fbpx

Desert Knight; ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବ କି ଭାରତ? ଏହି ଦୁଇ ଦେଶ ସହ କରୁଛି ସମରାଭ୍ୟାସ…

ନୂଆଦିଲ୍ଲୀ: ବର୍ତ୍ତମାନ ବିଭିନ୍ନ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲ-ହମାସ ଏବଂ ହୁତି ସଂକଟ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ବଢାଇ ଦେଇଛି । ତେବେ ଏସବୁ ଯୁଦ୍ଧ ଭିତରେ ଭାରତ ସର୍ବଦା ଚୁପ୍ ରହିଛି । କିନ୍ତୁ ବର୍ତ୍ତମାନ ଭାରତ ମଧ୍ୟ ଖୁବଶୀଘ୍ର ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇବ ବୋଲି ଆଲୋଚନା ଜୋର ଧରିଲାଣି । କାରଣ ଭାରତ ଏବେ ଦୁଇ ଦେଶ ସହିତ ସମରାଭ୍ୟାସ କରୁଥିବାର ଦେଖାଯାଇଛି । ଭାରତର ବାୟୁସେନା ଏହି ଯୁଦ୍ଧାଭ୍ୟାସରେ ନିଜକୁ ପ୍ରସ୍ତୁତ କରୁଥିବାର ଦେଖିବାକୁ ମିଳିଛି । ଯାହା ଆଗାମୀ ଭବିଷ୍ୟତକୁ ନେଇ ଭୟ ବଢାଇ ଦେଇଛି ।

ଭାରତୀୟ ବାୟୁସେନା ଏବଂ ଫ୍ରେଞ୍ଚ ବାୟୁସେନାର ଅଧିକାରୀମାନଙ୍କ ଦ୍ୱାରା ଏକ ମିଳିତ ଯୁଦ୍ଧାଭ୍ୟାସ କରାଯାଇଛି । ଏହାକୁ ‘odisha bhaska’ ନାମରେ ନାମିତ କରାଯାଇଛି । ଏହି ଅଭ୍ୟାସ ସମୟରେ ସ୍ପେସ ଫୋର୍ସ ଏବଂ ୟୁନାଇଟେଡ ଆରବ ଅମିରାତର ଏୟାରଫୋର୍ସ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି । ବାୟୁସେନାର ଏହି ସ୍ୱତନ୍ତ୍ର ଅଭ୍ୟାସ ସମୟରେ ଆଧୁନିକ ରାଫେଲ ଫାଇଟର ଏୟାରକ୍ରାଫ୍ଟ ସହ ମଲ୍ଟି ରୋଲ ଟାଙ୍କର ଟ୍ରାନ୍ସପୋର୍ଟ, ୟୁଏଇ ଏୟାରଫୋର୍ସ ଏବଂ ଏଫ-୧୬ ଫାଇଟର ଏୟାରକ୍ରାଫ୍ଟର ଜଲୱା ଦେଖିବାକୁ ମିଳିଛି । ତେବେ ଭାରତର ଏହି ସମରାଭ୍ୟାସ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ପାକିସ୍ତାନ ଏବଂ ଚୀନ ନିଜକୁ ସାବଧାନ କରି ନେଇଥିବେ । ତେବେ ଏହି ଫାଇଟର ଏୟାରକ୍ରାଫ୍ଟକୁ ୟୁଏଇର ଅଲ୍-ଦଫ୍ରା ଏୟାରବେସରୁ ଅପରେଟ କରା ଯାଉଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି । ୟୁଏଇର ଅଲ୍-ଦଫ୍ରା ଏୟାରବେସ ଫ୍ରାନ୍ସରୁ ପ୍ରାୟ ୭ ଘଣ୍ଟା ଦୂରରେ ଅବସ୍ଥିତ । ୨୦୨୦ ମସିହା ଜୁଲାଇ ୨୭ ତାରିଖରେ ରାଫେଲ ଯୁଦ୍ଧ ବିମାନ ଭାରତକୁ ଅଣା ଯାଉଥିବା ବେଳେ ବିଶ୍ରାମ ପାଇଁ ଏହି ଏୟାରବେସରେ ଲ୍ୟାଣ୍ଡିଂ କରିଥିଲା ଯୁଦ୍ଧ ବିମାନ ।

ଭାରତୀୟ ବାୟୁସେନା, ଫ୍ରେଞ୍ଚ ବାୟୁସେନା ଏବଂ ସଂଯୁକ୍ତ ଆରବ ଅମୀରାତର ବାୟୁସେନା ଦ୍ୱାରା ହୋଇଥିବା ଏହି ସମରାଭ୍ୟାସରେ ଆଧୁନିକ ଏଫ-୧୬ ଯୁଦ୍ଧ ବିମାନ, ଏସୟୁ-୩୦ ଏମକେଆଇ, ଏମଆଇଜି-୨୯, ଜଗୁଆର ଯୁଦ୍ଧ ଏୟାରକ୍ରାଫ୍ଟ, ଏଡବ୍ଲୁଏସିଏସ ସିଷ୍ଟମ, ସି-୧୩୦-ଜେ ଏବଂ ଏୟାର ଟୁ ଏୟାର ବିମାନରେ ଇନ୍ଧନ ପକାଇବା ପାଇଁ ଏକ ସ୍ୱତନ୍ତ୍ର ଏୟାରକ୍ରାଫ୍ଟ ବ୍ୟବହାର ହୋଇଥିଲା । ଏୟାରବେର୍ଣ୍ଣ ଅର୍ଲି ୱାର୍ଣ୍ଣିଙ୍ଗ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମରେ ଏୟାରକ୍ରାଫ୍ଟ, ସିପ୍, ବାହନ ଏବଂ ମିସାଇଲଗୁଡ଼ିକ ଯଥେଷ୍ଟ ଦୂରରୁ ଡିଟେକ୍ଟ କରିବା ସହ ଶତ୍ରୁକୁ ଚିହ୍ନିବାର କ୍ଷମତା ରହିଛି ।

Get real time updates directly on you device, subscribe now.