fbpx

ଆସିଲା ନୂଆ ନିୟମ ! ଖୁଲମଖୁଲା ବିକି ପାରିବେ ନାହିଁ କଣ୍ଡମ ସହ ଏହି ଜିନିଷ…

 

ନୂଆଦିଲ୍ଲୀ: ବର୍ତ୍ତମାନ ରାଜ୍ୟ ତଥା ଦେଶରେ ନକଲି ଜିନିଷର କାରବାର ବୃଦ୍ଧି ପାଇପାର ଲାଗିଛି । ଫଳରେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ତେବେ କିଛି ଦିନ ହେବ ନକଲି ଔଷଧ କାରବାର ବୃଦ୍ଧି ପାଇବାର ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଔଷଧ ଦୋକାନୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ ହୋଇଛି । ତେବେ ଏହି ନୂଆ ନିୟମ ଅନୁଯାୟୀ କୌଣସି ମେଡ଼ିସିନ ଷ୍ଟୋର ଦୋକାନୀମାନେ କଣ୍ଡୋମ ଏବଂ ଫେସ୍ ମାସ୍କ ସାଧାରଣ ଜିନିଷ ପରି ବିକ୍ରୀ କରିପାରିବେ ନାହିଁ ।

ଏଥିପାଇଁ ସେମାନଙ୍କୁ କିଛି ନିୟମ ମାନିବାକୁ ପଡିବ | ପ୍ରକୃତରେ ମେଡିକାଲ୍ ଉପକରଣ ନିୟମର ସଂଶୋଧନ ଅନୁଯାୟୀ,ପ୍ରତ୍ୟକ ମେଡ଼ିସିନ ଷ୍ଟୋର ମାଲିକମାନଙ୍କୁ ଏକ ପଞ୍ଜୀକରଣ ବା ରେଜଷ୍ଟେସନ କରିବାକୁ ପଡବ । ଏହି ନିୟମ ଅନୁସାରେ ଥର୍ମୋମିଟର, କଣ୍ଡୋମ, ଫେସ୍ ମାସ୍କ, ଚଷମା କିମ୍ବା ଅନ୍ୟ କୌଣସି ମେଡିକାଲ୍ ଉପକରଣ (Medical Device) ବିକ୍ରି କରୁଥିବା ସମସ୍ତ ଷ୍ଟୋର ମାଲିକଙ୍କ ପାଇଁ ରାଜ୍ୟ ଲାଇସେନ୍ସ ପ୍ରାଧିକରଣରେ ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ । ତେବେ ଏହି ନୂତନ ନିୟମ ପରେ ମେଡିକାଲ୍ ଉପକରଣଗୁଡ଼ିକର ରେକର୍ଡ ରଖିବା ସହଜ ହୋଇଯିବ ।

ସରକାରୀ ବିଜ୍ଞପ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ଲାଇସେନ୍ସ ପ୍ରଦାନକାରୀ ଅଧିକାରୀଙ୍କୁ ୧୦ ଦିନ ମଧ୍ୟରେ ଆବେଦନ କରିବାକୁ ପଡିବ। ଯଦି ଆବେଦନ ପ୍ରତ୍ୟାଖ୍ୟାନ ହୁଏ, ତେବେ ଏନେଇ କର୍ତ୍ତୃପକ୍ଷଙ୍କୁ ଲିଖିତ ଆକାରରେ କାରଣ ଦର୍ଶାଇବାକୁ ପଡିବ । ଯଦି ପଞ୍ଜୀକରଣ ମଞ୍ଜୁର ହୁଏ ନାହିଁ, ଆବେଦନକାରୀ ଆବେଦନ ପ୍ରତ୍ୟାଖ୍ୟାନ ହେବାର ୪୫ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ନିକଟକୁ ଯାଇପାରିବେ। ତେବେ ଦେଶରେ ପ୍ରାୟ ୯.୫ ଲକ୍ଷ ଡ୍ରଗ୍ ଡିଲର ଅଛନ୍ତି। ଯେଉଁମାନେ ଏହି ପଞ୍ଜିକରଣ କରିବାକୁ ବାଧ୍ୟ ।

ଇଣ୍ଡିଆନ୍ ଏକ୍ସପ୍ରେସରେ ପ୍ରକାଶିତ ଖବର ଅନୁଯାୟୀ, ନୂତନ ମେଡିକାଲ୍ ଉପକରଣ ନିୟମ ଅନୁଯାୟୀ, ମେଡିକାଲ ଷ୍ଟୋରର ମାଲିକମାନେ ଲାଇସେନ୍ସସିଙ୍ଗ ଅଥୋରେଟିଙ୍କୁ ଏହା ଦର୍ଶାଇବାକୁ ପଡ଼ିବ ଯେ ସେମାନଙ୍କର ପାଖରେ ମେଡିକାଲ ସାମଗ୍ରୀ ଅର୍ଥାତ୍ ଔଷଧ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅନ୍ୟ ସବୁ ସାମଗ୍ରୀ ରଖିବା ପାଇଁ ଯଥେଷ୍ଟ ସ୍ଥାନ, ଆବଶ୍ୟକୀୟ ତାପମାତ୍ରା ଏବଂ ଉପ ଯୁକ୍ତ ଆଲୋକ ଅଛି । ତେବେ ମେଡିକାଲ ଷ୍ଟୋରଗୁଡିକ କେବଳ ଯେ ଦୁଇ ବର୍ଷ ପାଇଁ ଗ୍ରାହକଙ୍କ ସଂଖ୍ୟା, ଔଷଧଗୁଡିକର ବ୍ୟାଚ୍ କିମ୍ବା ଯନ୍ତ୍ରପାତିର ରେକର୍ଡ ରଖିବ ତାହା ନୁହେଁ ବରଂ ଏକ ଲାଇସେନ୍ସ ପ୍ରାପ୍ତ ଉତ୍ପାଦକ କିମ୍ବା ଆମଦାନୀକାରୀଙ୍କଠାରୁ ଯନ୍ତ୍ରପାତି କିଣିବାକୁ ପଡ଼ିବ । ଏତତ୍ ବ୍ୟତୀତ ମେଡିକାଲ୍ ଷ୍ଟୋରଗୁଡିକରେ ମଧ୍ୟ ଦକ୍ଷ ବୈଶୟିକ କର୍ମଚାରୀର ବିବରଣୀ ପ୍ରଦାନ କରିବାକୁ ପଡିବ । ଏଥିସହିତ ମେଡିକାଲ୍ ଷ୍ଟୋରଗୁଡିକ ନିଶ୍ଚିତ ଭାବରେ ପଞ୍ଜୀକୃତ ଫାର୍ମାସିଷ୍ଟ କିମ୍ବା ଏହାର କର୍ମଚାରୀ ସ୍ନାତକ ଏବଂ ମେଡିକାଲ୍ ଉପକରଣ ବିକ୍ରୟ କରିବାରେ ଅତି କମରେ ଏକ ବର୍ଷର ଅଭିଜ୍ଞତା ଥିବା ଦର୍ଶାଇବାକୁ ପଡିବ ।

 

Get real time updates directly on you device, subscribe now.