fbpx

ଗ୍ରାହକଙ୍କ ପାଇଁ ଗୁଡ୍ ନ୍ୟୁଜ୍, ସେପ୍ଟେମ୍ବରରେ ଦେଶରେ ଆରମ୍ଭ ହେବ 5G ସେବା

ନୂଆଦିଲ୍ଲୀ: ୪ଜି ସେବା ପରେ ୫ଜି ସେବା କେବେ ଆସିବ ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରେ। ତେବେ ଏହି ମୋର୍ଚ୍ଚାରେ ଭାରତକୁ ଶୀଘ୍ର ଭଲ ଖବର ମିଳିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଦେଶକୁ ୫ଜି ଇଣ୍ଟରନେଟ୍ ସୁବିଧା ମିଳିପାରେ। ରେଳ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଶନିବାର କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ୨୦-୨୫ ସହର ଏବଂ ଟାଉନରେ ୫ଜି ସେବା ଆରମ୍ଭ ହୋଇଯିବ। ଅଗଷ୍ଟ-ସେପ୍ଟେମ୍ବରରେ ଏହି ସେବା ଆରମ୍ଭ ହୋଇଯିବ ବୋଲି ମନ୍ତ୍ରୀ ବୈଷ୍ଣବ କହିଛନ୍ତି।

ବୈଷ୍ଣବ ଏହା ମଧ୍ୟ ସଙ୍କେତ ଦେଇଛନ୍ତି ଯେ, ୫ଜି ସେବା ଆରମ୍ଭ ହେବା ସହିତ ଭାରତରେ ଡାଟାର ମୂଲ୍ୟ ଦୁନିଆର ଅନ୍ୟ ଦେଶ ତୂଳନାରେ କମ ରହିବ। ଭାରତରେ ସଂପ୍ରତି ଡାଟାର ମୂଲ୍ୟ ବିଶ୍ଵ ହାରଠୁ କମ ରହିଛି। ବୈଷ୍ଣବ କହିଛନ୍ତି ଦେଶରେ ୫ଜି ସେବା ଅଗଷ୍ଟ-ସେପ୍ଟେମ୍ବରରୁ ଆରମ୍ଭ ହେବ। ଭାରତ ୪ଜି ଏବଂ ୫ଜି ଷ୍ଟକ୍ ବିକଶିତ କରୁଛି। ଦୁନିଆରେ ଡିଜିଟାଲ୍ ନେଟଓ୍ଵର୍କରେ ଭାରତ ଏକ କେନ୍ଦ୍ରସ୍ଥଳ ହେବାକୁ ଯାଉଥିବା ମନ୍ତ୍ରୀ କହିଛନ୍ତି।

ସେ ଏକ କାର‌୍ୟ୍ୟକ୍ରମରେ କହିଛନ୍ତି ଯେ, ଅନେକ ଦେଶ ଭାରତ ଦ୍ଵାରା ବିକଶିତ କରାଯାଉଥିବା ୪ଜି ଏବଂ ୫ଜି ଉତ୍ପାଦ ଏବଂ ପ୍ରଦୌଗିକିକୁ ପ୍ରାଥମିକତା ଦେବାକୁ ଚାହାନ୍ତି। ଅବାଞ୍ଛିତ କଲ ପ୍ରସଙ୍ଗର ସମାଧାନ ପାଇଁ ମନ୍ତ୍ରଣାଳୟ ଏକ ଗୁରୁତ୍ଵପୂର୍ଣ୍ଣ ନିୟମ ଉପରେ କାମ କରୁଥିବା ରେଳ ମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.