ପକେଟରେ ଥିଲା ମାତ୍ର ୩୦୦ ଟଙ୍କା, ହିରୋ ହେବା ସ୍ୱପ୍ନ ନେଇ ଆସିଥିଲେ ବେଙ୍ଗାଲୁରୁ, ଆଜି ତାଙ୍କର ଗୋଟିଏ ଝଲକ ପାଇଁ ଫ୍ୟାନ୍ସ ଦିୱାନା

ଦିନେ ରୋଜଗାର କରୁଥିଲେ ୫୦ ଟଙ୍କାା ଆଜି କନ୍ନଡର ଲୋକପ୍ରିୟ ସୁପରଷ୍ଟାରା

ମୁମ୍ବାଇ: କେଜିଏଫ୍ ସୁପରଷ୍ଟାର ଯଶଙ୍କୁ କିଏ ନ ଜାଣିଛି ? ଅନେକ ସଂଘର୍ଷର ସାମ୍ନା କରି ଆଜି ସେ ସଫଳତାର ଶୀର୍ଷରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତିା
ପ୍ୟାନ୍ ଇଣ୍ଡିଆ ଫିଲ୍ମ କେଜିଏଫ୍ ଚାପ୍ଟର-୧ ଏବଂ ଚାପ୍ଟର ୨ରେ ତାଙ୍କ ନିଖୁଣ ଅଭିନୟ ମାଧ୍ୟମରେ ଦର୍ଶକଙ୍କ ହୃଦୟରେ ରାଜ୍ କରିପାରିଥିଲୋ ଏହା ପରେ ସେ ପ୍ୟାନ୍ ଇଣ୍ଡିଆ ଷ୍ଟାର ମାନ୍ୟତା ପାଇଥିଲୋ

ସ୍ୱପ୍ନ ପାଇଁ ଘର ଛାଡ଼ିଲେ: ଯଶ ମାତ୍ର ୧୬ ବର୍ଷ ବୟସରେ ତାଙ୍କ ବାପା ମାଆଙ୍କ ଘରୁ ବାହାରି ନିଜ ସ୍ୱପ୍ନ ପୂରଣ କରିବାକୁ ବାହାରିଥିଲେ। ଡ୍ରାଇଭର ଘରେ ଜନ୍ମଗ୍ରହଣ କରିଥିଲେ ଯଶାତାଙ୍କୁ ଏକ କନ୍ନଡ ଚଳଚ୍ଚିତ୍ରରେ ସହାୟକ ନିର୍ଦ୍ଦେଶକ ଭାବରେ ନିଯୁକ୍ତି ଦିଆଯାଇଥିଲା।

କିନ୍ତୁ, ବେଙ୍ଗାଳୁରୁରେ ପହଞ୍ଚିବାର ମାତ୍ର ଦୁଇ ଦିନ ପରେ ପ୍ରୋଜେକ୍ଟ ବନ୍ଦ ହୋଇଯାଇଥିଲା। ଏ ବିଷୟରେ ଅଭିନେତା କହିଥିଲେ, ‘ମୁଁ ମୋ ଘରୁ ବେଙ୍ଗାଳୁରୁ ଆସିବା ପରେ ବହୁତ ଭୟଭୀତ ହୋଇଯାଇଥିଲି। କିନ୍ତୁ ମୁଁ ଆତ୍ମବିଶ୍ୱାସୀ ଥିଲି।

ମୁଁ ସଂଘର୍ଷ କରିବାକୁ ଭୟ କରିନଥିଲି। ସେତେବେଳେ ମୋ ପକେଟରେ କେବଳ ୩୦୦ ଟଙ୍କା ଥିଲା।

ମୁଁ ଜାଣିଥିଲି ଯେ ଯଦି ମୁଁ ଫେରିଯାଏ ତେବେ ମୋ ବାପାମା ମୋତେ ଆଉ କେବେ ଏଠାକୁ ଛାଡ଼ିବେ ନାହିଁ।

ଏମିତି ମିଳିଲା ସଫଳତା: ଏହା ପରେ ଯଶ ବେନକା ନାଟ୍ୟ ଦଳରେ ଯୋଗ ଦେଇଥିଲେ। ଏଠାରେ ସେ ବ୍ୟାକ୍ ଷ୍ଟୋଜ୍ ହ୍ୟାଣ୍ଡ୍ ଭାବରେ କାମ କରୁଥିଲେ। ଏଠାରେ ସେ ଚା ବାଣ୍ଟିବା ଭଳି ଛୋଟ ଛୋଟ କାମ କରୁଥିଲେ ଏବଂ ଦୈନିକ 50 ଟଙ୍କା ରୋଜଗାର କରୁଥିଲେ।

ଥିଏଟରରେ ନିଜର ଦକ୍ଷତାକୁ ଧାର ଦେବା ସହ କଲେଜରେ ମଧ୍ୟ ନାମ ଲେଖାଇଲେ। ଶେଷରେ ତାଙ୍କୁ ଟିଭି ଧାରାବାହିକ ନନ୍ଦା ଗୋକୁଲାରେ ଅଭିନୟ କରିବାର ସୁଯୋଗ ମିଳିଲା। ସେଠାରେ ତାଙ୍କର ପରିଚୟ ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ହୋଇଥିଲା, ଯିଏ ବର୍ତ୍ତମାନ ତାଙ୍କ ପତ୍ନୀ।

ଅଭିନୟ କ୍ୟାରିୟର: ୨୦୦୭ ମସିହାରେ ୟଶ ରକି (୨୦୦୮) ରେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ପୂର୍ବରୁ ସେ ‘ଜାମ୍ବାଡା ହୁଡୁଗି’ରେ ଏକ ସହାୟକ ଭୂମିକାରେ ଚଳଚ୍ଚିତ୍ରରେ ପ୍ରବେଶ କରିଥିଲେ।

ରୋମାଣ୍ଟିକ କମେଡି ‘ମୋଡାଲସାଲା’ ମାଧ୍ୟମରେ ୟଶ ଜଣେ ମୁଖ୍ୟ କଳାକାର ଭାବରେ ସଫଳତା ପାଇଥିଲେ। ଗୋଟିଏ ବର୍ଷ ପରେ, ସେ ‘କିରାଟକ’ର ସଫଳତା ସହିତ ଲୋକଙ୍କ ବିଶ୍ୱାସ ଜିତିଲେ।

ଏହା ପରେ ସେ ‘ମୋଗିନା ମୋନାସୁ’, ‘ଡ୍ରାମା’, ‘ଗୁଗଲି’, ‘ମିଷ୍ଟର ଆଣ୍ଡ ମିସେସ୍ ରାମଚାରୀ’ ଏବଂ ‘ମାଷ୍ଟରପିସ୍’ ଭଳି ଅନେକ ହିଟ୍ ଫିଲ୍ମ ଦେଇଥିଲେ।

ଏହି ଫିଲ୍ମରୁ ଷ୍ଟାରଡମ: ୨୦୧୮ ମସିହାରେ, ୟଶଙ୍କ ‘KGF: Chapter 1 ଫିଲ୍ମ ବକ୍ସ ଅଫିସରେ ୨୫୦ କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ଅନେକ ନୂଆ ରେକର୍ଡ ସୃଷ୍ଟି କରିଥିଲା।

ଏହା ସେହି ସମୟର ସର୍ବାଧିକ ଆୟକାରୀ କନ୍ନଡ ଚଳଚ୍ଚିତ୍ର ଥିଲା। ଏହି ରେକର୍ଡ ଚାରି ବର୍ଷ ପର୍ଯ୍ୟନ୍ତ ରହିଲା। ତା’ପରେ ‘KGF: Chapter 2’ ୧୨୫୦ କୋଟି ଟଙ୍କା ରୋଜଗାର କରି ପୂର୍ବ ରେକର୍ଡକୁ ଭାଙ୍ଗି ଦେଇଥିଲା।

ଏହି ଚଳଚ୍ଚିତ୍ରଟି ସର୍ବକାଳୀନ ସର୍ବାଧିକ ଆୟକାରୀ ଭାରତୀୟ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ଏବଂ ₹୧୦୦୦ କୋଟିରୁ ଅଧିକ ଆୟ କରିଥିବା ଏକମାତ୍ର କନ୍ନଡ ଚଳଚ୍ଚିତ୍ର।

ଆଗାମୀ ପ୍ରୋଜେକ୍ଟ: KGF ପରେ, ସାରା ଦେଶରେ ଯଶଙ୍କ ଫ୍ୟାନ୍ ଫଲୋଇଂ ବୃଦ୍ଧି ପାଇଥିଲା । ଏବେ ସେ କେବଳ କନ୍ନଡ ସିନେମା ପର୍ଯ୍ୟନ୍ତ ସୀମିତ ନୁହଁନ୍ତି। ସର୍ବଭାରତୀୟ ଷ୍ଟାରର ମାନ୍ୟତା ପାଇଥିବା ଯଶ ନିତେଶ ତିୱାରୀଙ୍କ ‘ରାମାୟଣ’ରେ ରାବଣ ଭୂମିକାରେ ନଜର ଆସିବେ।
ଏହା ବ୍ୟତୀତ ସେ ପ୍ୟାନ୍ ଇଣ୍ଡିଆ ଫିଲ୍ମ ‘ଟକ୍ସିକ’ରେ ମଧ୍ୟ ନଜର ଆସିବେ। ଏହି ଫିଲ୍ମଟି ୧୦ ଏପ୍ରିଲ୍ ୨୦୨୫ରେ ମୁକ୍ତିଲାଭ କରିବ।