“ପାକିସ୍ତାନର ଜଣଙ୍କୁ ମାରିବୁ, ଯିଏ ଲକ୍ଷେ ଲୋକଙ୍କ ସହ ସମାନ”

ପାକିସ୍ତାନକୁ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଖୋଲା ଧମକ। ପହଲଗାମ ଆତଙ୍କୀ ହମଲାର ପ୍ରତିଶୋଧ ନେବୁ। ଇଟାର ଜବାବ ପଥରରେ ଦେବୁ।

ନୂଆଦିଲ୍ଲୀ: ଯେତେବେଳେ ଦେଶର ସୁରକ୍ଷା କଥା ଆସେ, ସେତେବେଳେ ସମସ୍ତ ଦେଶବାସୀ ଏକ ହୋଇ ଲଢ଼ିବାକୁ ପଣ କରନ୍ତି। ଆଉ ପ୍ରାଣପଣେ ଶତ୍ରୁକୁ ହରାଇବାକୁ ଚେଷ୍ଟା କରନ୍ତି। ଠିକ୍ ସେହିପରି ପହଲଗାମ୍ ଆତଙ୍କୀ ଆକ୍ରମଣର ବଦଲା ନେବାକୁ ପାକିସ୍ତାନକୁ ଧମକ ଦେଇଛି ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ଗ୍ୟାଙ୍ଗ।

ଏଇ ସେହି ଲରେନ୍ସ ବିଷ୍ଣୋଇ, ଯିଏ ବଲିଉଡର ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ବହୁବାର ଚେଷ୍ଟା କରିଛି। ଆଉ ଏବେ ଯେତେବେଳେ ଦେଶ କଥା ଉଠିଛି ପାକିସ୍ତାନ ଠାରୁ ବଦଲା ନେବା ପାଇଁ ଅଣ୍ଟା ଭିଡ଼ିବା ସହ ଏକ ପୋଷ୍ଟ ମଧ୍ୟ କରିଛି।

ପାକିସ୍ତାନକୁ ଧମକ: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ପ୍ରତିଶୋଧ ପରାୟଣ ହୋଇପଡିଛି। ପ୍ରତ୍ୟେକ ଭାରତୀୟ ନାଗରିକ ପାକିସ୍ତାନ ଠାରୁ ବଦଲା ଚାହୁଁଛନ୍ତି। ଆଉ ଏହାରି ଭିତରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ମଧ୍ୟ ପାକିସ୍ତାନକୁ ଖୋଲାଖୋଲି ଧମକ ଦେଇଛି।

ଆଉ କହିଛି ଏମିତି ଜଣଙ୍କୁ ମାରିବୁ ଯାହାକି ଲକ୍ଷେ ଲୋକଙ୍କୁ ମାରିବା ସହ ସମାନ ହେବ। ଆଉ ସେହିଭଳି ପାକିସ୍ତାନର ଜଣେ ଲୋକ ହେଲା ହାଫିଜ୍ ସଇଦ୍। ଆଉ ହାଫିଜ୍ ସଇଦର ଏକ ଫଟୋରେ ନାଲି ଛକି ଚିହ୍ନ ଦେଇ ଏପରି କିଛି ଲେଖି ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଛି।

କ,ଣ ଲେଖା ଅଛି ପୋଷ୍ଟରେ: ଏହି ପୋଷ୍ଟ୍ ଉପରେ ଲେଖା ହୋଇଛି ,”ସବୁ ଭାଇମାନଙ୍କୁ ଜୟ ଶ୍ରୀରାମ , କାଶ୍ମୀରର ପହଲଗାମରେ ଯେଉଁ ଆତଙ୍କୀ ଆକ୍ରମଣ ହେଲା ସେଥିରେ ଅନେକ ନିରୀହ ଲୋକଙ୍କୁ ମାରି ଦିଆଗଲା”।

ଏହାର ପ୍ରତିଶୋଧ ଆମେ ଖୁବଶୀଘ୍ର ନେବୁ। ସେମାନେ ଆମର ଦେଶର ଲୋକଙ୍କୁ ମାରିଛନ୍ତି ଆମେ ତାଙ୍କର ନିଜ ଲୋକଙ୍କୁ ମାରିବୁ। ପାକିସ୍ତାନରେ ପଶି ଗୋଟିଏ ଲୋକକୁ ମାରିବୁ ଯିଏ ୧ ଲକ୍ଷ ଲୋକଙ୍କୁ ମାରିବା ସମାନ ହେବ। ତୁମେ ହାତ ମିଳାଇବ ଆମେ ଆଲିଙ୍ଗନ କରିବୁ।

ଯଦି ଆଖି ଦେଖାଇବ ଆଖି ଖୋଳି ହାତରେ ଧରାଇଦେବୁ। ଏଭଳି ନିଚ୍ଚ କାମ କଲେ ପାକିସ୍ତାନରେ ପଶି ଇଟାର ଜବାବ ପଥରରେ ଦେବୁ । ଜୟ ହିନ୍ଦ୍ ଜୟ ଭାରତ। ’ ଏହି ପୋଷ୍ଟରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ଗ୍ରୁପର ସମସ୍ତ ସଦସ୍ୟଙ୍କ ନାଁ ମଧ୍ୟ ଲେଖା ହୋଇଛି। ତେବେ ଲରେନ୍ସ ବିଷ୍ଣୋଇ ବର୍ତ୍ତମାନ ଗୁଜରାଟର ସାବରମତି ଜେଲରେ ବନ୍ଦୀ ଅଛନ୍ତି।

ହାଫିଜ୍ ସଇଦ୍: ତେବେ ଆପଣମାନଙ୍କ ମନରେ ନିଶ୍ଚିତ ଭାରେ ପ୍ରଶ୍ନ ଆସୁଥିବ କି ଏହି ହାଫିଜ୍ ସଇଦ୍ କିଏ? ଯାହାକୁ ମାରିଲେ ପାକିସ୍ତାନ ଉପରେ ଏତେ ପ୍ରଭାବ ପଡିବ। ତେବେ ହାଫିଜ୍ ସଇଦ୍ ହେଉଛି ଭାରତ ପାଇଁ ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ।

ସଇଦ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବାର ପ୍ରମୁଖ। ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ଏହି ହାଫିଜ୍। ଏହାଛଡ଼ା ଭାରତରେ ହୋଇଥିବା ଅନେକ ଆତଙ୍କୀ ଆକ୍ରମଣରେ ସଇଦର ହାତ ରହିଛି।