fbpx

ତୋର porn ଭିଡିଓ ବିକି ପଇସା କମେଇବି: ସମ୍ପର୍କୀୟଙ୍କ ଦ୍ୱାରା ସ୍ତ୍ରୀକୁ କଲା ଗଣ ଦୁଷ୍କର୍ମ

ନୂଆଦିଲ୍ଲୀ: ସାତ ଜନ୍ମକୁ ସାଥୀ କରି ଯାହାକୁ ଆଣିଥିଲା ତାହାର ଗଣ ଦୁଷ୍କର୍ମର ଭିଡିଓକୁ ଭାଇରାଲ କରିଛି ସ୍ୱାମୀ । ଏମିତି ଏକ ଘଟଣା ଘଟିଛି ରାଜସ୍ଥାନର ଭରତପୁରରେ ଏମିତି ଏକ ଘଟଣା ଘଟିଛି । ଦେଢ ଲକ୍ଷ ଟଙ୍କାର ଯୌତୁକ ନ ଆଣିବାରୁ ସ୍ତ୍ରୀକୁ ନିଜ ସମ୍ପର୍କୀୟଙ୍କ ଦ୍ୱାରା ଗଣ ଦୁଷ୍କର୍ମ କରାଇଛି ଜହ୍ଲାଦ ସ୍ୱାମୀ । ଏହା ସହିତ ଏହି ଭିଡିଓକୁ ପର୍ଣ୍ଣ ସାଇଟରେ ଅପଲୋଡ କରି ପଇସା କମାଇବାର ଧମକ ଦେଇଥିଲା ସ୍ୱାମୀ ।

ଏହି ଘଟଣା ପରେ ସ୍ତ୍ରୀ ଜଣଙ୍କ ଗଣ ଦୁଷ୍କର୍ମର ମାମଲା ରୁଜୁ କରିଥିଲେ । ସ୍ୱାମୀ ଏବଂ ତାର ଦୁଇ ଜଣ ସମ୍ପର୍କୀୟ ମିଶି ମହିଳା ଜଣଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଏହା ସହିତ ଏହି ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରି ପଇସା ଆୟ କରିବେ ବୋଲି କହିଥିଲା ସ୍ୱାମୀ । ଭିଡିଓ ଅପଲୋଡ୍ ହୋଇଥିବା ନେଇ ସ୍ତ୍ରୀ ଅଭିଯୋଗ କରିଥିଲେ ହେଁ ଏ ସମ୍ପର୍କିତ କିଛି ସ୍ପଷ୍ଟ ସୂଚନା ମିଳିନଥିବା ଥାନା ଅଧିକାରୀ କହିଛନ୍ତି ।

ପ୍ରଥମ ଥର ଏହି ଘଟଣା ଘଟିବା ପରେ ସେ ନିଜ ବାପଘରକୁ ପଳାଇଥିଲେ । ତେବେ ପୁଣି ଥରେ ଫେରିବା ପରେ ନିଜର ସମ୍ପର୍କୀୟଙ୍କୁ ଡାକି ଦୁଷ୍କର୍ମ କରିଥିଲା ସ୍ୱାମୀ । ଏହା ସହିତ ମୋବାଇଲ ଫୋନରେ ଏହାର ଭିଡିଓ ସୁଟିଂ ମଧ୍ୟ କରିଥିଲେ ।

Get real time updates directly on you device, subscribe now.