fbpx
BJD SKY
BJD SKY

ଡିସେମ୍ବର ୪ରୁ ସଂସଦର ଶୀତକାଳୀନ ଅଧିବେଶନ, ଉପସ୍ଥାପନ ହେବ ଏହିସବୁ ଗୁରୁତ୍ୱପୂର୍ଣ୍ଣ ବିଲ୍

BJD

ନୂଆଦିଲ୍ଲୀ:ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହେବ ଓ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହା ପୂର୍ବରୁ ୨ ଡିସେମ୍ବରରେ ସର୍ବଦଳୀୟ ବୈଠକ ଆହ୍ୱାନ କରିଛନ୍ତି । ଏହି ବୈଠକରେ ଶୀତକାଳୀନ ଅଧିବେଶନକୁ ନେଇ ଚର୍ଚ୍ଚା ହୋଇପାରେ । ସାଧାରଣତଃ ଅଧିବେଶନ ଆରମ୍ଭର ଗୋଟିଏ ଦିନ ପୂର୍ବରୁ ସର୍ବଦଳୀୟ ବୈଠକ ବସିଥାଏ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ନିର୍ବାଚନ ଫଳାଫଳ ଡିସେମ୍ବର ୩ରେ ଆସିବ । ଏଣୁ ଏହି ଫଳାଫଳର ପ୍ରତିକ୍ରିୟା ମଧ୍ୟ ସଂସଦରେ ଦେଖିବାକୁ ମିଳିପାରେ ।

ଏହି ଅଧିବେଶନରେ ସରକାର ବହୁ ଗୁରୁତ୍ୱପୂର୍ଣ୍ଣ ବିଧେୟକ ପାସ୍ କରିବାର ଯୋଜନା ଅଛି । ଏପରି ସ୍ଥିତିରେ ଯଦି ଉପରୋକ୍ତ ରାଜ୍ୟର ନିର୍ବାଚନ ଫଳାଫଳ ସରକାରଙ୍କ ପକ୍ଷରେ ରହିବ ତେବେ ସରକାରଙ୍କ ଏହିସବୁ ଯୋଜନାକୁ ଅଧିକ ଶକ୍ତି ମିଳିବ । କିନ୍ତୁ କଂଗ୍ରେସକୁ ନିର୍ବାଚନରେ ଅଧିକ ଫାଇଦା ମିଳିଲେ ସମୀକରଣରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ।

ଏହି ଅଧିବେଶନରେ ଭାରତୀୟ ନ୍ୟାୟ ସଂହିତା(ଆଇପିସି) ସହିତ ୩ ଗୋଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପସ୍ଥାପିତ ହେବ । ଏହି ନୂଆ ବିଲ୍ ଆଇପିସି, ସିଆର୍‌ପିସି ଓ ଏଭିଡେନ୍ସ ଆକ୍ଟର ସ୍ଥାନ ନେବ । ଏହି ୩ ବିଧେୟକକୁ ଗୃହ ବିଭାଗ ସଂସଦୀୟ ସମିତି ପୂର୍ବରୁ ମଞ୍ଜୁରୀ ଦେଇସାରିଛି । ଏହା ବ୍ୟତିତ ମୁଖ୍ୟ ନିର୍ବାଚନ କମିଶନର ଓ ଅନ୍ୟ କମିଶନର ନିଯୁକ୍ତି ସମ୍ବନ୍ଧିତ ବିଧେୟକ ମଧ୍ୟ ସଂସଦରେ ମଞ୍ଜୁରୀ ଲାଗି ଉପସ୍ଥାପନ କରାଯିବ । ଏହି ସମସ୍ତ ବିଲ୍‌କୁ ନେଇ କଂଗ୍ରେସ ସହିତ ଅନ୍ୟ କେତେକ ବିରୋଧୀ ଦଳର ଅସମ୍ମତି ରହିଛି ।

Get real time updates directly on you device, subscribe now.