fbpx

ମନ୍ତ୍ରୀମଣ୍ଡଳରେ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ, ପ୍ରଫୁଲ୍ଲ ପଟେଲ ଓ ଫଡନବିସ୍ ଙ୍କୁ ମିଳିପାରେ ନୂଆ ଦାୟିତ୍ୱ

Advertisement

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକରେ ଅଧ୍ୟକ୍ଷତା କରିବେ । ତେବେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓ ଶୀର୍ଷ ବିଜେପି ନେତାଙ୍କ ଏକାଧିକ ବୈଠକ ପରେ ଏହି ମନ୍ତ୍ରୀ ପରିଷଦ ବୈଠକରୁ କଣ ନିଷ୍କର୍ସ ଆସିବ ତାହା ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି । ଏହି ବୈଠକ ଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନବନିର୍ମିତ କନଭେନସନ ସେଣ୍ଟରରେ ଆୟୋଜନ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ,ରବିବାର ମହାରାଷ୍ଟ୍ର ରାଜନୀତିରେ ବଡ ଧରଣର ପରିବର୍ତ୍ତନ ଘଟିଛି । ଏନସିପି ନେତା ଅଜିତ ପାୱାର ନିଜ ଦଳର ବହୁ ବିଧାୟକଙ୍କ ସହିତ ବିଜେପି ଓ ଶିବସେନା ସରକାରରେ ସାମିଲ ହୋଇଛନ୍ତି । କୁହାଯାଉଛି ଏହି ଘଟଣା ପରେ ଏବେ କେନ୍ଦ୍ରୀୟ କ୍ୟାବିନେଟ୍ ରେ ବି ଅଦଳବଦଳ ହୋଇପାରେ । ଆଜି ଅନୁଷ୍ଠିତ ହେବାକୁ ଥିବା ବୈଠକରେ ଏ ବିଷୟରେ ଚର୍ଚ୍ଚା ହୋଇପାରେ ବୋଲି କୁହାଯାଉଛି ।

ପିଟିଆଇ ସୂତ୍ର ମତାବିକ ବରିଷ୍ଠ ଏନସିପି ସାଂସଦ ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ପ୍ରଫୁଲ୍ଲ ପଟେଲ, ଯିଏକି ଶରଦ ପାୱାରଙ୍କୁ ଛାଡି ଅଜିତ ପାୱାରଙ୍କ ସହ ହାତ ମିଳାଇଥିଲେ , କେନ୍ଦ୍ର ସରକାରରେ ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିପାରନ୍ତି । ମହାରାଷ୍ଟ୍ରରେ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ସହିତ ଏହି କଥାର ଚର୍ଚ୍ଚା ହେଉଥିଲା ଯେ, ରାଜ୍ୟରେ ବିଜେପିର ପ୍ରମୁଖ ନେତା ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଙ୍କୁ ମଧ୍ୟ କେନ୍ଦ୍ରକୁ ଅଣାଯାଇପାରେ । କିନ୍ତୁ ଫଡନବିସ୍ ଙ୍କ ନିକଟତମ ସୂତ୍ରରୁ ଜଣାପଡିଛଇ ଯେ, ସେ ରାଜ୍ୟରେ ହିଁ ରାଜନୀତି କରିବେ କେନ୍ଦ୍ରରେ ନୁହେଁ ।

କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଆବାସରେ ଏହି ସମ୍ବନ୍ଧରେ ବୈଠକ ହୋଇଥିଲା । ଏବେ ଏହା କୁହାଯାଉଛି ଯେ, ଅନୁରାଗ ଠାକୁର ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ବଡ ଦାୟିତ୍ୱ ଦିଆଯିବ । ଅନ୍ୟପକ୍ଷରେ ବିହାର ବିଜେପିରେ ବି ପରିବର୍ତ୍ତନ ହେବାକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିଜେପିର ସୂତ୍ର ଅନୁଯାୟୀ ଯେତେବେଳେ ବି ପ୍ରଧାନମନ୍ତ୍ରୀ ମୋଦୀ ନିଜ ମନ୍ତ୍ରୀ ପରିଷଦରେ ଅଦଳବଦଳ ଲାଗି ନିଷ୍ପତ୍ତି ନେଇଥାନ୍ତି ସେତେବେଳେ ସହଯୋଗୀଙ୍କୁ ମନ୍ତ୍ରୀମଣ୍ଡଳରେ ପ୍ରତିନିଧିତ୍ୱ ଦିଆଯାଇଥାଏ । ୨୦ ଜୁଲାଇରୁ ଆରମ୍ଭ ହେଉଥିବା ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଏହା ଶେଷ ମନ୍ତ୍ରୀ ପରିଷଦ ବୈଠକ ହୋଇପାରେ ଯାହା ଅଦଳ ବଦଳ ଅଟକଳକୁ ଆହୁରି ଦୃଢ କରୁଛି ।

 

Get real time updates directly on you device, subscribe now.