fbpx

ଅକ୍ଟୋବର-ନଭେମ୍ବରରେ ୫ ଦିନ ପାଇଁ ବନ୍ଦ ରହିବ ମଦ ଦୋକାନ: ଦେଖନ୍ତୁ ଲିଷ୍ଟ୍

Advertisement

ନୂଆଦିଲ୍ଲୀ: ଚଳିତ ବର୍ଷର ଅବଶିଷ୍ଟ ଦିନ ପାଇଁ ଡ୍ରାଏ ଡେ’ର ନୂଆ ତାଲିକା ପ୍ରକାଶ କରିଛନ୍ତି ଦିଲ୍ଲୀ ସରକାର । ନୂଆ ତାଲିକା ଅନୁସାରେ, ବର୍ଷର ଅବଶିଷ୍ଟ ୩ ମାସରେ ୬ ଦିନ ଡ୍ରାଏ ଡେ’ ହେବ । ଏହା ପୂର୍ବରୁ ୩ ଦିନ ଡ୍ରାଏ ଡେ’ ରଖାଯାଇଥିଲା, ଯାହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ତାଲିକା ଅନୁସାରେ, ଆଜି ଅର୍ଥାତ୍ ୫ ଅକ୍ଟୋବର ମଧ୍ୟ ରାଜଧାନୀରେ ଡ୍ରାଏ ଡେ ରହିବ । ଦିଲ୍ଲୀରେ ଆପ୍ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ମଦ ନୀତିକୁ ନେଇ ଅନେକ ବିବାଦ ହୋଇଥିଲା, ଯାହାପରେ ସରକାରଙ୍କୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ପଡିଥିଲା । ତେବେ ନୂଆ ମଦ ନୀତିରେ ଘାଟାଲାର ଅଭିଯୋଗରେ ସିବିଆଇ ଦ୍ୱାରା ଯାଞ୍ଚ ଜାରି ରହିଛି । ନୂଆ ମଦ ନୀତି ବାତିଲ ହେବା ପରେ ଦିଲ୍ଲୀରେ ୧ ସେପ୍ଟେମ୍ବରରୁ ପୁରୁଣା ମଦ ନୀତି ଉପରେ ହିଁ ବିକ୍ରି ଚାଲିଛି । ଦିଲ୍ଲୀରେ ଏବେ କେବଳ ସରକାରୀ ଦୋକାନରେ ମଦ ବିକ୍ରି ହେଉଛି ।

ଆଜି ବ୍ୟତୀତ ଦିଲ୍ଲୀରେ କେଉଁ କେଉଁ ଦିନ ରହିବ ଡ୍ରାଏ ଡେ ?

୯ ଅକ୍ଟୋବର – ମିଲାଦ ଉନ୍ ନାବି, ମହାରାଣୀ ବାଲ୍ମିକୀ ଜୟନ୍ତୀ ।
ଅକ୍ଟୋବର ୨୪ – ଦୀପାବଳୀ ।
ନଭେମ୍ବର ୮ – ଗୁରୁ ନାନକ ଜୟନ୍ତୀ ।
୨୧ ନଭେମ୍ବର – ଗୁରୁ ତେଗ ବାହାଦୂର ଶହୀଦ ଦିବସ ।

ଆପ୍ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୂଆ ମଦ ନୀତିରେ ଡ୍ରାଏ ଡେ’ର ସଂଖ୍ୟା ହ୍ରାସ କରାଯାଇ ୩ କରାଯାଇଥିଲା । କିନ୍ତୁ ଏବେ ପୁରୁଣା ମଦ ନୀତି ଲାଗୁ ହେବା ପରେ ଡ୍ରାଏ ଡେ ଏବେ ମୋଟ ୨୧ ହୋଇଯାଇଛି । କେଜରିୱାଲ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ନୀତିରେ କେବଳ ୨୬ ଜାନୁଆରୀ, ୨୫ ଅଗଷ୍ଟ ଓ ୨ ଅକ୍ଟୋବରକୁ ହିଁ ଡ୍ରାଏ ଡେ’ରେ ରଖାଯାଇଥିଲା । ଏହାକୁ ନେଇ ଉଭୟ କେନ୍ଦ୍ର ଓ ଦିଲ୍ଲୀ ସରକାର ମୁହାଁ ମୁହିଁ ହୋଇଥିଲେ ।

Get real time updates directly on you device, subscribe now.