fbpx
BSKY SKY
BSKY SKY

ସେନାର ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ପାଇଲଟ ସହିଦ

BSKY

ନୂଆଦିଲ୍ଲୀ: ଅରୁଣାଚଳପ୍ରଦେଶରେ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ତାୱାଙ୍ଗ ଅଞ୍ଚଳରେ ‘ଚିତା’ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣେ ପାଇଲଟ ସହିଦ ହୋଇଛନ୍ତି । ଏହା ସହ ଘଟଣାରେ ଆଉ ଜଣେ ପାଇଲଟ ଆହତ ହୋଇଥିବା ସୂୂଚନା ମିଳିଛି ।

ତେବେ ଚିତରା ହେଲିକପ୍ଟରର ଦୁର୍ଘଟଣାକୁ ନେଇ ଜଣେ ସେନା ଅଧିକାରୀ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୁର୍ଘଟଣା କିପରି ହେଲା, ସେନେଇ ଛାନଭିନ୍ ଜାରି ରହିଛି । ଏହା ସହ ଆହତ ପାଇଲଟକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.