fbpx

ଆସନ୍ତା ୨୧ ତାରିଖଠାରୁ ଓଡିଶା ବିଧାନସଭାର ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖଠାରୁ ଷୋଡ଼ଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହେବ। ଡିସେମ୍ବର ୩୦ ତାରିଖ ଯାଏଁ ଏହି ଅଧିବେଶନ ଚାଲିବାକୁ ଥିବାବେଳେ ମୋଟ ୩୦ଟି କାର୍ୟ୍ୟ ଦିବସ ରହିଛି। ତେବେ ଏହାକୁ ନେଇ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଅଧିବେଶନରେ ରଣନୀତି ସ୍ଥିର କରିବା ଲାଗି ଆସନ୍ତା ୨୧ ତାରିଖରେ ଶାସକ ବିଜେଡି ନିଜର ବିଧାୟକ ଦଳ ବୈଠକ କରିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ସେହିପରି ବିଜେପି ରାଜ୍ୟ କାର୍ୟ୍ୟାଳୟରେ ୨୦ ତାରିଖ ଅପରାହ୍ନ ୪ଟା ବେଳେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଧାନସଭାରେ ସରକାରଙ୍କୁ ଘେରିବା ଲାଗି ଏଥିରେ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି । ଅନ୍ୟପଟେ ୨୦ ତାରିଖ ସନ୍ଧ୍ୟା ୬ଟା ବେଳେ କଂଗ୍ରେସ ବିଧାୟକ ତଥା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବ।

Get real time updates directly on you device, subscribe now.