fbpx
BSKY SKY
BSKY SKY

ସିଧା IPLରେ ଖେଳିବେ କିଙ୍ଗ କୋହଲି? ତୃତୀୟ-ଚତୁର୍ଥ ଟେଷ୍ଟରୁ ବାଦ୍ ପଡ଼ିବେ ବିରାଟ!

BSKY

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ତୃତୀୟ ଟେଷ୍ଟ ପୂର୍ବରୁ ଭାରତୀୟ ଦଳକୁ ନେଇ ଚର୍ଚ୍ଚା ଲାଗି ରହିଛି । ପ୍ରଥମ ଦୁଇ ଟେଷ୍ଟରୁ ବିରାଟ ବ୍ୟକ୍ତିଗତ କାରଣ ଦର୍ଶାଇ ଦୂରେଇ ରହିଥିବା ବେଳେ ବାକି ଶୃଙ୍ଖଳା ପାଇଁ ମଧ୍ୟ ତାଙ୍କ କମବ୍ୟାକକୁ ନେଇ ଆଶଙ୍କା ଦେଖାଦେଇଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ଦଳକୁ ତାଙ୍କ ଫେରିବା ନେଇ କୌଣସି ସୂଚନା ମିଳି ପାରିନାହିଁ । ତେଣୁ କୋହଲି ସିଧାସଳଖ ଆଗାମୀ ଆଇପିଏଲରେ କମବ୍ୟାକ କରିପାରନ୍ତି ବୋଲି କୁହାଯାଇଛି ।

ବର୍ତ୍ତମାନ ସୁଦ୍ଧା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ଶେଷ ୨ଟି ମ୍ୟାଚରେ ବିରାଟ କୋହଲିଙ୍କ ଖେଳିବା ନେଇ ସ୍ପଷ୍ଟ ହୋଇନାହିଁ । ତେବେ ତୃତୀୟ ଏବଂ ଚତୁର୍ଥ ମ୍ୟାଚ ପାଇଁ ବିରାଟ କୋହଲି ବାଦ୍ ପଡ଼ିପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, ପଞ୍ଚମ ଟେଷ୍ଟ ପାଇଁ ତାଙ୍କ ଉପଲବ୍ଧତା ଉପରେ ମଧ୍ୟ ପ୍ରଶ୍ନବାଚୀ ରହିଛି । ତେବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା ସରିବା ପରେ ବିରାଟ ବ୍ୟକ୍ତିଗତ କାରଣ ପାଇଁ ଦଳରୁ ବିରତୀ ଚାହିଁଥିଲେ । ତେବେ ସେ ଏଥିପାଇଁ ପ୍ରଥମ ଦୁଇଟି ମ୍ୟାଚରୁ ନିଜ ନାମ ଫେରାଇ ନେଇଥିବା ବେଳେ ବର୍ତ୍ତମାନ ଶେଷ ୩ଟି ମ୍ୟାଚ ପାଇଁ ମଧ୍ୟ ତାଙ୍କ ଉପଲବ୍ଧତା ଉପରେ ଆଶଙ୍କା ଲାଗି ରହିଛି ।

ଯଦି କୋହଲି ଇଂଲଣ୍ଡ ବିପକ୍ଷ ଏହି ଟେଷ୍ଟ ସିରିଜରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ପଡ଼ନ୍ତି, ତେବେ ସିଧା ଆଇପିଏଲ-୨୦୨୪ରେ ସେ ପଦାର୍ପଣ କରିବେ । ଏହି ଟେଷ୍ଟ ସିରିଜ ମାର୍ଚ୍ଚ ୧୧ ତାରିଖରେ ଶେଷ ହେବାକୁ ଥିବା ବେଳେ ଏହାର ୨ ସପ୍ତାହ ପରେ ଆଇପିଏଲ-୨୦୨୪ ଆରମ୍ଭ ହେବାକୁ ଯାଉଛି । ତେଣୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ନ ଖେଳିଲେ କୋହଲି ସିଧା ଆଇପିଏଲରେ ନଜର ଆସିପାରନ୍ତି ।

Get real time updates directly on you device, subscribe now.