(Video) ସତ ହେବ କି ଭବିଷ୍ୟବାଣୀ? ନଭେମ୍ବରରେ ଓଡ଼ିଶାକୁ ଆସୁଛି ଆଉ ଏକ ବାତ୍ୟା! ୧୫ ତାରିଖରେ ରଚିବ ତାଣ୍ଡବ

ଓଡ଼ିଶା ଭାସ୍କର: ଅକ୍ଟୋବର ନଭେମ୍ବର ମାସ ଆସିଲେ ଓଡିଶାବାସୀଙ୍କ ମନରେ ଛନକା ପଶୁଛି । ଅକ୍ଟୋବର ୨୪ ତାରିଖରେ ବାତ୍ୟା ଦାନା ରାଜ୍ୟର ତିନୋଟି ଜିଲ୍ଲାରେ ତାଣ୍ଡବ କରିଛି । ଏବେ ବି ବନ୍ୟା ପାଣି ଘେରରେ ଏବେ ଅଛନ୍ତି ଶହ ଶହ ଲୋକେ । ଏହାପରେ ଆଉ ଏକ ବାତ୍ୟା ଏବେ ଓଡ଼ିଶାମୁହାଁ ହୋଇଛି । ପୁଣି ନଭେମ୍ବର ମାସରେ ଏକ ବଡ଼ ବାତ୍ୟା ହେବା ନେଇ ଭବିଷ୍ୟବାଣୀ ହୋଇସାରିଛି । ବର୍ତ୍ତମାନ ସେହି ଭବିଷ୍ୟବାଣୀ ସତ ହେଉଥିବା ଅନୁମାନ କରାଯାଉଛି । ନଭେମ୍ବର ମାସ ଦ୍ୱିତୀୟ ସପ୍ତାହ ବେଳକୁ ଓଡ଼ିଶାରେ ପୁଣି ଏକ ବାତ୍ୟା ମାଡ଼ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

ତେବେ ଆସୁଥିବା ବାତ୍ୟାର ନାଁ ହେଉଛି ଫେଙ୍ଗନ । ଯାହା ପୁଣି ଓଡିଶାରେ ମାଡ଼ ହୋଇପାରେ । ଆଉ କେଉଁଦିନ ରଚିବ ତାଣ୍ଡବ ତାହା ମଧ୍ୟ ସ୍ପଷ୍ଟ ହୋଇଛି । ପୁଣି ନଭେମ୍ବର ୫ରୁ ୧୫ ଭିତରେ ଘୂର୍ଣ୍ଣିବଳୟ ଏହା ପରେ ବାତ୍ୟା ହେବ । ତେବେ ଆପଣଙ୍କୁ ଏ କଥାଟି ବିଶ୍ୱାସ ହେଉନଥିବା କିନ୍ତୁ ଏ କଥା ଟି ସମ୍ପର୍ଣ୍ଣ ସତ । ତେବେ ଅସଲି ଖଡ଼ିରତ୍ନ ପାଞ୍ଜିରେ ଲେଖା ହୋଇଛି ପୁଣି ଓଡିଶାରେ ହେବ ବାତ୍ୟା । ନଭେମ୍ବରରେ ଆସୁଛି ଆଉ ଏକ ଘୁର୍ଣ୍ଣିବଳୟ । ଯାହା ନଭେମ୍ବର ୫ରୁ ନଭେମ୍ବର ୧୫ ମଧ୍ୟରେ ହେବ ବାତ୍ୟା । ପୁଣି ଦେଖାଇବା କରାଳ ରୂପ । ଖଡିରତ୍ନ ପଞ୍ଜିକାରେ ଯାହା ଲୋଖା ହୋଇଛି ତାହା ଏବେ ସତ ହେଉଛି । ଏକଥା ଆମେ କହୁନାହୁଁ ବାତ୍ୟା ନେଇ ପାଞ୍ଜିରେ ଲେଖା ହୋଇଛି । ତେବେ ଟିକେ ଭଲଭାବେ ଦେଖନ୍ତୁ ଖଡିରତ୍ନ ପଞ୍ଜିକା ଉପରେ ପୁଣି ବାତ୍ୟା ହେବ ବୋଲି ଲେଖା ହୋଇଛି । ଅକ୍ଟେବର ମାସ ୨୩ ତାରିଖରେ ହେବ ବାତ୍ୟା ପ୍ରଳୟ ରଚିବ, ସାମୁଦ୍ରିକ ଝଡ ମାଡିଆସିବ । ଆଉ ତାହା ଗୋଟି ଗୋଟି ପୂରଣ ହୋଇଛି ।

ଏବେ ନଭେମ୍ବର ମାସରେ ବାତ୍ୟା ହେବା ନେଇ ଖଡିରତ୍ନ ପଞ୍ଜିକାରେ ଲେଖା ହୋଇଛି । ତେବେ ପାଞ୍ଚିକାରେ ଲେଖା ହୋଇଥିବା ବାଣି ଉପରେ ଟିକେ ନଜର ପକାନ୍ତୁ । ନଭେମ୍ବର ମାସ ୫ ତାରିଖରୁ ୯ ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ ହେବ, ଏହା ସହ ନଭେମ୍ବର ୧୧ ତାରିଖରୁ ୧୫ତାରିଖ ମଧ୍ୟରେ ସାମୁଦ୍ରିକ ଝଡ ହେବାର ସମ୍ଭାବନା ରହିଛି । ଲଘୁଚାପରେ ପରିଣତ ହୋଇ ବଡ଼ ବଡ଼ ଜୁଆର ମାଡ଼ିଆସିବ । ତେବେ ବନ୍ୟା ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବେ । ତେବେ ଏମିତି କିଛି ଲେଖା ହୋଇଛି ଖଡ଼ିରତ୍ନ ପାଞ୍ଜିରେ । ପାଞ୍ଜିର ଏହି ଭବିଷ୍ୟବାଣି ପରେ ଏବେ ପାଣିପାଗ ବିଭାଗର ଆକଳନ ଆହୁରି ଭୟ ବଡ଼ାଇଦେଇଛି ।

କାରଣ ଅକ୍ଟୋବର ବାତ୍ୟା ନେଇ ପାଞ୍ଜିର ଭବିଷ୍ୟାବାଣୀ ସତ ହୋଇଛି । ପୁଣି ଆଉ ଏକ ବାତ୍ୟା ନଭେମ୍ବର ଆସୁଛିି । ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ପୂର୍ବନୁମାନରେ ଆସନ୍ତା ନଭେମ୍ବର ୫ରୁ ୬ ତାରିଖ ବେଳକୁ ଉତ୍ତର ଅରୋବସାଗର ଓ ପାଶ୍ୱର୍ବର୍ତ୍ତି ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଅଧିକ ଘନିଭୂତ ହୋଇନପାରେ । ପାଣିପାଗ ବିଭାଗ ଏଭଳି ପୂର୍ବନୁମାନ କରିଛି । ଅକ୍ଟେବର ମାସରେ ଯାହା ଆକାଳନ ହୋଇଥିଲା ତାହା ସତ ହେଲା ଆଉ ଏବେ ପୁଣି ନଭେମ୍ବର ମାସରେ ପାଞ୍ଜିରେ ଲେଖା ହୋଇଛି ତାହା ପୁଣି ସତ ହେବ ତାହାରେ ପୁଣି ଓଡ଼ିଶାର ଅଧିକ କ୍ଷୟକ୍ଷତି ହୋଇପାରେ ।