fbpx

୪୪ ହଜାର କାର୍ ୟୁନିଟ୍ ଫେରାଇଲା ଏହି କାର୍ କମ୍ପାନୀ: ବୟାନ ଜାରି କରି କହିଲା ବଡ଼ କାରଣ

ନୂଆଦିଲ୍ଲୀ: ବାହନ ନିର୍ମାତା KIA India ଏହାର ଲେଟେଷ୍ଟ ମଡେଲ Kia Carens ର ୪୪,୧୭୪ ୟୁନିଟକୁ ବଜାରରୁ ଫେରାଇନେଇଛି । ଏତେ ବଡ଼ ଆକାରରେ ଗାଡ଼ିଗୁଡ଼ିକୁ ଫେରାଇବାର କାରଣକୁ ନେଇ କମ୍ପାନୀ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଏଥିରେ Kia Motors ତରଫରୁ କୁହାଯାଇଛି ଯେ ଏକ ଦାୟିତ୍ୱବାନ୍ କମ୍ପାନୀ ହିସାବରେ ବାହନକୁ ବଜାରରୁ ଫେରାଇ ଏହାର ନିରୀକ୍ଷଣ କରିବାର ନିଷ୍ପତ୍ତି ନିଆଯାଇଛି । ଏଥିରେ କାରରେ ଥିବା ତ୍ରୁଟିର ଯାଞ୍ଚ କରି ଏହାକୁ ସଂଶୋଧନ କରାଯିବ ।

ପିଟିଆଇ ଅନୂଯାୟୀ, KIA India ତରଫରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ ଏୟାରବ୍ୟାଗ୍ କଣ୍ଟ୍ରୋଲ କରୁଥିବା ସଫ୍ଟଓୟାରରେ କୌଣସି ସମ୍ଭାବିତ ତ୍ରୁଟି ରହିଛି, ଯାହାକୁ ଠିକ୍ କରାଯାଇପାରିବ । ରିପୋର୍ଟ ଅନୂଯାୟୀ, କମ୍ପାନୀ Kia Carensର ସଫ୍ଟଓୟାର ଅପଡେଟ ପାଇଁ ଏହାକୁ ସ୍ୱେଚ୍ଛାକୃତ ରିକଲ କ୍ୟାମ୍ପେନର ଘୋଷଣା କରିଛି ।

କମ୍ପାନୀ ଟେଷ୍ଟିଂ ପାଇଁ ବାହାନକୁ ମଗାଇବାକୁ ନିଷ୍ପତ୍ତି ନେଇଛି । ଆବଶ୍ୟକ ପଡ଼ିଲେ ଗ୍ରାହକଙ୍କଠାରୁ ମଗାଯାଇଥିବା କାରରେ ଏକ ସଫ୍ଟଓୟାର ଅପଡେଟ୍ କରାଯିବ, ଯାହା ମାଗଣା ହେବ । ଏହି କ୍ୟାମ୍ପେନ୍ ଅନ୍ତର୍ଗତ କିଆର ଏହି ମଡେଲର ଗ୍ରାହକଙ୍କୁ ଆପଏଣ୍ଟମେଣ୍ଟ ସିଡ୍ୟୁଲ କରିବା ପାଇଁ ଅଥରାଇଜ୍ ଡିଲରଙ୍କୁ ଯୋଗାଯୋଗ କରିବାକୁ ହେବ । କମ୍ପାନୀର ୱେବସାଇଟ୍ କିମ୍ବା ଆପ୍, କିମ୍ବା ଟୋଲ୍ ଫ୍ରି ନମ୍ବର (୧୮୦୦-୧୦୮-୫୦୦୦) ରେ ଯୋଗାଯୋଗ କରିପାରିବେ ।

କିଆ କ୍ୟାରେନ୍ସ ଭାରତୀୟ କାର୍ ମାର୍କେଟରେ କମ୍ପାନୀର ଦ୍ୱିତୀୟ MPV ଅଟେ ଏବଂ ୨୦୧୯ ରେ ଭାରତରେ ଲଞ୍ଚ ହେବା ପରଠାରୁ ଏହାର କମ୍ପାନୀର ୫ମ କାର୍  । ଏହା ବ୍ୟତୀତ କମ୍ପାନୀର ସୋନେଟ୍, ସେଲ୍ଟୋସ୍, କାର୍ନିଭାଲ ଏବଂ ଇଭି୬ ମଡେଲ ସେଲ୍ ରହିଛି । କ୍ୟାରେନ୍ସକୁ ଫେବୃଆରୀରେ ଲଞ୍ଚ କରାଯାଇଥିଲା । ଏହି କାର୍ ୬-୭ ସିଟର ସିଟିଂ ଅପ୍ସନ ସହ ରହିଛି । Kia Carens ରେ ୩ ଇଞ୍ଜିନ ଅପ୍ସନ ରହିଛି । କାରରେ ସ୍ମାର୍ଟଷ୍ଟ୍ରିମ ୧.୫ ପେଟ୍ରୋଲ, ସ୍ମାର୍ଟଷ୍ଟ୍ରିମ ୧.୪ ଟି-GDi ପେଟ୍ରୋଲ ଏବଂ ୧.୫ CRDi VGT ଡିଜେଲ ଇଞ୍ଜିନ ରହିଛି ।

 

Get real time updates directly on you device, subscribe now.