fbpx

ବନ୍ଦ ହେବ କି T20 WC-2024? ବାଂଲାଦେଶରେ ହିଂସାର ନିଆଁ… ICC କରିପାରେ ନୂଆ ବ୍ୟବସ୍ଥା

ନୂଆଦିଲ୍ଲୀ: ବାଂଲାଦେଶରେ ହିଂସାର ତାଣ୍ଡବ ଏବେ ସବୁଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହା ଭିତରେ ଟି-୨୦ ବିଶ୍ୱକପକୁ ନେଇ ଆଶଙ୍କା ଦେଖାଦେଲାଣି । ଏଭଳି ପରିସ୍ଥିତିରେ ବାଂଲାଦେଶରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ କିପରି ଆୟୋଜନ ହେବ, ତାକୁ ନେଇ ଏବେ ଚିନ୍ତା ଘାରିଲାଣି । ତେବେ ଆଇସିସିର ଆନ୍ତରିକ ସୁରକ୍ଷା ଟିମ୍ ବାଂଲାଦେଶରେ ବ୍ୟାପିଥିବା ଏହି ଅରାଜକତା ଉପରେ ନଜର ରଖିଛନ୍ତି । ଆଗକୁ ପରିସ୍ତିତି ଅନୁସାରେ, ଯେକୌଣସି ନିଷ୍ପତ୍ତି ନିଆଯିବ । ବାଂଲାଦେଶରେ ଆସନ୍ତା ଅକ୍ଟୋବର ୩ ତାରିଖରୁ ଟି-୨୦ ବିଶ୍ୱକପ ଖେଳାଯିବାର ସୂଚୀ ରହିଛି ।

ମହିଳା ଟି-୨୦ ବିଶ୍ୱକପ ଆୟୋଜନକୁ ନେଇ ଆଇସିସି ବର୍ତ୍ତମାନ ଚୁପ୍ ରହିଛି । ବୋର୍ଡର ଜଣେ ସଦସ୍ୟ କହିଛନ୍ତି ଯେ, ଆଇସିସି ନିକଟରେ ସମସ୍ତ ସଦସ୍ୟ ଦେଶରେ ଏକ ସ୍ୱତନ୍ତ୍ର ସୁରକ୍ଷା ମନିଟରିଙ୍ଗ ସିଷ୍ଟମ ରହିଛି । ତେବେ ବର୍ତ୍ତମାନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଟୁର୍ଣ୍ଣାମେଣ୍ଟ ପାଇଁ ବର୍ତ୍ତମାନ ୭ ସପ୍ତାହ ବାକି ରହିଛି । ତେଣୁ ଏବେଠାରୁ ବିଶ୍ୱକପକୁ ସ୍ଥାନାନ୍ତରିତ କରିବା ନେଇ ନିଷ୍ପତ୍ତି ଉଚିତ୍ ହେବନାହିଁ । ତେବେ ଏଭଳି ପରିସ୍ଥିତି ପାଇଁ ଆଇସିସି ପ୍ଲାନ ବି’ ରଖିଛି । ବାଂଲାଦେଶର ଏଭଳି ସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଶ୍ରୀଲଙ୍କା ଏକ ବିକଳ୍ପ ହୋଇପାରେ । କିନ୍ତୁ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ, ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ଆଦି ଦେଶ ଏଠାରୁ ମହିଳା ଟିମକୁ ପଠାଇବା ପାଇଁ ପ୍ରସ୍ତୁତ ହେବା ନେଇ ଆଶଙ୍କା ରହିଛି । କାରଣ ଶ୍ରୀଲଙ୍କାରେ ସୁରକ୍ଷା ବ୍ୟବସ୍ଥା ଦୁର୍ବଳ ରହିଛି ।

ବାଂଲାଦେଶରେ ଦେଖାଦେଇଥିବା ହିଂସା ଯୋଗୁଁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଦେଶ ଛାଡ଼ି ଚାଲି ଯାଇଛନ୍ତି । ସେନା ପ୍ରମୁଖ ଜେନେରାଲୱକାର-ଉଜ୍-ମା ସୋମବାର ଢାକାରେ ହସୀନା ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନରେ କହିଥିଲେ ଯେ, ବାଂଲାଦୋରେ ଏକ ଅନ୍ତରୀଣ ସରକାର ସତ୍ତା ସମ୍ଭାଳିବ । ଦେଶରେ ବ୍ୟାପୁଥିବା ହିଂସା ପାଇଁ ୨ ଦିନ ଭିତରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.