fbpx
BSKY
BJD YOUTH SKY
BJD MS SKY

ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣା, ୧୫ ଆହତ

ବାଲେଶ୍ୱର: ବାଲେଶ୍ୱର ୬୦ ନଂ ଜାତୀୟ ରାଜପଥ ନିଧିପଣ୍ଡା ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପୁରୀରୁ ପଶ୍ଚିମବଙ୍ଗ ଫେରୁଥିଲା ଏହି ତୀର୍ଥଯାତ୍ରୀ ବସ୍ । ଏହି ବସରେ ମୋଟ୍ ୬୫ ଜଣ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ପ୍ରାୟ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାରୁ ପ୍ରତାଶ ‘ବାବା ସୋନା ଟ୍ରାଭେଲ୍ସ’ ନାମକ ଏକ ତୀର୍ଥଯାତ୍ରୀ ବସ ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଫେରୁଥିଲା । ଏଥିରେ ପ୍ରାୟ ଜଣ ଯାତ୍ରୀ ଥିଲେ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଏମାନେ ପୁରୀ ଆସିଥିଲେ । ତେବେ ନିଧିପଣ୍ଡା ନିକଟରେ ହଠାତ ଚକା ଫାଟିଯିବାରୁ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ବାଲେଶ୍ୱର ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଏହି ଘଟଣା ସମ୍ପର୍କରେ ପୋଲିସର ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.