ ନିର୍ମାଣରେ ଶୀଘ୍ରତା ହେବ ଏହି ଟ୍ୱିଟ୍ ପରେ ଏହା ଅନୁମାନ କରାଯାଉଛି ଯେ ମସ୍କ ଟ୍ୱିଟର ଡିଲକୁ ପୂରା କରିବାକୁ ଯାଉଛି ଏହିଭଳି ଖବର ମଧ୍ୟରେ ଆମେରିକା ବଜାରରେ ମଧ୍ୟ ଟିଟ୍ୱରର ଶେୟାରରେ ବୃଦ୍ଧି ଦେଖାଦେଇଛି ମିଡିଆ ରିପୋର୍ଟରେ କୁହାଯାଇଛି ଯେ ମସ୍କ ଟ୍ୱିଟରକୁ ଚିଠି ଲେଖି ଏହି ଡିଲ୍ ପୂରା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି

ଏହା ପୂର୍ବରୁ ଟେସଲା ସିଇଓ ଟ୍ୱିଟରକୁ ଆହୁରି ଅଧିକ ଉପଯୋଗୀ କରିବା ନେଇ କହିଥିଲେ ବ୍ଲୁମବର୍ଗ ଅନୂଯାୟୀ ମସ୍କ ଏହି ସୋସିଆଲ ମିଡିଆ ଆପ୍ ରେ ୱିଚାଟ୍ କିମ୍ବା ଟିକ୍ଟକ୍ ଭଳି ଅନେକ ନୂଆ ଫିଚର ଯୋଡ଼ିବାକୁ ଚାହୁଛନ୍ତି

Get real time updates directly on you device, subscribe now.